Advertisment

ପିଲାଙ୍କ ଠାରେ ଆରମ୍ଭ ହେଲା କୋଭାକ୍ସିନର କ୍ଲିନିକାଲ୍ ଟ୍ରାଏଲ୍

ନୂଆଦିଲ୍ଲୀ: ପିଲାଙ୍କ ଠାରେ ଆରମ୍ଭ ହୋଇଛି କୋଭାକ୍ସିନର କ୍ଲିନିକାଲ୍ ଟ୍ରାଏଲ୍ । ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କରୋନା ଟିକା କୋଭାକ୍ସିନକୁ ପାଟନା ଏମ୍ସରେ ପିଲାମାନଙ୍କ ଶରୀରରେ ପ୍ରୟୋଗ କରାଯାଇଥିବା ସୂଚନା ମିଳିଛି । ଏଥିରେ ୨ରୁ ୧୮ ବର୍ଷର ପିଲାମାନେ…

author-image
Minati Mishra
ଅଦ୍ୟତନ ହୋଇଛି
ପିଲାଙ୍କ ଠାରେ ଆରମ୍ଭ ହେଲା କୋଭାକ୍ସିନର କ୍ଲିନିକାଲ୍ ଟ୍ରାଏଲ୍

vaccine for children

ନୂଆଦିଲ୍ଲୀ: ପିଲାଙ୍କ ଠାରେ ଆରମ୍ଭ ହୋଇଛି କୋଭାକ୍ସିନର କ୍ଲିନିକାଲ୍ ଟ୍ରାଏଲ୍ । ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କରୋନା ଟିକା କୋଭାକ୍ସିନକୁ ପାଟନା ଏମ୍ସରେ ପିଲାମାନଙ୍କ ଶରୀରରେ ପ୍ରୟୋଗ କରାଯାଇଥିବା ସୂଚନା ମିଳିଛି । ଏଥିରେ ୨ରୁ ୧୮ ବର୍ଷର ପିଲାମାନେ ସାମିଲ ହୋଇଛନ୍ତି ।

Advertisment

ଗତସପ୍ତାହ ଠାରୁ ପାଟ୍‌ନା ଏମ୍ସରେ ଏଥିପାଇଁ ଇଚ୍ଛୁକ ପିଲାଙ୍କ ପଞ୍ଜୀକରଣ ଜାରି ରହିଥିଲା। ଏଥିରେ ୭୦ରୁ ୮୦ ଜଣ ପିଲାଙ୍କୁ ସାମିଲ କରାଯିବାକୁ ଲକ୍ଷ୍ୟ ରହିଛି। ପଞ୍ଜୀକରଣ ପରେ ପିଲାମାନଙ୍କ ଆଣ୍ଟିବଡି ଓ RTPCR ଟେଷ୍ଟ କରାଯାଇ ସେମାନେ ପୂର୍ବରୁ କରୋନା ସଂକ୍ରମିତ ହୋଇଛନ୍ତି କି ନାହିଁ ଯାଞ୍ଚ କରାଯାଇଥିଲା। ଏହାପରେ ସେମାନଙ୍କୁ କୋଭାକ୍ସିନ ଟିକା ଦିଆଯାଇଛି । ଶିଶୁ ଓ କିଶୋରଙ୍କ ଠାରେ କୋଭାକ୍ସିନର ୨ୟ ଓ ୩ୟ ପର୍ୟ଼୍ୟାୟ କ୍ଲିନିକାଲ ଟ୍ରାଏଲ ପାଇଁ ପୂର୍ବରୁ ଅନୁମତି ଦେଇଥିଲେ DCGI।

ପାଟନା ଏମ୍ସ ବ୍ୟତୀତ ଦିଲ୍ଲୀ ଏମ୍ସ ଓ ନାଗପୁରରେ ଥିବା ମେଡିଟ୍ରିନା ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସରେ ମଧ୍ୟ ଛୋଟ ପିଲାଙ୍କ ଉପରେ ଟିକାର ପରୀକ୍ଷା ପାଇଁ ଅନୁମତି ମିଳିଛି।

