/odishatv-khabar/media/post_attachments/uploadimage/library/16_9/16_9_0/twitter-1_1625382297.jpg)
ନୂଆଦିଲ୍ଲୀ: ମାଇକ୍ରୋବ୍ଲଗିଂ ୱେବସାଇଟ୍ ଟ୍ୱିଟର ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଥିବା ବିବାଦ ବଢି ବଢି ଚାଲିଛି। ଦିଲ୍ଲୀ ପୋଲିସର ସାଇବର ସେଲରେ ଟ୍ୱିଟର ଏବଂ ଏହାର ଏମ୍ଡି ମନୀଶ ମାହେଶ୍ୱରୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଓକିଲ ଆଦିତ୍ୟ ସିଂହ ଦେଶୱାଲ। ଏମାନଙ୍କ ବିରୋଧରେ ସାଂପ୍ରଦାୟିକ ଘୃଣାକୁ ବ୍ୟାପକ କରୁଥିବା ଅଭିଯୋଗ ଆସିଛି।
ଏଏନଆଇ ସୂଚନା ଅନୁସାରେ, ଓକିଲ ଆଦିତ୍ୟ ସିଂହ ଦେଶୱାଲଙ୍କ ପକ୍ଷରୁ ଏପରି ଅଭିଯୋଗ କରାଯାଇଛି। ଏଥିଷ୍ଟ ରିପବ୍ଲିକ ନାମକ ଏକ ହାଣ୍ଡେଲ ଦ୍ୱାରା ସେୟାର କରାଯାଇଥିବା ଏକ ପୋଷ୍ଟ ଉପରେ ଏପରି ଅଭିଯୋଗ ଆଣିଛନ୍ତି ଆଦିତ୍ୟ । ଅଭିଯୋଗରେ ସେ ଦର୍ଶାଇଛନ୍ତି, ଟ୍ୱିଟର ୟୁଜରଙ୍କ ପକ୍ଷରୁ ଶେୟାର କରାଯାଇଥିବା ପୋଷ୍ଟରେ ଥିବା ସାମଗ୍ରୀ କେବଳ ଅପମାନଜନକ ନ ଥିଲା ବରଂ ସମାଜରେ ଭୟ, ଶତ୍ରୁତା, ଦ୍ୱେଷ, ଦୁର୍ଭାବନା, ସମସ୍ୟା, ଅପମାନ, ପ୍ରତିବନ୍ଧକ ତଥା ଅପରାଧିକ ଉଦ୍ଦେଶ୍ୟରେ ପୋଷ୍ଟ କରାଯାଇଥିଲା।
ଓକିଲ ଜଣ ନିଜ ଅଭିଯୋଗରେ ଆହୁରି ଦର୍ଶାଇଛନ୍ତି, ‘ଏହା ଏଠାରେ ଉଲ୍ଲେଖ କରିବା ଅନୁଚିତ୍ ହେବ ନାହିଁ ଯେ, ଏହି ପୋଷ୍ଟ ଟ୍ୱିଟର ୟୁଜର ଦ୍ୱାରା ଜାଣିଶୁଣି ହିନ୍ଦୁଙ୍କ ଧାର୍ମିକ ଭାବନାକୁ ଆଘାତ ଦେବା ଏବଂ ଅପମାନିତ କରିବା ଉଦ୍ଦେଶ୍ୟରେ ଶେୟାର କରାଯାଇଛି। ଅଭିଯୋଗକାରୀ ଟ୍ୱିଟର କମ୍ୟୁନିକେଶନ ଇଣ୍ଡିଆ ପ୍ରାଇଭେବଟ ଲି., ଟ୍ୱିଟର ଇଣ୍ଡିଆ ଏମ୍ଡି ମନୀଶ ମାହେଶ୍ୱରୀ, ଟ୍ୱିଟର ଇଣ୍ଡିଆର ପବ୍ଲିକ ପଲିସି ମ୍ୟାନେଜରଙ୍କ ସହ ରିପବ୍ଲିକ ଏଥିଷ୍ଟଙ୍କ ସଂସ୍ଥାପନ ଆର୍ମିନ ନବାବୀ ଏବଂ ସିଇଓଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ଦାବି କରିଛନ୍ତି।
