Advertisment

କରୋନା ଭ୍ୟାକ୍ସିନ: ୨୦୨୧ ଜୁଲାଇ ସୁଦ୍ଧା ୨୫ କୋଟି ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ

ନୂଆଦିଲ୍ଲୀ: ଆସନ୍ତା ବର୍ଷା ଜୁଲାଇ ମାସ ସୁଦ୍ଧା ୪୦୦ରୁ ୫୦୦ ମିଲିୟନ କରୋନା ଡୋଜ୍‌‌ ଆଣିବା ସହିତ ଭାରତର ୨୫ କୋଟି ଲୋକଙ୍କୁ ଟିକାକରଣ କରାଇବା ଲକ୍ଷ୍ୟ ରହିଛି। ‘ସଣ୍ଡେ ସମ୍ବାଦ’ କାର୍ଯ୍ୟକ୍ରମର ଚତୁର୍ଥ ଅଧ୍ୟାୟରେ ସୋସିଆଲ୍‌ ମିଡିଆ ୟୁଜର୍‌ଙ୍କ ପ୍ରଶ୍ନରେ ଉତ୍ତର ଦେଇ ଏପରି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ। କରୋନା ଭ୍ୟାକ୍ସିନ୍ ଥରେ ପ୍ରସ୍ତୁତ ହୋଇଗଲେ କିପରି ତାର ସଠିକ ବିତରଣ ହୋଇପାରିବ ସେ ନେଇ କେନ୍ଦ୍ର ସରକାର କାମ କରୁଛନ୍ତି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ […]

author-image
Abinash Pati
ଅଦ୍ୟତନ ହୋଇଛି
କରୋନା ଭ୍ୟାକ୍ସିନ: ୨୦୨୧ ଜୁଲାଇ ସୁଦ୍ଧା ୨୫ କୋଟି ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ

harshwardhn

ନୂଆଦିଲ୍ଲୀ: ଆସନ୍ତା ବର୍ଷା ଜୁଲାଇ ମାସ ସୁଦ୍ଧା ୪୦୦ରୁ ୫୦୦ ମିଲିୟନ କରୋନା ଡୋଜ୍‌‌ ଆଣିବା ସହିତ ଭାରତର ୨୫ କୋଟି ଲୋକଙ୍କୁ ଟିକାକରଣ କରାଇବା ଲକ୍ଷ୍ୟ ରହିଛି। ‘ସଣ୍ଡେ ସମ୍ବାଦ’ କାର୍ଯ୍ୟକ୍ରମର ଚତୁର୍ଥ ଅଧ୍ୟାୟରେ ସୋସିଆଲ୍‌ ମିଡିଆ ୟୁଜର୍‌ଙ୍କ ପ୍ରଶ୍ନରେ ଉତ୍ତର ଦେଇ ଏପରି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ। କରୋନା ଭ୍ୟାକ୍ସିନ୍ ଥରେ ପ୍ରସ୍ତୁତ ହୋଇଗଲେ କିପରି ତାର ସଠିକ ବିତରଣ ହୋଇପାରିବ ସେ ନେଇ କେନ୍ଦ୍ର ସରକାର କାମ କରୁଛନ୍ତି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।

Advertisment

କରୋନା ଭ୍ୟାକ୍ସିନ୍ ସମସ୍ତଙ୍କୁ ଯୋଗାଇ ଦେବାକୁ ଆମର ଲକ୍ଷ୍ୟ ରହିଛି। ତେବେ ଘରୋଇ ହେଉ କିମ୍ବା ସରକାରୀ, ଆଗଧାଡ଼ିର କରୋନା ଯୋଦ୍ଧା ଯେଉଁମାନେ ଟ୍ରାସିଂ, ଟେଷ୍ଟିଂ ଓ ଟ୍ରିଟ୍‌ମେଣ୍ଟରେ ସାମିଲ୍ ଅଛନ୍ତି, ସେମାନଙ୍କୁ ଟିକା ଯୋଗାଇ ଦେବା ପ୍ରଥମ ଲକ୍ଷ୍ୟ ରହିବ ବୋଲି ମନ୍ତ୍ରୀ କହିଛନ୍ତି।

କରୋନା ଭ୍ୟାକ୍ସିନ୍‌ କଳା ବଜାରି ରୋକିବା ପାଇଁ ସରକାର କଣ ପଦକ୍ଷେପ ନେଇଛନ୍ତି ସେ ବିଷୟରେ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି, ପୂର୍ବନିର୍ଦ୍ଧାରିତ ନିୟମ ଅନୁସାରେ ଭ୍ୟାକ୍ସିନ୍ ବଣ୍ଟାଯିବ। ଏହାର ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବା ପାଇଁ ଏସମ୍ପର୍କିତ ସମସ୍ତ ସୂଚନା ଆସନ୍ତା ମାସରେ ସମସ୍ତଙ୍କୁ ଜଣେଇ ଦିଆଯିବ।

Advertisment

କରୋନା ଭ୍ୟାକ୍ସିନ୍‌ର ପାର୍ଶ୍ୱ ପ୍ରତିକ୍ରିୟା ସମ୍ପର୍କରେ ହର୍ଷବର୍ଦ୍ଧନ କହିଥିଲେ, ସାଧାରଣ ପ୍ରତିକ୍ରିୟା ଛଡ଼ା ସେମିତି କୌଣସି ପାର୍ଶ୍ୱପ୍ରତିକ୍ରିୟା ହେବନି। ଏହାଛଡ଼ା କରୋନା ଗାଇଡ୍‌ଲାଇନ ପାଳନ କରିବା ସହିତ ନିଜେ ଏହି ଦାୟିତ୍ୱର ନେତୃତ୍ୱ ନେବା ପାଇଁ ଆହ୍ୱାନ ଦେଇଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ।

ତେବେ ଏପର୍ଯ୍ୟନ୍ତ ଟିକା ପ୍ରସ୍ତୁତ ନେଇ କାର୍ଯ୍ୟ ଚାଲିଛି। ୨୦୨୧ ସୁଦ୍ଧା ଟିକା ମିଳିଯିବ ବୋଲି ଆଶା କରାଯାଉଛି। ଯୋଜନା ମୁତାବକ ସବୁ ଠିକ୍‌ଠାକ୍ ହେଲେ ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ ଟିକା ବିତରଣ ହୋଇପାରିବ ମନ୍ତ୍ରୀ କହିଛନ୍ତି।

Advertisment
Advertisment