Advertisment

କରୋନା ବଢ଼ାଇଲା କୁକୁଡ଼ା ଦାମ୍‌, ଗୋଟାକୁ ୮୫୦

ଚାହିଦାରେ ଏବେ କଡ଼କନାଥ, ଗୋଟିକର ଦାମ୍‌ ୮୫୦ #madhya pradesh

author-image
Dibakar Sahoo
କରୋନା ବଢ଼ାଇଲା କୁକୁଡ଼ା ଦାମ୍‌, ଗୋଟାକୁ ୮୫୦

13

ଭୋପାଳ: କରୋନା ସଂକ୍ରମଣ ହେତୁ ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ ମିଳୁଥିବା ଏକ ବିଶେଷ ପ୍ରଜାତିର କଡ଼କନାଥ କୁକୁଡ଼ାର ଚାହିଦା ଏବେ ଦେଶରେ ବୃଦ୍ଧି ପାଇଛି। ସାଧାରଣତଃ ମଧ୍ୟପ୍ରଦେଶର ଆଦିବାସୀ ବହୁଳ ଅଞ୍ଚଳ ଜାବୁଆ ଜିଲ୍ଲାରେ ମିଳୁଥିବା ଏହି କଳା ରଙ୍ଗର କୁକୁଡ଼ାର ଦାମ୍‌ ଏବେ ଏକ ହଜାର ପାଖାପାଖି ପହଞ୍ଚିଛି।

Advertisment

ସରକାରୀ ଅଧିକାରୀଙ୍କ କହିବାନୁସାରେ, କରୋନା ଭାଇରସ୍ ମଧ୍ୟରେ ଆଜିକାଲି କଳା ଚିକେନ୍ (କାଡ଼କନାଥ)ର ଚାହିଦା ବହୁତ ବୃଦ୍ଧି ପାଇଛି। କରୋନା କାରଣରୁ ଲଗାଯାଇଥିବା ଲକଡାଉନ୍ ସମୟରେ ଏହାର ଚାହିଦା ହ୍ରାସ ପାଇଥିଲା। କିନ୍ତୁ ଅନଲକ୍ ଲାଗୁ ହେବା ପରଠାରୁ କଡ଼କନାଥର ଚାହିଦା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି।

ମଧ୍ୟପ୍ରଦେଶ ସରକାର ଏକ ବିବୃତ୍ତିରେ କହିଛନ୍ତି ଯେ, ଚାହିଦାକୁ ଦୃଷ୍ଟିରେ ରଖି କୁକୁଡ଼ା ଚାଷ କରୁଥିବା ମାଲିକଙ୍କ ଆୟ ବୃଦ୍ଧି ନିଶ୍ଚିତ କରିବାକୁ ରାଜ୍ୟ ସରକାର ଚେଷ୍ଟା କରୁଛନ୍ତି। ଏହାର ଉତ୍ପାଦନ ତଥା ବିକ୍ରୟ ବୃଦ୍ଧି ପାଇଁ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି।

Advertisment

ଏହି ପ୍ରଜାତିର କୁକୁଡ଼ା ଉତ୍ପାଦନ ବୃଦ୍ଧି ପାଇଁ ସମବାୟ ଚାଷକୁ ପ୍ରୋତ୍ସାହିତ କରାଯାଉଛି। ଜାବୁଆ, ଆଲିରାଜପୁର, ବାରୱାନି ଏବଂ ଧର ଜିଲ୍ଲାର ପଞ୍ଜୀକୃତ କୁକୁଡ଼ା ଫାର୍ମଗୁଡିକରେ ମୋଟ ୩୦୦ ସଦସ୍ୟ ଅଛନ୍ତି ଯେଉଁମାନେ ଏହି କୁକୁଡ଼ା ପାଳନ କରନ୍ତି। ସେମାନେ କିପରି ଅଧିକ କୁକୁଡ଼ା ଚାଷ କରିବେ ସେ ନେଇ ସରକାର ପଦକ୍ଷେପ ନେଉଛନ୍ତି।

ତେବେ ଉତ୍ପାଦିତ ଅଞ୍ଚଳରେ ଏହାର ଦାମ୍‌ କମ୍‌ ରହିଥିବାବେଳେ, ଦିଲ୍ଲୀରେ ଗୋଟିଏ କଡ଼କନାଥର ଦାମ୍‌ ୮୫୦ ଟଙ୍କା ରହିଛି।

Advertisment
Advertisment