/odishatv-khabar/media/post_attachments/uploadimage/library/16_9/16_9_0/chirag_1625243688.jpg)
chirag
ପାଟନା: ବାପାଙ୍କୁ ହରାଇବା ପରେ ପୁଅ କେମିତି ବେସାହାରା ମନେ କରେ ତାହା ଶବ୍ଦରେ ପ୍ରକାଶ କରିବା କଷ୍ଟକର। କେନ୍ଦ୍ରମନ୍ତ୍ରୀ ରାମ ବିଲାସ ପାଶ୍ୱାନ ଦେହାନ୍ତ ପରେ ତାଙ୍କ ପୁଅ ଚିରାଗ ପାଶ୍ୱାନଙ୍କ ଅବସ୍ଥା ବି ଠିକ୍ ସେହିପରି। ବାପାଙ୍କ ବିୟୋଗରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି ଚିରାଗ। ଆଜି ରାମ ବିଲାଶଙ୍କର ଅନ୍ତିମ ସଂସ୍କାରରେ ମୁଖାଗ୍ନି ବେଳେ ଧୈର୍ଯ୍ୟ ରଖି ପାରିନଥିଲେ ଚିରାଗ। ମୁଖାଗ୍ନି ଦେବା ପରେ ପରେ ହିଁ ସେ ସେଇଠି ଅଚେତ୍ ହୋଇପଡ଼ିଥିଲେ। ରାମ ବିଲାଶ ପାଶ୍ୱାନଙ୍କ ଅନ୍ତିମ ବିଦାୟ ବେଳର ଏହି ଦୁଃଖଦ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି।/odishatv-khabar/media/post_attachments/wp-content/uploads/2020/10/10223220/fs.jpg)
ଭିଡିଓରେ ଦେଖାଯାଉଥିବା ଦୃଶ୍ୟରେ ଚିରାଗ ବାପାଙ୍କୁ ମୁଖାଗ୍ନି ଦେବା ପାଇଁ ବିଧି ଅନୁସାରେ ଜୁଇ ଚାରିପଟେ ବୁଲିଥିଲେ। ଏହାପରେ ମୁଖାଗ୍ନି ଦେବା ମାତ୍ରେ ଅଚେତ୍ ହୋଇ ତଳେ ପଡ଼ିଯାଇଥିଲେ। ଏହି ସମୟରେ ତାଙ୍କ ଭାଇ ତାଙ୍କୁ ଧରି ପକାଇଥିଲେ। ବର୍ତ୍ତମାନ ସେ ବିପଦ ମୁକ୍ତ ଅଛନ୍ତି। ଅତ୍ୟଧିକ ଖରା ଓ ଗୁଳୁଗୁଳି ସାଙ୍ଗକୁ ସେ ଦୀର୍ଘ ଘଣ୍ଟା ଧରି ବାପାଙ୍କ ପାର୍ଥିବ ଶରୀର ପାଖରେ ଛିଡ଼ା ହୋଇଥିଲେ। ଏଥିସହ ବାପାଙ୍କୁ ହରାଇବାର ଦୁଃଖ ସହି ନ ପାରି ସେ ଅଚେତ ହୋଇପଡ଼ିଥିଲେ ବୋଲି ତାଙ୍କ ସମ୍ପର୍କୀୟଙ୍କ ଠାରୁ ସୂଚନା ମିଳିଛି।
Heartbreaking video of Chirag Paswan who fell unconscious while lighting the funeral pyre of father Ram Vilas Paswan
ॐ शांति 🙏 😰😥😭
May Ishwar give him strength to fight it pic.twitter.com/5Oj86wOV8Q— Mihir Jha ✍️ (@MihirkJha) October 10, 2020
ଗୁରୁବାର ଦିନ ରାମ ବିଲାଶ ପାଶ୍ୱାନ ଦିଲ୍ଲୀର ଏକ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷୀୟ ବୟସ ହୋଇଥିଲା। ଆଜି ପାଟନାର ଗଙ୍ଗା ନଦୀ କୂଳ ଦିଘା ଘାଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)