Advertisment

ଏପ୍ରିଲ୍ ୬ରୁ ୧୪ ଯାଏ ଏହି ସ୍ଥାନରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା

ଦୁର୍ଗ: କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଛତିଶଗଡ଼ର ଦୁର୍ଗ ଜିଲ୍ଲାକୁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା ହୋଇଛି। ଏପ୍ରିଲ୍ ୬ରୁ ୧୪ ଯାଏ ଲକ୍‌ଡାଉନ୍ ନେଇ‌ ଜିଲ୍ଲାପାଳ ଘୋଷଣା କରିଛନ୍ତି। ଲକ୍‌ଡାଉନ୍ ସମୟରେ ଜରୁରୀ ସେବା ବ୍ୟତୀତ ଅନ୍ୟ ସବୁ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଲକ୍‌ଡାଉନ୍‌ ସମୟରେ ଟିକାକରଣ ପ୍ରକ୍ରିୟା ଚାଲୁ ରହିବ ବୋଲି ଦୁର୍ଗ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଅଧିକାରୀଙ୍କ ସହ ଏକ ବୈଠକ ପରେ ଦୁର୍ଗ ଜିଲ୍ଲାକୁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା ନିଷ୍ପତ୍ତି […]

author-image
Rajalaxmi Sahoo
ଏପ୍ରିଲ୍ ୬ରୁ ୧୪ ଯାଏ ଏହି ସ୍ଥାନରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା

lockdown

ଦୁର୍ଗ: କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଛତିଶଗଡ଼ର ଦୁର୍ଗ ଜିଲ୍ଲାକୁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା ହୋଇଛି। ଏପ୍ରିଲ୍ ୬ରୁ ୧୪ ଯାଏ ଲକ୍‌ଡାଉନ୍ ନେଇ‌ ଜିଲ୍ଲାପାଳ ଘୋଷଣା କରିଛନ୍ତି। ଲକ୍‌ଡାଉନ୍ ସମୟରେ ଜରୁରୀ ସେବା ବ୍ୟତୀତ ଅନ୍ୟ ସବୁ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ବାରଣ କରାଯାଇଛି।

Advertisment

ଲକ୍‌ଡାଉନ୍‌ ସମୟରେ ଟିକାକରଣ ପ୍ରକ୍ରିୟା ଚାଲୁ ରହିବ ବୋଲି ଦୁର୍ଗ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଅଧିକାରୀଙ୍କ ସହ ଏକ ବୈଠକ ପରେ ଦୁର୍ଗ ଜିଲ୍ଲାକୁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।

ଗୁରୁବାର ଛତିଶଗଡ଼ରେ ୪,୬୧୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଛତିଶଗଡ଼ର ରାଇପୁର ଓ ଦୁର୍ଗ ଜିଲ୍ଲାରେ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଗୁରୁବାର ଦୁର୍ଗ ଜିଲ୍ଲାରୁ ୯୯୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଇପୁରରୁ ୧,୩୨୭ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

Advertisment

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୦ ହଜାର ପାଖାପାଖି କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଗତବର୍ଷ ପରି ଏଥର ମଧ୍ୟ ମହରାଷ୍ଟ୍ର ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୮୯, ୧୨୯ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବାବେଳେ କେବଳ ମହାରାଷ୍ଟ୍ରରୁ ଅଛନ୍ତି ୪୭, ୮୨୭ ଜଣ।

Corona Breaking News
Advertisment
Advertisment