Advertisment

କଂଗ୍ରେସ ଏକ ମାନସିକ ଭାବେ ଅବସର ନେଇଥିବା ଦଳ: ଖୁସ୍‌ବୁ ସୁନ୍ଦର

ଚେନ୍ନାଇ: କଂଗ୍ରେସ ଛାଡ଼ି ଗତକାଲି ବିଜେପିରେ ସାମିଲ୍ ହୋଇଥିବା ଖୁସ୍‌ବୁ ସୁନ୍ଦର ଆଜି କଂଗ୍ରେସକୁ ଏକ ମାନସିକ ଅବସର ନେଇ ସାରିଥିବା ଦଳ ବୋଲି କହିଛନ୍ତି। ବିଜେପିରେ ଯୋଗ ଦେଇ ଚେନ୍ନାଇ ଫେରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏପରି କହିଛନ୍ତି ଖୁସ୍‌ବୁ ସୁନ୍ଦର। ଖୁସ୍‌‌ବୁ ଦଳ ଛାଡ଼ିବା ପରେ ଦଳରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ତାମିଲନାଡୁ କଂଗ୍ରେସ କମିଟି ଅଧ୍ୟକ୍ଷ କେ.ଏସ୍‌ ଅଲଗିରିଙ୍କ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ ” ଖୁସ୍‌ବୁ ଦଳ […]

author-image
Abinash Pati
ଅଦ୍ୟତନ ହୋଇଛି
କଂଗ୍ରେସ ଏକ ମାନସିକ ଭାବେ ଅବସର ନେଇଥିବା ଦଳ: ଖୁସ୍‌ବୁ ସୁନ୍ଦର

khusbu-sundra-roy

ଚେନ୍ନାଇ: କଂଗ୍ରେସ ଛାଡ଼ି ଗତକାଲି ବିଜେପିରେ ସାମିଲ୍ ହୋଇଥିବା ଖୁସ୍‌ବୁ ସୁନ୍ଦର ଆଜି କଂଗ୍ରେସକୁ ଏକ ମାନସିକ ଅବସର ନେଇ ସାରିଥିବା ଦଳ ବୋଲି କହିଛନ୍ତି। ବିଜେପିରେ ଯୋଗ ଦେଇ ଚେନ୍ନାଇ ଫେରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏପରି କହିଛନ୍ତି ଖୁସ୍‌ବୁ ସୁନ୍ଦର।

Advertisment

ଖୁସ୍‌‌ବୁ ଦଳ ଛାଡ଼ିବା ପରେ ଦଳରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ତାମିଲନାଡୁ କଂଗ୍ରେସ କମିଟି ଅଧ୍ୟକ୍ଷ କେ.ଏସ୍‌ ଅଲଗିରିଙ୍କ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ ” ଖୁସ୍‌ବୁ ଦଳ ଛାଡ଼ି ଯିବା ଦଳ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ। ବିଜେପିରୁ ତାଙ୍କୁ କେହି ଆମନ୍ତ୍ରଣ କରିନଥିଲେ। ସେ ତାଙ୍କ ନିଜ ଇଚ୍ଛାରେ ବିଜେପିର ଯୋଗ ଦେଇଛନ୍ତି।” ଖୁସ୍‌ବୁ ଦଳ ଭିତରେ ଥିଲା ବେଳେ ସେ ଦଳୀୟ ନିୟମ ମାନୁ ନଥିଲେ ବୋଲି ଅଲଗିର ଅଭିଯୋଗ କରିଥିଲେ।

ତେବେ ଆଜି ଏହାର ଜବାବ ରଖି କଂଗ୍ରେସକୁ ମାନସିକ ଅବସରପ୍ରାପ୍ତ ଦଳ ବୋଲି କହିଛନ୍ତି ଖୁସ୍‌ବୁ ସୁନ୍ଦର। ସେ କହିଛନ୍ତି “ମୁଁ ୬ ବର୍ଷ ହେଲା କଂଗ୍ରେସରେ ଥିଲି। ଏବଂ ମୁଁ ଦଳ ପାଇଁ କଠିନ ପରିଶ୍ରମ କରିଛି। ଆଜି ଇସ୍ଥଫା ଦେବା ପରେ ମୁଁ ଅନୁଭବ କରିପାରୁଛି ଯେ ମୁଁ ଗୋଟେ ମାନସିକ ଅବସରପ୍ରାପ୍ତ ଦଳ ସହିତ ଥିଲି।”

Advertisment
Advertisment
Advertisment