Advertisment

ବଦଳିପାରେ ଝିଅଙ୍କ ବିବାହର ସର୍ବନିମ୍ନ ବୟସ ସୀମା

ନୂଆଦିଲ୍ଲୀ: ବଦଳିଯିବ କି ଝିଅମାନଙ୍କ ବିବାହର ସର୍ବନିମ୍ନ ବୟସ ସୀମା ? ଆଜି ୭୪ତମ ସ୍ୱାଧୀନତା ଦିବସରେ ଦେଶବାସୀଙ୍କୁ ସମ୍ବୋଧନ କଲାବେଳେ ଏନେଇ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ଆଜି ଦିଲ୍ଲୀର ଲାଲ୍‌ କିଲାରେ ଦେଶବାସୀଙ୍କୁ ସମ୍ବୋଧନ କଲାବେଳେ ଏନେଇ ମୋଦି କହିଛନ୍ତି, “ ଆମ ଝିଅମାନଙ୍କର ବିବାହ ପାଇଁ ସର୍ବନିମ୍ନ ବୟସ ସୀମା କେତେ ହେବା ଦରକାର ତା ଉପରେ ବିଚାର ବିମର୍ଶ କରିବା ପାଇଁ ଏକ କମିଟି ଗଠନ ହୋଇଛି। ଏହି କମିଟି […]

author-image
Abinash Pati
ଅଦ୍ୟତନ ହୋଇଛି
ବଦଳିପାରେ ଝିଅଙ୍କ ବିବାହର ସର୍ବନିମ୍ନ ବୟସ ସୀମା

marrage

ନୂଆଦିଲ୍ଲୀ: ବଦଳିଯିବ କି ଝିଅମାନଙ୍କ ବିବାହର ସର୍ବନିମ୍ନ ବୟସ ସୀମା ? ଆଜି ୭୪ତମ ସ୍ୱାଧୀନତା ଦିବସରେ ଦେଶବାସୀଙ୍କୁ ସମ୍ବୋଧନ କଲାବେଳେ ଏନେଇ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Advertisment

 ଆଜି ଦିଲ୍ଲୀର ଲାଲ୍‌ କିଲାରେ ଦେଶବାସୀଙ୍କୁ ସମ୍ବୋଧନ କଲାବେଳେ ଏନେଇ ମୋଦି କହିଛନ୍ତି, ଆମ ଝିଅମାନଙ୍କର ବିବାହ ପାଇଁ ସର୍ବନିମ୍ନ ବୟସ ସୀମା କେତେ ହେବା ଦରକାର ତା ଉପରେ ବିଚାର ବିମର୍ଶ କରିବା ପାଇଁ ଏକ କମିଟି ଗଠନ ହୋଇଛି। ଏହି କମିଟି ରିପୋର୍ଟ ଦେବା ପରେ ଉଚିତ୍‌ ପଦକ୍ଷେପ ନିଆଯିବ।

 ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ମହିଳାମାନଙ୍କୁ ଆତ୍ମନିର୍ଭର କରିବା ଓ ନିଯୁକ୍ତି ଦେବା ପାଇଁ ଦେଶ ପ୍ରତିଶ୍ରୁତି ବଦ୍ଧ।  ଏ ନେଇ ସେ କହିଛନ୍ତି “ ଯେତେବେଳେ ଜଣେ ମହିଳାଙ୍କୁ ସୁଯୋଗ ମିଳିଛି, ସେତେବେଳେ ସେ ଦେଶବିଦେଶର ଭାରତକୁ ଗର୍ବିତ କରିଛନ୍ତି। ଆଜି ଦେଶ ସେମାନଙ୍କୁ ଆତ୍ମନିର୍ଭର କରିବା ଓ ନିଯୁକ୍ତି କ୍ଷେତ୍ରରେ ସମାନ ଯୁଯୋଗ ଦେବା ସ୍ଥିର କରିଛି। ଆଜି ମହିଳାମାନେ କୋଇଲା ଖଣିରେ କାମ କଲେଣି, ଫାଇଟର ପ୍ଲେନ୍‌ ଉଡ଼ାଇ ଆମ ଝିଅମାନେ ଏବେ ଆକାଶକୁ ଛୁଇଁଲେଣି।”

Advertisment

Advertisment
Advertisment