/odishatv-khabar/media/post_attachments/uploadimage/library/16_9/16_9_0/oxizen-2_1621076456.jpg)
oxizen
ନୂଆଦିଲ୍ଲୀ- କରୋନାର ଦୈନକ ସଂକ୍ରମଣରୁ ଆଜି ସାମାନ୍ୟ ଆଶ୍ଵସ୍ତି ମିଳୁଛି । ମେ’ ମାସରେ ଦୈନିକ ସଂକ୍ରମଣ ଆଜି ସବୁଠାରୁ କମ୍ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ତଥ୍ୟ ଅନୁସାରେ ଶନିବାର ୩ ଲକ୍ଷ ୨୬ ହଜାର ୯୮ ନୂଆ ମାମଲା ସାମ୍ନାକୁ ଆସିଛି । ଆଜି ଦେଶରେ ମୃତ୍ୟୁ ସଂଖ୍ୟା ମଧ୍ୟ ୪ ହଜାର ତଳକୁ ଖସିଛି । ଆଜି ୩୮୯୦ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି ।
ସେହିପରି ଆଶ୍ଵସ୍ତିର କଥା ଯେ, ଆଜି ପୁଣି ଥରେ ସଂକ୍ରମିତଙ୍କ ସଂଖ୍ୟାଠାରୁ ସୁସ୍ଥ ଲୋକଙ୍କ ସଂଖ୍ୟା ଅଧିକ ରହିଛି । ଆଜିର ତଥ୍ୟ ଅନୁଯାୟୀ, ୨୪ ଘଣ୍ଟାରେ ୩,୫୩,୨୯୯ ରୋଗୀ ସୁସ୍ଥ ହୋଇ ଫେରିଛନ୍ତି । ଏହା ପରେ ଦେଶରେ ଆକ୍ଟିଭ କେସ ୩୭ ଲକ୍ଷରୁ ଖସି ୩୬,୭୩,୮୦୨ରେ ପହଞ୍ଚିଛି ।
ଆଜିର ନୂଆ ସଂକ୍ରମିତଙ୍କୁ ମିଶାଇଲେ, ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ୪୩ ଲକ୍ଷ ୭୨ ହଜାର ୯୦୭ରେ ପହଞ୍ଚିଛି । ସେହିପରି ସୁସ୍ଥ ଲୋକଙ୍କ ସଂଖ୍ୟା ୨ କୋଟି ୪ ଲକ୍ଷ ୩୨ ହଜାର ୮୯୮ ରହିଛି । ଏହାବ୍ୟତୀତ ମୋଟ ମୃତକଙ୍କ ସଂଖ୍ୟା ୨ ଲକ୍ଷ ୬୬ ହଜାର ୨୦୭ ଛୁଇଁଛି । ସେହିପରି ୨୪ ଘଣ୍ଟାରେ ସମଗ୍ର ଦେଶରେ ୧୬, ୯୩, ୦୯୩ ଲୋକ କରୋନା ଟେଷ୍ଟ କରାଯାଇଛି । ପଜିଟିିଭିଟି ରେଟ୧୯.୨୬ ପ୍ରତିଶତ ରହିଛି ।
ଏପଟେ ଭ୍ୟାକ୍ସନେଶନ ଅଭିଯାନ ମଧ୍ୟ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ୧୮ କୋଟିରୁ ଅଧିକ ଲୋକ ଭାକ୍ସିନ ନେଇ ସାରିଲେଣି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୬, ୯୩,୦୯୩ ଲୋକଙ୍କୁ କୋଭିଡ ଟିକା ଦିଆଯାଇଛି । ଏହାକୁ ମିଶାଇ ଦେଶରେ ୧୮ କୋଟି ୪ ଲକ୍ଷ ୫୭ ହଜାର ୫୭୯ ଜଣ ଟିକା ନେଇ ସାରିଲେଣି ।
କରୋନାରେ ସବୁଠାରୁ ଅଧିକ ପ୍ରଭାବିତ ମହାରାଷ୍ଟ୍ରରେ ଶୁକ୍ରବାର ୩୯,୯୨୩ ଜଣ ସଂକ୍ରମିିତ ହୋଇଛନ୍ତି । ଏହି ସମୟ ମଧ୍ୟରେ ୬୯୫ ଲୋକଙ୍କର ମୃତ୍ୟୁ ଘଟିଛି । ବର୍ତ୍ତମାନ ସୁଦ୍ଧା ୫୩,୨୪୯ ଜଣ ରୋଗୀ କରୋନରୁ ସୁସ୍ଥ ହୋଇଛନ୍ତି । ବ୍ର୍ତମାନ ସୁଦ୍ଧା ରାଜ୍ୟରେ ୫୩, ୦୯ ଲକ୍ଷ ଲୋକ ସଂକ୍ରମିତ ହୋଇଥିବାବେଳେ ୪୭.୦୭ ଲୋକ ସୁସ୍ଥ ହୋଇ ଫେରିଛନ୍ତି । ଏହି ସମୟ ମଧ୍ୟରେ ୭୯, ୫୫୨ ଜଣଙ୍କର କରୋନରେ ମୃତ୍ୟୁ ଘଟିଛି । ବର୍ତ୍ତମାନ ୫.୧୯ ଲକ୍ଷ ରୋଗୀ ଚିକିତ୍ସାଧୀନ ଅଛନ୍ତି ।
ଦିଲ୍ଳୀରେ କରୋନା କେସ ଲଗାତାର ହ୍ରାସ ପାଉଥିବା ଦେଖିବାକୁ ମିଳିଛି । ଦୈନିକ ସଂକ୍ରମଣ ହାର ୧୨ ପ୍ରତିଶତରେ ପହଞ୍ଚିଛନ୍ତି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରି:ାଲ ଶୁକ୍ରବାର ଡିଜିଟାଲ ପ୍ରେସ କନ୍୍ଫରେନ୍ସରେ କହିଛନ୍ତି, ଦିଲ୍ଲୀରେ ଆଜି ପାଖାପାଖି ୮୫୦୦ ନୂଆ ସଂକ୍ରମିତ ହୋଇଛନ୍ତି । ଏପ୍ରିଲ ୧୦ ତାରିଖ ପରେ ପ୍ରଥମ ଥର ପାଇଁ ଦୈନିକ ସଂକ୍ରମଣ ୧୦ ହଜାର ତଳକୁ ଖସିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)