Advertisment

ଦିଲ୍ଲୀ ଏମ୍ସରେ ପିଲାଙ୍କ ଠାରେ କୋଭାକ୍ସିନର କ୍ଲିନିକାଲ ଟ୍ରାଏଲ ଆରମ୍ଭ

ନୂଆଦିଲ୍ଲୀ: ଦେଶରେ କରୋନାର ୨ୟ ଲହର ପ୍ରକୋପ ଧୀରେ ଧୀରେ ହ୍ରାସ ପାଉଥିବା ଦେଖିବାକୁ ମିଳୁଛି। ହେଲେ ୩ୟ ଲହର ଆଶଙ୍କା ଆଜିଠୁ ଲୋକଙ୍କୁ ଭୟଭୀତ କରାଇଲାଣି। କାରଣ ୩ୟ ଲହରର ପ୍ରଭାବ ପିଲାମାନଙ୍କ ଉପରେ ପଡ଼ିବ। ଆଉ ପିଲାମାନଙ୍କ ପାଇଁ…

author-image
Minati Mishra
ଅଦ୍ୟତନ ହୋଇଛି
ଦିଲ୍ଲୀ ଏମ୍ସରେ ପିଲାଙ୍କ ଠାରେ କୋଭାକ୍ସିନର କ୍ଲିନିକାଲ ଟ୍ରାଏଲ ଆରମ୍ଭ

vaccine for children

ନୂଆଦିଲ୍ଲୀ: ଦେଶରେ କରୋନାର ୨ୟ ଲହର ପ୍ରକୋପ ଧୀରେ ଧୀରେ ହ୍ରାସ ପାଉଥିବା ଦେଖିବାକୁ ମିଳୁଛି। ହେଲେ ୩ୟ ଲହର ଆଶଙ୍କା ଆଜିଠୁ ଲୋକଙ୍କୁ ଭୟଭୀତ କରାଇଲାଣି। କାରଣ ୩ୟ ଲହରର ପ୍ରଭାବ ପିଲାମାନଙ୍କ ଉପରେ ପଡ଼ିବ। ଆଉ ପିଲାମାନଙ୍କ ପାଇଁ ଯେହେତୁ ଭାକ୍ସିନ ନାହିଁ ତେଣୁ କ’ ଣ ସ୍ଥିତି ହେବ ସେ ନେଇ ସମସ୍ତେ ଚିନ୍ତିତ। ତେଣୁ ତୃତୀୟ ଲହର ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ପିଲାଙ୍କ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଉଛି। ପିଲାଙ୍କ ପାଇଁ ଟିକା ବାହାର କରିଛି କରୋନା ଟିକା କୋଭାକ୍ସିନ ପ୍ରସ୍ତୁତ କରିଥିବା  ଭାରତ ବାୟୋଟେକ।

Advertisment

ଶିଶୁଙ୍କୁ ଟିକାକରଣ ପ୍ରକ୍ରିୟାରେ ଆଉ ପାଦେ ଆଗକୁ ବଢ଼ିଲା କୋଭାକ୍ସିନ୍। ଦିଲ୍ଲୀ ଏମ୍ସରେ ଆଜି ଶିଶୁମାନଙ୍କଠାରେ କରୋନା ଟିକା କୋଭାକ୍ସିନ ପରୀକ୍ଷଣ ଲାଗି ସ୍କ୍ରିନିଂ କରାଯିବ । ୨ ବର୍ଷରୁ ୧୭ ବର୍ଷ ବୟସ ବର୍ଗର ପିଲାଙ୍କ କ୍ଷେତ୍ରରେ ଟିକା ପରୀକ୍ଷଣ କରାଯିବ।  ଟିକା ଦେବା ପରେ ଶିଶୁଙ୍କ ମଧ୍ୟରେ କେଉଁ ପ୍ରକାର ପରିବର୍ତ୍ତନ ଦେଖା ଦେଉଛି ? କେତେ ଏହା ଫଳପ୍ରଦ ହେବ ସେ ନେଇ ଅନୁଧ୍ୟାନ କରାଯିବ।

ତୃତୀୟ ଲହର ଆସିବା ପୂର୍ବରୁ ପିଲାଙ୍କୁ କିପରି ଟିକାକରଣ କରାଯାଇ ପାରିିବ ସେ ଉପରେ ଗୁରୁତ୍ୱ ଦିଆଯାଉଛି। ପାଟନା ଏମ୍ସ, ନାଗପୁରର ମେଡିଟ୍ରିନା ଇନଷ୍ଟିଚ୍ଯୁଟ୍ ଅଫ୍ ମେଡିକାଲ୍ ସାଇନ୍ସ, ଦିଲ୍ଲୀ ଏମ୍ସରେ ଶିଶୁଙ୍କଠାରେ ଟିକା ପରୀକ୍ଷଣ କରାଯାଉଛି। ୨ରୁ ୧୮ ବର୍ଷ ବର୍ଗଙ୍କ କ୍ଷେତ୍ରରେ କୋଭାକ୍ସିନର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଲାଗି ଡିସିଜିଆଇ ଅନୁମତି ଦେଇଥିବାରୁ ଏହି ପରୀକ୍ଷଣ ଆରମ୍ଭ ହୋଇଛି ।

Advertisment

ଗତ ସପ୍ତାହରେ ବିହାରର ପାଟନା ଏମ୍ସରେ ପିଲାଙ୍କଠାରେ କରୋନା ଟିକା ପରୀକ୍ଷଣ କରାଯାଇଥିଲା । ଏଥିରେ ୭୦ରୁ ୮୦ ଜଣ ପିଲାଙ୍କୁ ସାମିଲ କରାଯାଇଥିଲା। ପଞ୍ଜୀକରଣ ପରେ ପିଲାମାନଙ୍କ ଆଣ୍ଟିବଡି ଓ RTPCR ଟେଷ୍ଟ କରାଯାଇ ସେମାନେ ପୂର୍ବରୁ କରୋନା ସଂକ୍ରମିତ ହୋଇଛନ୍ତି କି ନାହିଁ ଯାଞ୍ଚ କରାଯାଇଥିଲା। ଏହାପରେ ସେମାନଙ୍କୁ କୋଭାକ୍ସିନ ଟିକା ଦିଆଯାଇଛି । ଶିଶୁ ଓ କିଶୋରଙ୍କ ଠାରେ କୋଭାକ୍ସିନର ୨ୟ ଓ ୩ୟ ପର୍ୟ଼୍ୟାୟ କ୍ଲିନିକାଲ ଟ୍ରାଏଲ ପାଇଁ ପୂର୍ବରୁ ଅନୁମତି ଦେଇଥିଲେ DCGI। ଭାରତ ବାୟୋଟେକ୍ ଏହି ପରୀକ୍ଷଣକୁ ଆଗକୁ ଆହୁରି କିଛି ହସ୍ପିଟାଲ୍‌ରେ ବି କରିବା ନେଇ ଯୋଜନା ରଖିଛି।

ପଢନ୍ତୁ : କୋଭାକ୍ସିନ ତୁଳନାରେ କୋଭିସିଲ୍ଡ ତିଆରି କରୁଛି ଅଧିକ ଆଣ୍ଟିବଡ଼ି : ଅଧ୍ୟୟନ

Advertisment
Advertisment