Advertisment

୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୭ ହଜାରରୁ ଅଧିକ ପଜିଟିଭ, ମୃତ୍ୟୁ ସଂଖ୍ୟା ୨,୩୩୦

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ୨ୟ ଲହରର ଭୟାବହତା ହ୍ରାସ ପାଉଛି। ଦୈନିକ ସଂକ୍ରମଣ ହାର କମୁଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ପାଉଛି। ଆଜି ଦେଶରେ ୬୭ ହଜାର ୨୦୮ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୨ ହଜାର ୩୩୦ ଆକ୍ରାନ୍ତଙ୍କ…

author-image
Minati Mishra
ଅଦ୍ୟତନ ହୋଇଛି
୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୭ ହଜାରରୁ ଅଧିକ ପଜିଟିଭ, ମୃତ୍ୟୁ ସଂଖ୍ୟା ୨,୩୩୦

corona positive

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ୨ୟ ଲହରର ଭୟାବହତା ହ୍ରାସ ପାଉଛି। ଦୈନିକ ସଂକ୍ରମଣ ହାର କମୁଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ପାଉଛି। ଆଜି ଦେଶରେ ୬୭ ହଜାର ୨୦୮ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୨ ହଜାର ୩୩୦ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

Advertisment

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ସୂଚନାରେ କୁହାଯାଇଛି,  ଆଜିର ଆକ୍ରାନ୍ତ ସଂଖ୍ୟାକୁ ମିଶାଇଲେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ୯୭ ଲକ୍ଷ ୩୧୩କୁ ବୃଦ୍ଧି ପାଇଛି। ସେହିପରି ଦେଶରେ ଆଜି ସୁଦ୍ଧା ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା  ଲକ୍ଷ ୮୧ ହଜାର ୯୦୩ ଛୁଇଁଛି। ୨୪ ଘଣ୍ଟାରେ ୧,୦୩,୫୭୦ଜଣ କରୋନାକୁ ମାତ୍‌ ଦେଇ ସୁସ୍ଥ ହୋଇଛନ୍ତି।  ଦେଶରେ ବର୍ତ୍ତମାନ ଆକ୍ଟିଭ କେସ ୮, ୨୬, ୭୪୦ ରହିଛି।

ଅନ୍ୟପକ୍ଷେ ଦେଶରେ ଟିକାକରଣ ପ୍ରକ୍ରିୟାକୁ ଆହୁରି ଜୋରଦାର କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୪, ୬୩, ୯୬୧ ଜଣଙ୍କୁ ଟିକା ପ୍ରଦାନ କରାଯାଇଛି। ଏହାକୁ ମିଶାଇଲେ ବର୍ତ୍ତମାନ ଦେଶରେ ୨୬ କୋଟି ୫୫ ଲକ୍ଷ ୧୯ ହଜାର ୨୫୧ ଡୋଜ୍ ଟିକାକରଣ କରାଯାଇଛି।  ସେହିପରି ଦେଶରେ ୨୪ ଘଣ୍ଟାରେ ୧୯, ୩୧, ୨୪୯ ଜଣ ନିଜର କରୋନା ଯାଞ୍ଚ କରାଇଛନ୍ତି।

Advertisment

ତେବେ କରୋନାକୁ ନେଇ ଖୁସିର କଥା ଯେ, ଦେଶରେ ଲଗାତାର ୧୦ମ ଦିନରେ କରୋନା ସଂକ୍ରମଣ ହାର ୫ ପ୍ରତିଶତ ତଳେ ରହିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ, ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା  ପଜିଟିଭିଟି ହାର ୩.୪୮ ପ୍ରତିଶତ ରହିଛି।

ତେବେ ଅକ୍ଟୋବରକୁ ତୃତୀୟ ଲହର ଆସିବାର ଆଶଙ୍କା ଥିବାରୁ ଏବେଠାରୁ ସଚେତନତା ଜରୁରୀ ହୋଇପଡ଼ିଛି। ଟିକାକରଣକୁ ଅଧିକ ଜୋରଦାର କରିବାର ଆବଶ୍ୟକତା ଦେଖା ଦେଇଛି।  କରୋନାର ଦ୍ୱିତୀୟ ଲହର ଗର୍ଭବତୀ ମହିଳା ଓ ନିକଟରେ ମା’ ହୋଇଥିବା ମହିଳାଙ୍କ ଉପରେ ଅଧିକ ପ୍ରଭାବ ପକାଇଛି ।  ଇଣ୍ଡିିଆନ୍ କାଉନସିଲ ଅଫ୍ ମେଡ଼ିକାଲ ରିସର୍ଚ୍ଚର ଏକ ଅଧ୍ୟୟନରୁ ଏକଥା ଜଣାପଡ଼ିଛି ।

୨ ଲହରରେ କରୋନା ଲକ୍ଷଣ ସହିତ ୨୮.୭ ପ୍ରତିଶତ ଗର୍ଭବତୀ  ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ  ପ୍ରଥମ ଲହରରେ ଏହା ଥିଲା ୧୪.୨ ପ୍ରତିଶତ । ଦ୍ୱିତୀୟ ଲହରୀରେ ମୃତ୍ୟୁ ହାର ୫.୭ ପ୍ରତିଶତ ଥିବାବେଳେ ପ୍ରଥମ ଲହରୀରେ ଥିଲା ୦.୭ ପ୍ରତିଶତ ।  ଷ୍ଟଡି ଅନୁସାରେ ଏହି ମହିଳାମାନଙ୍କୁ ପାଇଁ ଟିକାକରଣ ନିହାରି ଜରୁରୀ  ହୋଇଥିବାବେଳେ ଭାରତରେ ସ୍ତନ୍ୟପାନ କରାଉଥିବା ମହିଳାଙ୍କୁ ଟିକା ନେବା ପାଇଁ ପରାମର୍ଶ ଦିଆଯାଇଛି।

Corona Cases In India
Advertisment
Advertisment