Advertisment

ଏହି ରାଜ୍ୟରେ କମୁଛି କରୋନା, କିନ୍ତୁ ଏଠି ବଢୁଛି

ନୂଆଦିଲ୍ଲୀ: ଦେଶରେ ଧୀରେ ଧୀରେ କମୁଛି କରୋନା ଆକ୍ରାନ୍ତ ଓ ମୃତ୍ୟୁ ହାର। ଆଜି ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୁଷଣ। କରୋନା ଅପଡେଟ ନେଇ ସୂଚନା ଦେଇ ସେ କହିଛନ୍ତି ଦେଶରେ ସଂକ୍ରମଣ ଏବଂ ମୃତ୍ୟୁ ହାର କ୍ରମାଗତ କମି କମି ଚାଲିଛି। ସେପ୍ଟେମ୍ବର ୧୬ରୁ ୨୨ ମଧ୍ୟରେ ଦୈନିକ ସଂକ୍ରମଣ ଥିଲା ୯୦, ୩୪୬। ଏବେ ଦେଶରେ ଦୈନିକ ସଂକ୍ରମଣ ୪୫, ୮୦୦ ରହିଛି। ସେହିପରି ସେପ୍ଟେମ୍ବର […]

ଅଦ୍ୟତନ ହୋଇଛି
ଏହି ରାଜ୍ୟରେ କମୁଛି କରୋନା, କିନ୍ତୁ ଏଠି ବଢୁଛି

coronavirus-1

Advertisment

ନୂଆଦିଲ୍ଲୀ: ଦେଶରେ ଧୀରେ ଧୀରେ କମୁଛି କରୋନା ଆକ୍ରାନ୍ତ ଓ ମୃତ୍ୟୁ ହାର। ଆଜି ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୁଷଣ। କରୋନା ଅପଡେଟ ନେଇ ସୂଚନା ଦେଇ ସେ କହିଛନ୍ତି ଦେଶରେ ସଂକ୍ରମଣ ଏବଂ ମୃତ୍ୟୁ ହାର କ୍ରମାଗତ କମି କମି ଚାଲିଛି। ସେପ୍ଟେମ୍ବର ୧୬ରୁ ୨୨ ମଧ୍ୟରେ ଦୈନିକ ସଂକ୍ରମଣ ଥିଲା ୯୦, ୩୪୬। ଏବେ ଦେଶରେ ଦୈନିକ ସଂକ୍ରମଣ ୪୫, ୮୦୦ ରହିଛି।

Advertisment

ସେହିପରି ସେପ୍ଟେମ୍ବର ୧୬ ତାରିଖରୁ ୨୨ ମଧ୍ୟରେ ଦୈନିକ ମୃତ୍ୟୁ ଥିଲା ୧୧୬୫। ଏବେ ଦେଶରେ ଦୈନିକ ମୃତ୍ୟୁହାର କମି ୫୧୩ରେ ପହଞ୍ଚିଛି।

କିଛି ରାଜ୍ୟରେ ସଂକ୍ରମଣ ହାର କମିଥିବା ବେଳେ ଆଉ କିଛି ରାଜ୍ୟରେ ବଢ଼ିଛି ବୋଲି ସ୍ୱାସ୍ଥ୍ୟ ସଚିବ କହିଛନ୍ତି। ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, ଆନ୍ଧ୍ର, ୟୁପିରେ ସଂକ୍ରମଣ କମୁଛି। ମଣିପୁର, ଦିଲ୍ଲୀ, କେରଳ ଏବଂ ପଶ୍ଚିମବଙ୍ଗରେ ସଂକ୍ରମଣ ବଢୁଛି ବୋଲି ସେ ସୂଚନା ଦେଇଛନ୍ତି।

Advertisment

ସେହିପରି ଗତ ୨୪ ଘଣ୍ଟାରେ ୩୮,୩୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୧.୬୭ (୮୨,୬୭,୬୨୬)ରେ ପହଞ୍ଚିଥିବା ବେଳେ ମୋଟ ସୁସ୍ଥ ସଂଖ୍ୟା ୭୬ ଲକ୍ଷ ଟପିଛି(୭୬,୦୩,୧୨୧)। ସେହିପରି ୨୪ ଘଣ୍ଟାରେ ୪୯୦ ଜଣଙ୍କର ମୃତ୍ୟୁ ହେବା ସହିତ ମୃତ୍ୟୁ ସଂଖ୍ୟା ୧,୨୩,୦୯୭ରେ ପହଞ୍ଚିଛି।

ଦେଶର ମୃତ୍ୟୁ ହାର ୧.୪୯ ପ୍ରତିଶତ ରହିଛି। ସେହିଭଳି ଆକ୍ଟିଭ ସଂଖ୍ୟା ୬ ଲକ୍ଷ ତଳକୁ ରହିଛି। ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ, ଆକ୍ଟିଭ ସଂଖ୍ୟା ହେଲା ୫,୪୧,୪୦୫। ICMR ତଥ୍ୟ ଅନୁସାରେ, ଦେଶରେ ଏପର୍ଯ୍ୟନ୍ତ ୧୧,୧୧୭,୮୯,୩୫୦ ସାମ୍ପଲ ଟେଷ୍ଟ ହୋଇଛି। ସୋମବାର ୧୦,୪୬,୨୪୭ ଟେଷ୍ଟ ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