Advertisment

ରାଫେଲ୍‌ ଡିଲ୍‌ ବିବାଦ: ସିଭିସିଙ୍କୁ ଭେଟିଲା କଂଗ୍ରେସ୍‌

ନୂଆଦିଲ୍ଲୀ: ଅତ୍ୟାଧୁନିକ ଯୁଦ୍ଧ ବିମାନ ରାଫେଲ୍‌କୁ ନେଇ ଦେଖାଦେଇଥିବା ବିବାଦ ଥମିବାର ନାଁ ନେଉନି।  ଆଜିବି ଉଭୟ କଂଗ୍ରେସ୍‌ ଓ ବିଜେପି ଉଭୟ ଉଭୟଙ୍କୁ ଆରୋପ ପ୍ରତ୍ୟାରୋପ କରିଛନ୍ତି। ରାଫେଲ୍ ଡିଲ୍‌ରେ ଘୋଟାଲା ହୋଇଥିବା ଅଭିଯୋଗରେ ଆଜି କଂଗ୍ରେସ୍‌ର ବରିଷ୍ଠ ନେତାମାନେ ସିଭିସି ବା ସେଣ୍ଟ୍ରାଲ୍ ଭିଜିଲାନ୍ସ କମିଶନରଙ୍କୁ ଭେଟିଛନ୍ତି। ରାଫେଲ୍ ଡିଲ୍ ନେଇ ହୋଇଥିବା ସମସ୍ତ ଫାଇଲକୁ ଜବତ କରିବା ସହ ଏକ ମାମଲା ରୁଜୁ କରିବାକୁ ଦଳ ଦାବି କରିଛି। ସେପ୍ଟେମ୍ବେର୍‌ ୨୧ରେ ରାଫେଲ୍‌ର […]

author-image
Abinash Pati
ରାଫେଲ୍‌ ଡିଲ୍‌ ବିବାଦ: ସିଭିସିଙ୍କୁ ଭେଟିଲା କଂଗ୍ରେସ୍‌

index

ନୂଆଦିଲ୍ଲୀ: ଅତ୍ୟାଧୁନିକ ଯୁଦ୍ଧ ବିମାନ ରାଫେଲ୍‌କୁ ନେଇ ଦେଖାଦେଇଥିବା ବିବାଦ ଥମିବାର ନାଁ ନେଉନି।  ଆଜିବି ଉଭୟ କଂଗ୍ରେସ୍‌ ଓ ବିଜେପି ଉଭୟ ଉଭୟଙ୍କୁ ଆରୋପ ପ୍ରତ୍ୟାରୋପ କରିଛନ୍ତି। ରାଫେଲ୍ ଡିଲ୍‌ରେ ଘୋଟାଲା ହୋଇଥିବା ଅଭିଯୋଗରେ ଆଜି କଂଗ୍ରେସ୍‌ର ବରିଷ୍ଠ ନେତାମାନେ ସିଭିସି ବା ସେଣ୍ଟ୍ରାଲ୍ ଭିଜିଲାନ୍ସ କମିଶନରଙ୍କୁ ଭେଟିଛନ୍ତି। ରାଫେଲ୍ ଡିଲ୍ ନେଇ ହୋଇଥିବା ସମସ୍ତ ଫାଇଲକୁ ଜବତ କରିବା ସହ ଏକ ମାମଲା ରୁଜୁ କରିବାକୁ ଦଳ ଦାବି କରିଛି।

Advertisment

ସେପ୍ଟେମ୍ବେର୍‌ ୨୧ରେ ରାଫେଲ୍‌ର ପାର୍ଟନର୍‌ ହେବା ପାଇଁ ରିଲାଏନ୍‌ସର ନାମକୁ ଭାରତ ସରକାର ସୁପାରିଶ କରିଥିବା ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ସୂଚନା ଦେଇଥିଲେ। ଏହାପୂର୍ବରୁ ଅଗଷ୍ଟ ୩୦ରେ କିଛି ସପ୍ତାହ ମଧ୍ୟରେ  ଫ୍ରାନ୍ସରୁ ଅନିଲଙ୍କ ପାଇଁ ବଡ଼ ସମସ୍ୟା ଆସିବ ବୋଲି ରାହୁଲ ଟ୍ୱିଟ୍ ଜରିଆରେ ମୋଦିଙ୍କୁ ଚେତେଇ ଦେଇଥିଲେ।  ଯାହାକୁ ନେଇ ଗତକାଲି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି ରାହୁଲଙ୍କ ଉପରେ ବର୍ଷିଥିଲେ। ଅନ୍ୟପଟେ କଂଗ୍ରେସର ଅଭିଯୋଗରେ କୌଣସି ସତ୍ୟତା ନଥିବା ବିଜେପି କହିଛି।

Advertisment
Advertisment