/odishatv-khabar/media/post_attachments/uploadimage/library/16_9/16_9_0/chirag_1625494758.jpg)
chirag
ପାଟନା: ବିହାର ରାଜନୀତିକୁ ନେଇ ସାରା ଦେଶରେ ଏବେ ଜୋରଦାର ଚର୍ଚ୍ଚା । ବିହାର ରାଜନୀତିରେ ଚାଲିଛି ହାଇ ପ୍ରୋଫାଇଲ ଡଆମା । ଲୋକ ଜନଶକ୍ତି ପାର୍ଟିରେ ଦିନକୁ କନ୍ଦଳ ବଢ଼ୁଛି । ଆଉ ଦଳୀୟ କନ୍ଦଳ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି । ଦାଦା ପଶୁପତି କୁମାର ପାରସ ଓ ପୁତୁରା ଚିରାଗ ପାଶଓ୍ୱାନଙ୍କ ମଧ୍ୟରେ ଚାଲିଛି ଜୋରଦାର ଟକ୍କର । ଉଭୟଙ୍କ ମଧ୍ୟରେ ଚାଲିଛି ରାଜନୀତୈକ ଛକାପଞ୍ଝା । କେହି କାହାକୁ ଛାଡ଼ିବାକୁ ନାରାଜ । ସବୁଠାରୁ ବଡ଼ କଥା ହେଲା, ଲୋକ ଜନଶକ୍ତି ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ଏବେ ଚିରାଗଙ୍କୁ ବିଦା କରାଯାଇଛି । ଆଉ ତାଙ୍କ ସ୍ଥାନରେ ଦାଦା ପଶୁପତିଙ୍କୁ ଦଳର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇଛି ।
ଏହାକୁ ନେଇ ଏବେ ବିହାର ରାଜନୀତିରେ ଜୋରଦାର ଚର୍ଚ୍ଚା ଚାଲିଛି । ଏମିତିକି ଚିରାଗଙ୍କ ସମର୍ଥକମାନେ ପାର୍ଟି ଅଫିସ୍ରେ ଭଙ୍ଗାରୁଜା ମଧ୍ୟ କରିଥିବା ଖବର ସାମ୍ନାକୁ ଆସିଛି । ସୋମବାର ଚିରାଗଙ୍କୁ ଦଳର ସଂସଦୀୟ ଦଳ ନେତା ପଦରୁ ମଧ୍ୟ ହଟାଯାଇଥିଲା ।
ଅନ୍ୟପଟେ ପଶୁପତିଙ୍କୁ ସମର୍ଥନ କରୁଥିବା ୫ ସାଂସଦଙ୍କୁ ମଧ୍ୟ ଦଳରୁ ଚିରାଗ ନିଲମ୍ବନ କରିଥିବା ଜଣାପଡ଼ିଛି । ପଶୁପତିଙ୍କ ଆଚହରଣରେ କ୍ଷୁବ୍ଧ ହୋଇ ଚିରାଗ ଗୋଷ୍ଠି କୈନ୍ଦ୍ରିକ ରାଜନୀତି କରିବାକୁ ବାଧ୍ୟ ହୋଇଛନ୍ତି ବୋଲି କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)