Advertisment

ଆଜି ବି ଲକ୍ଷେ ତଳେ ରହିଛି କରୋନା ସଂକ୍ରମିତଙ୍କ ସଂଖ୍ୟା, ବାହାରିଲେ ୯୨,୫୯୬ ପଜିଟିଭ

ନୂଆଦିଲ୍ଲୀ: ଦେଶରେ ଟିକାକରଣ ଅଭିଯାନ ଯେତିକି ଜୋରଦାର କରାଯାଉଛି, କରୋନାର ପ୍ରଭାବ ସେତିକି କମୁଥିବା ଦେଖିବାକୁ ମିଳିଛି। ମଙ୍ଗଳବାର ୨ୟ ଦିନ ପାଇଁ ଦେଶରେ ଲକ୍ଷେ ତଳକୁ ରହିଛି କରୋନା ସଂକ୍ରମଣର ହାର । ଦିନକରେ ୯୨ ହଜାର ୫୯୬ ପଜିଟିଭ…

author-image
Minati Mishra
ଅଦ୍ୟତନ ହୋଇଛି
ଆଜି ବି ଲକ୍ଷେ ତଳେ ରହିଛି କରୋନା ସଂକ୍ରମିତଙ୍କ ସଂଖ୍ୟା, ବାହାରିଲେ  ୯୨,୫୯୬ ପଜିଟିଭ

corona test

ନୂଆଦିଲ୍ଲୀ: ଦେଶରେ ଟିକାକରଣ ଅଭିଯାନ ଯେତିକି ଜୋରଦାର କରାଯାଉଛି, କରୋନାର ପ୍ରଭାବ ସେତିକି କମୁଥିବା ଦେଖିବାକୁ ମିଳିଛି। ମଙ୍ଗଳବାର ୨ୟ ଦିନ ପାଇଁ ଦେଶରେ ଲକ୍ଷେ ତଳକୁ ରହିଛି କରୋନା ସଂକ୍ରମଣର ହାର । ଦିନକରେ ୯୨ ହଜାର ୫୯୬ ପଜିଟିଭ ଚିହ୍ନଟ ହୋଇଛନ୍ତି ।

Advertisment

ଆଜିର ନୂଆ ସଂକ୍ରମିତଙ୍କ ସଂଖ୍ୟାକୁ ମିଶାଇଲେ ରାଜ୍ୟରେ ମୋଟ କରୋନା ରୋଗୀଙ୍କ ସଂଖ୍ୟା ୨ କୋଟି ୯୦ ଲକ୍ଷ ୮୯ ହଜାର ୬୯କୁ ବୃଦ୍ଧି ପାଇଛି । ସେହିଭଳି ଦେଶରେ ୨୪ ଘଣ୍ଟାରେ ୨ ହଜାର ୨୧୯ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି।

ଏହି ତଥ୍ୟ ସହ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୫୩ ହଜାର ୫୨୮କୁ ବୃଦ୍ଧି ଘଟିଛି । ଦେଶରେ ଆକ୍ଟିଭ କେସ ୧୨ ଲକ୍ଷ ୩୧ ହଜାର ୪୧୫ ରହିଥିବା ବେଳେ ସୁସ୍ଥ ହେଲେଣି ୨ କୋଟି ୭୫ ଲକ୍ଷ ୪ ହଜାର ୧୨୬ ।

Advertisment

ଏଯାବତ୍ ୨୩ କୋଟି ୯୦ ଲକ୍ଷ ୫୮ ହଜାର ୩୬୦ ଡୋଜ୍ ଟିକାକରଣ କରାଯାଇଛି। ଅନ୍ୟପକ୍ଷେ  ଜୁନ ୨୧ ତାରିଖଠାରୁ ୧୮ ବର୍ଷରୁ ଅଧିକ ସମସ୍ତଙ୍କ ପାଇଁ ମୋଦି ସରକାର ମାଗଣାରେ ଟିକା ଯୋଗାଇଦେବେ। ସେଥିପାଇଁ ଜାରି ହୋଇଛି ପରିବର୍ତ୍ତିତ ଗାଇଡ୍‌ଲାଇନ୍ସ।

୧୮ ବର୍ଷରୁ ଊର୍ଦ୍ଧ୍ୱ କାହାକୁ ଅଗ୍ରାଧିକାର ଭିତ୍ତିରେ ଟିକା ଦିଆଯିବ ସେ ନିର୍ଣ୍ଣୟ ରାଜ୍ୟ କରିବ। ସେହିପରି ରାଜ୍ୟର ଲୋକସଂଖ୍ୟା, ରୋଗୀ ଅନୁପାତ, ଟିକାକରଣ ଦେଖି ଟିକା ଆବଣ୍ଟନ କରାଯିବ। କେନ୍ଦ୍ର କେତେ ଟିକା ଯୋଗାଇବ, ଆଗୁଆ ରାଜ୍ୟମାନଙ୍କୁ ଅବଗତ କରିବ। ଏହାଦ୍ୱାରା ରାଜ୍ୟମାନଙ୍କୁ ଟିକାକରଣରେ ସୁବିଧା ହେବ।  ୧୮ରୁ ୪୪ ବର୍ଷ ଏବଂ ୪୫ ବର୍ଷରୁ ଅଧିକ ସମସ୍ତଙ୍କୁ ମିଶାଇ ରାଜ୍ୟରେ ପ୍ରାୟ ୩ କୋଟି ୯ ଲକ୍ଷ ଲୋକଙ୍କୁ ଟିକା ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି।

ଅନ୍ୟପକ୍ଷେ ଘରୋଇ ହସ୍ପିଟାଲମାନଙ୍କ ଲାଗି ଟିକା ଦର ନିର୍ଦ୍ଧାରଣ କରିଛନ୍ତି କେନ୍ଦ୍ର ସରକାର । ପ୍ରାଇଭେଟ ହସ୍ପିଟାଲରେ କ୍କୋଭିସିଲ୍ଡର ଟିକାର ଦାମ ଡୋଜ ପିଛା ସର୍ବାଧିକ ୭୮୦ ଟଙ୍କା ଧାର୍ଯ୍ୟ କରଯାଇଛି । ଉତ୍ପାଦନ ଦର ୬୦୦ ଟଙ୍କା ଘୋଷଣା କରିଥିବାବେଳେ ୩୦ ଟଙ୍କା ଜିଏସଟି ଏବଂ ସର୍ଭିସ ଚାର୍ଜ ସର୍ବାଧିକ ୧୫୦ ଟଙ୍କ ଧାର୍ଯ୍ୟ  କରାଯାଇଛି । ସେହିପରି କୋଭାକ୍ସିନର ମୂଲ୍ୟ ଡୋଜ ପ୍ରତି ଦର ୧୪୧୦ ଓ ଋଷ ଟିକା ସ୍ପୁଟନିକ୍-ଭିର ଦାମ ୧୧୪୫ ସ୍ଥିର କରାଯାଇଛି ।

Corona Cases In India
Advertisment
Advertisment