/odishatv-khabar/media/post_attachments/uploadimage/library/16_9/16_9_0/covid_1622813830.jpg)
covid
ନୁଆଦିଲ୍ଲୀ: ଦେଶ କରୋନାର ପ୍ରଭାବ ଧୀରେ ଧୀରେ ହ୍ରାସ ପାଉଥିବା ଦେଖିବାକୁ ମିଳିଛି। ଆଜି ମୃତ୍ୟୁ ସଂଖ୍ୟା ୩ ହଜାର ତଳକୁ ଖସିଥିବା ଦେଖିବାକୁ ମିଳିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ହଜାର ୭୧୩ ଜଣଙ୍କ ଜୀବନ ନେଇଛି କରୋନା । ଏହାକୁ ମିଶାଇ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୪୦ ହଜାର ୭୦୨କୁ ବୃଦ୍ଧି ପାଇଛି ।
ସେହିପରି ଦେଶରେ ୨୪ ଘଣ୍ଟାରେ ୧ ଲକ୍ଷ ୩୨ ହଜାର ୩୬୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ୮୫ ଲକ୍ଷ ୭୪ ହଜାର ୩୫୦କୁ ବୃଦ୍ଧି ପାଇଛି। ଏବେ ୧୬ ଲକ୍ଷ ୩୫ ହଜାର ୯୯୩ ଆକ୍ଟିଭ କେସ୍ ଥିବା ବେଳେ ଏଯାଏଁ ସୁସ୍ଥ ହେଲେଣି ୨ କୋଟି ୬୫ ଲକ୍ଷ ୯୭ ହଜାର ୬୫୫ ଜଣ ।
ଏଯାବତ୍ ୨୨ କୋଟି ୪୧ ଲକ୍ଷ ୯ ହଜାର ୪୪୮ ଡୋଜ୍ ଟିକାକରଣ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଅନ୍ୟପକ୍ଷେ, National Centre for Disease Controlର ସୂଚନା ଅନୁସାରେ ଡେଲଟା ଭାରିଏଣ୍ଟ ଆଲଫା ଭାରିଏଣ୍ଟ (B.1.117) ତୁଳନାରେ ୪୦ରୁ ୫୦ ପ୍ରତିଶତ ଅଧିକ ବେଗରେ ଲୋକଙ୍କୁ ସଂକ୍ରମିତ କରୁଛି । ତୁଳନାତ୍ମକ ଭାବେ ଡେଲଟାର ସଂକ୍ରମଣ କ୍ଷମତା ଖୁବ ଅଧିକ । କରୋନାର ଦ୍ୱିତୀୟ ଲହରୀରେ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବାର କାରଣ ଡେଲଟା ଭାରିଏଣ୍ଟ୍ । ଆଉ ଏଥିପାଇଁ ୧୦ ଦିନରେ ପଜିଟିଭ୍ ହାର ୧୦ ପ୍ରତିଶତରୁ ବୃଦ୍ଧି ପାଇ ୨୦ ପ୍ରତିଶତ କିମ୍ବା ତା’ ଠାରୁ ମଧ୍ୟ ଅଧିକ ରେକର୍ଡ କରାଯାଇଥିଲା । ସେହିପରି ଦ୍ୱିତୀୟ ଲହରୀରେ ମୃତକଙ୍କ ସଂଖ୍ୟା ମଧ୍ୟ ତୁଳନାତ୍ମକ ଭାବେ ଅଧିକ । କିନ୍ତୁ ମୃତକଙ୍କ ସଂଖ୍ୟା ପାଇଁ ଡେଲଟା ଭାରିଏଣ୍ଟକୁ ଦାୟୀ କରାଯାଇ ନାହିଁ ।
ଅନ୍ୟପକ୍ଷେ କରୋନା ଦ୍ୱିତୀୟ ଲହରୀର ତାଣ୍ଡବ ଶେଷ ହୋଇ ନ ଥିବାବେଳେ ଶୁଭିଲାଣି ତୃତୀୟ ଲହରୀର ପଦଧଧ୍ୱନି। ତୃତୀୟ ଲହରରେ ପିଲାମାନଙ୍କ ପାଇଁ ବିପଦ ରହିଥିବା ଆଶଙ୍କା ରହିଛି। ତେବେ ଦ୍ୱିତୀୟ ଲହରରେ ପିଲାଙ୍କୁ ନେଇ ଚିନ୍ତା ବଢିଲାଣି। ଦୁଇଟି ରାଜ୍ୟରେ ୯୦ ହଜାରରୁ ଅଧିକ ଶିଶୁ କରୋନା ସଂକ୍ରମିତ ହେଲେଣି। ତେବେ ଦୁଇଟି ରାଜ୍ୟରେ ଯଦି ଏପରି ସ୍ଥିତି ହେଲାଣି ତେବେ ଅନ୍ୟ ରାଜ୍ୟରେ ସ୍ଥିତି କ’ଣ ଥିବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)