Advertisment

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା'ଠୁ ଅଧିକ ସୁସ୍ଥ ହେଲେ

ନୂଆଦିଲ୍ଲୀ: ୨୪ ଘଣ୍ଟାରେ ଦେଶରେ ୮୮ ହଜାରରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୦ ପାଖାପାଖି ହୋଇଛି। ଅନ୍ୟୁପଟେ କରୋନାରେ ଆଜି ସୁଦ୍ଧା ପ୍ରାୟ ୯୫ ହଜାର ଲୋକଙ୍କ ଜୀବନ ଗଲାଣି। ତେବେ ଦିନକରେ ୯୨ ହଜାର ଲୋକ କରୋନାରୁ ସୁସ୍ଥ ହେବା ସମସ୍ତଙ୍କୁ ଆଶ୍ୱସ୍ତ କରିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ, ଗତ ୨୪ ଘଣ୍ଟାରେ ଦେଶରେ ମୋଟ ୮୮,୬୦୦ ଜଣ ଲୋକ କରୋନାରେ […]

author-image
Abinash Pati
ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା'ଠୁ ଅଧିକ ସୁସ୍ଥ ହେଲେ

coronavirus

ନୂଆଦିଲ୍ଲୀ: ୨୪ ଘଣ୍ଟାରେ ଦେଶରେ ୮୮ ହଜାରରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୦ ପାଖାପାଖି ହୋଇଛି। ଅନ୍ୟୁପଟେ କରୋନାରେ ଆଜି ସୁଦ୍ଧା ପ୍ରାୟ ୯୫ ହଜାର ଲୋକଙ୍କ ଜୀବନ ଗଲାଣି। ତେବେ ଦିନକରେ ୯୨ ହଜାର ଲୋକ କରୋନାରୁ ସୁସ୍ଥ ହେବା ସମସ୍ତଙ୍କୁ ଆଶ୍ୱସ୍ତ କରିଛି।

Advertisment

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ, ଗତ ୨୪ ଘଣ୍ଟାରେ ଦେଶରେ ମୋଟ ୮୮,୬୦୦ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୯,୯୨,୫୩୩କୁ ବୃଦ୍ଧି ପାଇଛି। ସେହିପରି ୨୪ ଘଣ୍ଟାରେ ୧୧୨୪ ଜଣଙ୍କ ମୃତ୍ୟୁ ହୋଇଛି। ଫଳରେ ଦେଶରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୯୪,୫୦୩ ହୋଇଛି।

ତେବେ ୨୪ ଘଣ୍ଟାରେ ୯୨,୦୪୩ ଜଣ ସୁସ୍ଥ ଖବର ସମସ୍ତଙ୍କୁ  ଆସ୍ୱସ୍ତି କରିଛି। ଦେଶରେ ମୋଟ ସୁସ୍ଥ ସଂଖ୍ୟା ୪୯,୪୧,୬୨୮ ପହଞ୍ଚିଥିବା ବେଳେ ଆକ୍ଟିଭ କେସ ୯,୫୬,୪୦୨ ରହିଛି।

Advertisment
Advertisment
Advertisment