Advertisment

କରୋନା ଆକ୍ରାନ୍ତ ବିଧାୟକ ଦେଲେ ଭୋଟ୍

ଭୋପାଳ: ଗୋଟିଏ ପଟେ କରୋନାଭାଇରସ୍ ଏବଂ ଅନ୍ୟପଟେ ରାଜ୍ୟସଭାର ୨୪ଟି ଆସନ ପାଇଁ ଶୁକ୍ରବାର ଭୋଟିଂ ପ୍ରକ୍ରିୟା ଜାରି ରହିଛି। କିନ୍ତୁ କରୋନାଭାଇରସ୍ ଭଳି ମହାମାରୀ ରୋଗ ମଧ୍ୟପ୍ରଦେଶର ଜଣେ ବିଧାୟକଙ୍କୁ ଭୋଟ୍ ଦେବାରୁ ରୋକିପାରି ନାହିଁ। କରୋନାରେ ଆକ୍ରାନ୍ତ ଥିବା କଂଗ୍ରେସର ବିଧାୟକ କୁନାଲ୍ ଚୌଧୁରୀ ରାଜ୍ୟସଭା ଭୋଟ୍ ଦେବାକୁ ଭୋପାଳସ୍ଥିତ ବିଧାନସଭାରେ ପହଞ୍ଚିଥିଲେ। କରୋନା ଆକ୍ରାନ୍ତ ଥିବା ବିଧାୟକ କୁନାଲ କରୋନାଙ୍କର ଏବେ ଚିକିତ୍ସା ଚାଲିଛି। ପ୍ରାୟ ୨୦୫ଜଣ ବିଧାୟକ ମତଦାନ ଦେବା ପରେ […]

author-image
Chandan Shishu
କରୋନା ଆକ୍ରାନ୍ତ ବିଧାୟକ ଦେଲେ ଭୋଟ୍

mp-mla

ଭୋପାଳ: ଗୋଟିଏ ପଟେ କରୋନାଭାଇରସ୍ ଏବଂ ଅନ୍ୟପଟେ ରାଜ୍ୟସଭାର ୨୪ଟି ଆସନ ପାଇଁ ଶୁକ୍ରବାର ଭୋଟିଂ ପ୍ରକ୍ରିୟା ଜାରି ରହିଛି। କିନ୍ତୁ କରୋନାଭାଇରସ୍ ଭଳି ମହାମାରୀ ରୋଗ ମଧ୍ୟପ୍ରଦେଶର ଜଣେ ବିଧାୟକଙ୍କୁ ଭୋଟ୍ ଦେବାରୁ ରୋକିପାରି ନାହିଁ। କରୋନାରେ ଆକ୍ରାନ୍ତ ଥିବା କଂଗ୍ରେସର ବିଧାୟକ କୁନାଲ୍ ଚୌଧୁରୀ ରାଜ୍ୟସଭା ଭୋଟ୍ ଦେବାକୁ ଭୋପାଳସ୍ଥିତ ବିଧାନସଭାରେ ପହଞ୍ଚିଥିଲେ।

Advertisment

କରୋନା ଆକ୍ରାନ୍ତ ଥିବା ବିଧାୟକ କୁନାଲ କରୋନାଙ୍କର ଏବେ ଚିକିତ୍ସା ଚାଲିଛି। ପ୍ରାୟ ୨୦୫ଜଣ ବିଧାୟକ ମତଦାନ ଦେବା ପରେ ଶେଷରେ କୁନାଲଙ୍କ ନମ୍ବର ଆସିଥିଲା। ସେ ଯେତେବେଳେ ସଂସଦକୁ ମତଦାନ ଦେବାକୁ ଆସିଲେ, ପୂରା ଏରିଆକୁ ସାନିଟାଇଜ୍ କରାଯାଇଥିଲା। ଭୋଟିଂ ଦେବା ଅଞ୍ଚଳ ଏବଂ ପୂରା ମୁଖ୍ୟ ଫାଟକକୁ ମଧ୍ୟ ସାନିଟାଇଜ୍ କରାଯାଇଥିଲା। ସେ ମଧ୍ୟ ପିପିଇ ସୁଟ୍ ପରିଧାନ କରିଥିଲେ ଏବଂ ତାଙ୍କ ହାତରେ କେବଳ ମୋବାଇଲ୍ ଥିଲା।

ଭୋଟ୍ ଦେବା ପାଇଁ ସେ ସଂସଦ କକ୍ଷକୁ ଯାଇଥିଲେ ଏବଂ ନିଜର ମତଦାନ ସାବ୍ୟସ୍ତ କରିଥିଲେ। ଏହା ମଧ୍ୟରେ ସଂସଦରେ ଉପସ୍ଥିତ ଅନ୍ୟ ସଦସ୍ୟ ତାଙ୍କଠାରୁ ଦୂରତା ଅବଲମ୍ବନ କରିଥିଲେ। ତେବେ କୁନାଲଙ୍କ ଭୋଟ୍ ଦେବାକୁ ନେଇ ବିଜେପି ବିଧାୟକ ହିତେଶ ବାଜପେୟୀ ଅସନ୍ତୋଷ ପ୍ରକାଶ କରିବା ସହ ନିର୍ବାଚନ ଆୟୋଗ କିପରି କରୋନା ସଂକ୍ରମିତଙ୍କୁ ଭୋଟ୍ ଦେବା ପାଇଁ ଅନୁମତି ଦେଲେ ବୋଲି ପ୍ରଶ୍ନ ମଧ୍ୟ କରିଛନ୍ତି।

Advertisment

ସୂଚନାଯୋଗ୍ୟ, ବିଧାୟକ କୁନାଲ୍ ଚୌଧୁରୀ ଜୁନ୍ ୬ ତାରିଖରେ ସାମାନ୍ୟ ଅସୁସ୍ଥ ଅନୁଭୂତ କରିଥିଲେ। ଏହାର ଚାରିଦିନ ପରେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା ଏବଂ ଜୁନ୍ ୧୨ ତାରିଖରେ ରିପୋର୍ଟ ପଜିଟିଭ୍ ଆସିଥିଲା।

COVID19 Rajya Sabha Madhya Pradesh MLA
Advertisment
Advertisment