/odishatv-khabar/media/post_attachments/uploadimage/library/16_9/16_9_0/Vaccine_1626258628.jpg)
Vaccine
ନୂଆଦିଲ୍ଲୀ: କରୋନା ଭାଇରସର ଦ୍ୱିତୀୟ ଲହର ଏବେ ଦେଶବାସୀଙ୍କ ଚିନ୍ତା ବଢ଼ାଇଛି l ଭାଇରସ୍ ବିରୋଧରେ ଲଢେଇ ଜୋରଦାର୍ ଚାଲିଥିବା ବେଳେ ଟିକାକରଣ କାର୍ଯ୍ୟକ୍ରମ ମଧ୍ୟ ଜାରି ରହିଛି। କିନ୍ତୁ ପରିତାପର ବିଷୟ ଯେ ଟିକା ନେବାପରେ ମଧ୍ୟ ଲୋକେ କରୋନା ସଂକ୍ରମଣ ହେଉଥିବା ସୂଚନା ମିଳୁଛି। ଏହା ସରକାରର ମୁଣ୍ଡବିନ୍ଧାର କାରଣ ହୋଇଛି। ଏଥିରୁ ମୁକ୍ତି ପାଇବା ପାଇଁ ସରକାର ଉପାୟ ଖୋଜିବାରେ ଲାଗିପଡିଛନ୍ତି। ବର୍ତ୍ତମାନ କୋଭିଡ୍ ଟେଷ୍ଟର ଫର୍ମରେ ନୂଆ ସ୍ତମ୍ବ ଯୋଡାଯିବା ଜଣାଯାଇଛି। ଏଥିରେ ଆପଣମାନଙ୍କୁ ଟିକା ସହିତ ଜଡିତ କିଛି ତଥ୍ୟ ଦେବାକୁ ହେବ।
ଟିକା ନେବା ପରେ ସଂକ୍ରମିତଙ୍କ ସଂଖ୍ୟା ଜାଣିବା ନେଇ ସରକାର ଏକ ନୂତନ ବ୍ୟବସ୍ଥା କରିଛନ୍ତି। କୋଭିଡ୍-୧୯ର ସାମ୍ପଲ୍ ଟେଷ୍ଟରେ ଯେଉଁ ନୂଆ ସ୍ତମ୍ବ ଯୋଡାଯାଇଛି ସେଥିରେ ଲୋକଙ୍କୁ ଲେଖିବାକୁ ପଡିବ ଯେ ସେମାନେ ଟିକା ନେଇଛନ୍ତି କି ନାହିଁ। ଯଦି ନେଇଛନ୍ତି ତେବେ କୋଭିସିଲ୍ଡ୍ ବା କୋଭାକ୍ସିନ୍ ନେଇଥିଲେ ତାହା ଲେଖିବା ସହିତ ଟିକା ନେଇଥିବା ତାରିଖକୁ ଲେଖିବାକୁ ହେବ। ଏହା ବ୍ୟତୀତ ଟେଷ୍ଟିଂ ସମୟରେ ଏହା ମଧ୍ୟ ଜଣେଇବାକୁ ହେବ ଯେ ଟିକାର ପ୍ରଥମ ଓ ଦ୍ୱିତୀୟ ଡୋଜ୍ କେବେ ନିଆଯାଇଥିଲା।
ବର୍ତ୍ତମାନ ଟିକା ନେବା ପରେ କେତେ ସଂକ୍ରମିତ ହୋଇଛନ୍ତି ଏହାର ସୂଚନା ଜଣାପଡିଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି। ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁସାରେ ପାଖାପାଖି ଏକ ମାସ ପୂର୍ବରୁ ପାଟନା ହୋଇକୋର୍ଟର ମୁଖ୍ୟ ନ୍ୟାୟାଧୀଶ ସଞ୍ଜୟ କରୋଲ ଟିକାର ପ୍ରଥମ ଡୋଜ୍ ନେବା ପରେ କରୋନା ପଜିଟିଭ୍ ହୋଇ ଏମ୍ସରେ ଭର୍ତ୍ତି ହୋଇଥିଲେ।
ସୂଚନା ମୁତାବକ, ମଙ୍ଗଳବାର ଦେଶରେ ୧ଲକ୍ଷ ୧୫ହଜାର ୭୩୬ଟି କେସ୍ ମିଳିଛି। ଏଥିରୁ ୫୫ହଜାର କେସ୍ ମହାରାଷ୍ଟ୍ରର ହୋଇଥିବା ବେଳେ ୯ହଜାର ୯୨୧ କେସ୍ ଛତିଶଗଡର ରହିଛି। ଏହାଛଡା କର୍ଣ୍ଣାଟକ, ଉତ୍ତର ପ୍ରଦେଶ ଓ ଦିଲ୍ଲୀରେ ୫-୫ ହଜାରରୁ ଅଧିକ କେସ୍ ଥିବା ଜଣାଯାଇଛି। ସେହିପରି ଦେଶରେ ଆକ୍ଟିଭ୍ କେସ୍ ୮ଲକ୍ଷ ୪୩ହଜାର ୪୭୩ ଉପରେ ପହଞ୍ଚିଛି। ତେବେ www.covid19india.org ର ହିସାବ ଅନୁସାରେ ଦେଶରେ ବର୍ତ୍ତମାନ ୮କୋଟି ୭୦ଲକ୍ଷ ୭୭ହଜାର ୪୭୪ ଲୋକଙ୍କୁ ଟିକାକରଣ କରାସରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)