/odishatv-khabar/media/post_attachments/uploadimage/library/16_9/16_9_0/bharati-sing_1625092533.jpg)
bharati-sing
ମୁମ୍ବାଇ: ଶେଷରେ ଗିରଫ ହେଲେ ହିନ୍ଦୀ କମେଡି ତାରକା ଭାରତୀ ସିଂହ। ଏହା ପୂର୍ବରୁ ଡ୍ରଗ୍ସ କାରବାର ମାମଲାରେ ଭାରତୀ ସିଂହ ଓ ତାଙ୍କ ପତି ହର୍ଷ ଲିମ୍ବାଚିଆଙ୍କୁ ଅଫିସ୍ ଡକାଇ ପଚାରଉଚରା କରାଯାଇଥିଲା। ପଚରାଉଚରା ବେଳେ ସେ ଡ୍ରଗ୍ସ ନେଉଥିବା ସ୍ୱୀକାର କରିବା ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ତାଙ୍କୁ ଗିରଫ କରିଛି। ହର୍ଷ ଲିମ୍ବାଚିଆଙ୍କୁ ବର୍ତ୍ତମାନ ପଚରଉଚରା ଜାରି ରହିଛି।
ତେବେ ଏହା ପୂର୍ବରୁ ଏନ୍ସିବି ଭାରତୀ ସିଂହ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କ ଘରେ ରେଡ୍ କରିଥିଲା। ଖବର ଅନୁସାରେ ଚଢ଼ାଉ ବେଳେ ଭାରତୀଙ୍କ ଘରୁ ଗଞ୍ଜେଇ ସହିତ କିଛି ମାଦକ ଦ୍ରବ୍ୟ ଜବତ ହୋଇଥିଲା। ଏହାପରେ ଦୁଇଜଣଙ୍କୁ ପଚରାଉଚରା ପାଇଁ ଅଫିସ୍ ଡକାଯାଇଥିଲା। କିଛି ଦିନ ତଳେ ଜଣେ ଡ୍ରଗ୍ସ ପେଡଲରଙ୍କୁ ପଚରାଉଚରା ବେଳେ ଭାରତୀ ସିଂଙ୍କ ନାଁ ସାମ୍ନାକୁ ଆସିଥିଲା।
ସୂଚନା ଥାଉକି, ଲୋକପ୍ରିୟ ରିଆଲିଟି ଶୋ', ଦି କପିଲ ଶର୍ମା ଶୋ'ରେ ଭାରତୀ ଅଭିନୟ କରୁଛନ୍ତି। ଏଥିସହ କିଛି ଡାନ୍ସ ରିଆଲିଟି ଶୋ' ଏବଂ ସିଙ୍ଗିଙ୍ଗ କମ୍ପିଟିସନରେ ବି ଭାରତୀ ଏବଂ ତାଙ୍କ ସ୍ୱାମୀ ହର୍ଷ ହୋଷ୍ଟ କରୁଛନ୍ତି।
ଅନ୍ୟପଟେ ଡ୍ରଗ୍ସ କାରବାରେ ଏନ୍ସିବି ଲୋଖଣ୍ଡୱାଲା ଓ ବର୍ସୋଭା ସହିତ ଅନ୍ୟ ତିନୋଟି ଅଲଗା ଅଲଗା ସ୍ଥାନରେ ଚଢ଼ାଉ ଜାରି ରଖିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)