ଅଭିଯୋଗକାରୀ ଓକିଲ ଆହୁରି କହିଛନ୍ତି, ଟ୍ୱିଟର ଏକ ମହତ୍ୱପୂର୍ଣ୍ଣ ସୋଶାଲ ମିଡିଆ ଇଣ୍ଟରମିଡିଆରୀ ଭାବେ ଏପରି ପୋଷ୍ଟକୁ ହଟାଇବା ପାଇଁ କୌଣସି ପଦକ୍ଷେପ ନେଇ ନାହିଁ। ଟ୍ୱିଟର ଭାରତୀର ନିୟମକୁ ଘୋର ଉଲ୍ଲଘଂନ କରିବା ସହ ଅପରାଧକୁ ପ୍ରୋତ୍ସାହନ ଦେବାପରି କାମ କରୁଛି।’
ସୂଚନାଥାଉ କି, ଏହା ପୂର୍ବରୁ ଟ୍ୱିଟର ବିରୋଧରେ ମାମଲା ରୁଜୁ ହୋଇଥିଲା । ଶିଶୁ ଯୌନ ଅଶ୍ଳୀଳତା ଅଭିଯୋଗରେ ଦିଲ୍ଲୀରେ ଏହି ମାମଲା ରୁଜୁ ହୋଇଛି । ଟ୍ୱିଟର ବିରୋଧରେ ଏହା ୪ର୍ଥ ମାମଲା। ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ ବା NCPCRଙ୍କ ଅଭିଯୋଗ କ୍ରମେ ଦିଲ୍ଲୀ ପୋଲିସର ସାଇବର ସେଲ ପକ୍ଷରୁ ଏହି ମାମଲା ରୁଜୁ ହୋଇଛି । ଶିଶୁଙ୍କୁ ନେଇ କିଛି ଅଶ୍ଳୀଳତା ଟ୍ୱିଟରରେ ବାରମ୍ବାର ପୋଷ୍ଟ କାରଯାଉଥିବା NCPCR ଅଭିଯୋଗ କରିଛି ।
କେନ୍ଦ୍ର ସରକାରଙ୍କ ନୂଆ ଆଇଟି ନିୟମକୁ ଟ୍ୱିଟର ଜାଣିଶୁଣି ଅମାନ୍ୟ କରୁଛି ବୋଲି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଅଭିଯୋଗ କରିଥିବା ବେଳେ ଏବେ କେନ୍ଦ୍ର ସରକାରଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇ ଟ୍ୱିଟର ରବିବଶଙ୍କର ଟ୍ୱିଟର ଆକାଉଣ୍ଟକୁ ଗୋଟିଏ ଘଣ୍ଟା ପାଇଁ ଅଚଳ କରିଦେଇଥିଲା। ସେତିକି ନୁହେଁ, ମାନଚିତ୍ରରେ ଜାମ୍ମୁ ଓ କାଶ୍ମୀରକୁ ଭାରତରୁ ଅଲଗା ଏବଂ ସ୍ୱତନ୍ତ୍ର ଦେଶ ଭାବେ ଦର୍ଶାଯାଇଥିଲା ଟ୍ୱିଟର ।। ଏହି ଭୁଲ ମ୍ୟାପ୍ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ, ସାରା ଦେଶରେ କଡ଼ା ପ୍ରତିକ୍ରିୟା ଦେଖାଦେଇଛି ।
ସେତିକି ନୁହେଁ, ଗତବର୍ଷ ଲଦାଖ ସ୍ଥିତ ଲେହ ଅଂଚଳକୁ ଚୀନ ସୀମା ଭିତରେ ଥିବା ଦର୍ଶାଇଥିଲା ଏହି ମାଇକ୍ରୋବ୍ଲଗିଂ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)