Advertisment

ଆଜି କରୋନାରେ ସର୍ବାଧିକ ରୋଗୀଙ୍କ ମୃତ୍ୟୁ: ଚାଲିଗଲା ୪,୫୨୯ ଜୀବନ

ନୂଆଦିଲ୍ଲୀ: ଦେଶରେ ମୃତ୍ୟୁର ତାଣ୍ଡବ ରଚୁଛି କରୋନା। ଦେଶରୁ ସଂକ୍ରମଣ ହାର ଧୀରେ ଧୀରେ କମୁଥିଲେ ହେଁ କମୁନି ମୃତ୍ୟୁ ସଂଖ୍ୟା। ଆଜି ଦେଶରେ ସର୍ବାଧିକ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି।  ଗତ ୨୪ ଘଣ୍ଟା ମଧ୍ୟରେ ୪,୫୨୯ ଜଣ କରୋନାରେ…

author-image
Minati Mishra
ଅଦ୍ୟତନ ହୋଇଛି
ଆଜି କରୋନାରେ ସର୍ବାଧିକ ରୋଗୀଙ୍କ ମୃତ୍ୟୁ: ଚାଲିଗଲା ୪,୫୨୯ ଜୀବନ

covid-1

ନୂଆଦିଲ୍ଲୀ: ଦେଶରେ ମୃତ୍ୟୁର ତାଣ୍ଡବ ରଚୁଛି କରୋନା। ଦେଶରୁ ସଂକ୍ରମଣ ହାର ଧୀରେ ଧୀରେ କମୁଥିଲେ ହେଁ କମୁନି ମୃତ୍ୟୁ ସଂଖ୍ୟା। ଆଜି ଦେଶରେ ସର୍ବାଧିକ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି।  ଗତ ୨୪ ଘଣ୍ଟା ମଧ୍ୟରେ ୪,୫୨୯ ଜଣ କରୋନାରେ ଆଖି  ବୁଜିଛନ୍ତି। ଏହାକୁ ମିଶାଇ ଦେଶର କରୋନା ଜନିତ ମୃତ୍ୟୁସଂଖ୍ୟା ୨ ଲକ୍ଷ ୮୩ ହଜାର ୩୪୮ ହୋଇଛି।

Advertisment

ଦେଶରେ ସାମାନ୍ୟ କମିଛି କରୋନା ସଂକ୍ରମଣ ହାର । ଦୁଇ ଦିନ ହେଲାଣି ଦୈିନିକ ସଂକ୍ରମଣ ୩ ଲକ୍ଷ ତଳେ ରହୁଥିବାବେଳେ ଆଜି ଚିହ୍ନଟ ହୋଇଛନ୍ତି  ୨ ଲକ୍ଷ ୬୭ ହଜାର ୩୩୪ ଜଣ । ଏହି ସମୟ ମଧ୍ୟରେ ଦଶରୁ ୩, ୮୯,୮୫୧ ଜଣ ସୁସ୍ଥ ହୋଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ତଥ୍ୟ ଅନୁସାରେ ଦେଶରେ ବର୍ତ୍ତମାନ ଆକ୍ଟିଭ କେସ୍‌ ୩୨,୨୬,୭୧୯ ରହିଛି। ବର୍ତ୍ତମାନ ସୁଦ୍ଧା ଦେଶରୁ ୨, ୧୯, ୮୬, ୩୬୩ ଜଣ କରୋନାକୁ ମାତ୍‌ ଦେଇ ସୁସ୍ଥ ହୋଇଛନ୍ତି। ଏଠି କହିରଖିବୁ, ଦେଶରେ ବର୍ତ୍ତମାନ ୧.୧୦ ପ୍ରତିଶତ ଲୋକଙ୍କର କରୋନାରେ ମୃତ୍ୟୁ ଘଟିଲାଣି। ୮୫.୬୦ ପ୍ରତିଶତ ସୁସ୍ଥ ହୋଇ ଫେରିଥିବାବେଳେ ବର୍ତ୍ତମାନ ସୁଦ୍ଧା ସୁସ୍ଥ ହାଇଥିବା ରୋଗୀଙ୍କ ହାର ୧୩.୨୯ ରହିଛି।

ଗତକାଲି ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ରୋଗୀ ସୁସ୍ଥ ହୋଇଛନ୍ତ। ୨୪ ଘଣ୍ଟାରେ ୪ ଲକ୍ଷରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହି ଖବର ସାମାନ୍ୟ ଆଶ୍ୱସ୍ତି ଆଣିଦେଇଛି । ଦୈନିକ ପଜିଟିଭ ସଂଖ୍ୟା କମିବା ସହିତ ସୁସ୍ଥତା ହାର ବଢ଼ିବା ନିଶ୍ଚିତ ଭାବେ ଭଲ ସୂଚନା । ଓଡ଼ିଶା ସମେତ କେତେକ ରାଜ୍ୟରେ ମଧ୍ୟ ପଜିଟିଭିଟି ହାର କମିବାରରେ ଲାଗିଛି । ତେବେ ଗୋଆ, ପଶ୍ଚିମବଙ୍ଗ ଓ କର୍ଣ୍ଣାଟକରେ ସ୍ଥିତି ଉଦବେଗଜନକ ରହିଛି। ମହାରାଷ୍ଟ୍ର, ଦିଲ୍ଲୀ ଓ ଉତ୍ତରପ୍ରଦେଶରେ ସଂକ୍ରମଣ ହାର କରୁଥିବା ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ।

Advertisment

ଏପଟେ ଟିକାକରଣ ମଧ୍ୟ ଜୋରସୋରରେ ଚାଲିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୧୮.୫୭ କାଟିରୁ ଅଧିକ ଲୋକଙ୍କୁ କରୋନା ଟିକା ଦିଆଯାଇ ସାରିଲାଣି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ତଥ୍ୟ ଅନୁସାରେ, ୧୮ରୁ ୪୪ ବର୍ଗର ୫, ୧୪,୪୦୮ ଲୋକଙ୍କୁ କୋଭିଡ-୧୯ର ପ୍ରଥମ ଡୋଜ ଦିଆଯାଇ ସାରିଛି।

Corona Cases In India Corona News Today
Advertisment
Advertisment