Advertisment

ପାଟନା ଏମ୍ସର ସୁପରିନଟେଣ୍ଡେଣ୍ଟ ଡା ସିଏମ ସିଂହ କହିଥିଲେ, ଟ୍ରାଏଲ ଫେଜରେ ୭୦ରୁ ୮୦ ପିଲାଙ୍କୁ ଟିକାକରଣର କରିବାର ଯୋଜନା ରହିଛି। ଶୁକ୍ରବାର ଜଣେ ୧୩ ବର୍ଷୀୟ ବାଳକ ଟ୍ରାଏଲ ପାଇଁ ପ୍ରଥମେ ପଞ୍ଜୀକରଣ କରିଥିଲେ ବୋଲି ସେ କହିଛନ୍ତି। ଟ୍ରାଏଲ ପୂର୍ବରୁ ପିଲାମାନଙ୍କ ଆରଟି-ପିସିଆର ଓ ଆଣ୍ଟିବଡି ଟେଷ୍ଟ ହେବ। ଏହାପରେ ଟ୍ରାଏଲରେ ପିଲାମାନଙ୍କୁ ସାମିଲ କରାଯିବ।

ସୂଚନାଥାଉ କି, କରୋନାର ତୃତୀୟ ଲହର ଶିଶୁମାନଙ୍କ ଉପରେ ଅଧିକ ପ୍ରଭାବ ପକାଇବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ସେତିକି ନୁହେଁ, ସଂକ୍ରମିତଙ୍କ ସଂଖ୍ୟା ପୂର୍ବ ତୁଳନାରେ ଅଧିକ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ତେଣୁ ଏହାର ମୁକାବିଲା କରିବା ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ସରକାର ସେମାନଙ୍କ ପାଇଁ ଶୀଘ୍ର ଗାଇଡଲାଇନ୍ ଆଣିବା ପାଇଁ ପ୍ରସ୍ତୁତ ହେଉଛନ୍ତି ।

ଦ୍ୱିତୀୟ ଲହର ବି ପିଲାଙ୍କ ଉପରେ ଗଭୀର ପ୍ରଭାବ ପକାଉଛି। ନୀତି ଆୟୋଗ ସଦସ୍ୟ ଡକ୍ଟର ଭି.କେ ପଲଙ୍କ ଅନୁସାରେ, ଏବେ ସୁଦ୍ଧା ଯେଉଁ ଶିଶୁ ସଂକ୍ରମିତ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ଶିଶୁଙ୍କ ଠାରେ ଲକ୍ଷଣ ନାହିଁ । ମୋଟ ସଂକ୍ରମିତ ଶିଶୁଙ୍କ ମଧ୍ୟରୁ ୨-୩ ପ୍ରତିଶତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡ଼ୁଛି ।

ଅନ୍ୟପଟେ କିଛି ଶିଶୁଙ୍କ ଠାରେ ନୂଆ ଲକ୍ଷଣ ଦେଖିବାକୁ ମିଳୁଛି । ଡକ୍ଟର ଭି.କେ ପାଲ କହିଛନ୍ତି, କରୋନାରୁ ସୁସ୍ଥ ହେବାର ୨-୬ ସପ୍ତାହ ମଧ୍ୟରେ ଅନେକ ଶିଶୁଙ୍କ ଠାରେ ଜ୍ୱର, ଶରୀରରେ କୁଞ୍ଚନ, ନାଲି ଆଖି, ଝାଡ଼ା, ବାନ୍ତି ଏବଂ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେବା ଭଳି ଲକ୍ଷଣ ଦେଖାଉଛନ୍ତି । ସେମାନଙ୍କ ରିପୋର୍ଟ ନେଗେଟିଭ୍ ଥିଲେ ହେଁ ଲକ୍ଷଣ ଗୁଡ଼ିକ କରୋନା ସହିତ ସମାନ। ଏହିପରି ଲକ୍ଷଣ ଗୁଡ଼ିକୁ ମଲ୍ଟି ସିଷ୍ଟମ ଇନଫ୍ଲାମେଟୋରୀ ସିଣ୍ଡ୍ରୋମ କୁହାଯାଏ

ତେଣୁ ଏସବୁକୁ ଦୃଷ୍ଟିରେ ରଖି ସରକାର ପିଲାଙ୍କ ପାଇଁ ଟିକା ପ୍ରସ୍ତୁତ କରିବା ପାଇଁ ଲାଗି ପଡ଼ିଛନ୍ତି।

ପଢନ୍ତୁ: କରୋନା ମୁକ୍ତ ଗାଁକୁ ମିଳିବ ୫୦ ଲକ୍ଷ ଟଙ୍କା

Corona Vaccination
Advertisment
Advertisment