/odishatv-khabar/media/post_attachments/uploadimage/library/16_9/16_9_0/china-corona_1620633509.jpg)
china corona
ବେଜିଂ: ଚୀନର ଲ୍ୟାବରେ କରୋନା ଭାଇରସ କୋଭିଡ-୧୯ ବିକଶିତ ହୋଇଛି । ଏପରି ଅଭିଯୋଗକୁ ନେଇ ଅନେକ ଦିନରୁୁ ଚାଇନା ସମସ୍ତଙ୍କ ଟାର୍ଗେଟରେ ଅଛି । ଏବେ ଚାଇନା ବିରୋଧରେ ଆସିଛି ଆଉ ଏକ ଗୁରୁତର ଅଭିଯୋଗ । କରୋନା ଭାଇରସ ସାରା ପୃଥିବୀକୁ ଦୋହଲାଇ ରଖି ଦେଇଛି । ହେଲେ ଏହାର ବହୁ ପୂର୍ବରୁ ଅର୍ଥାତ୍ ୨୦୧୫ରେ ଚୀନ ବୈଜ୍ଞାନିକ ଏବଂ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଦ୍ୱାରା ଲିଖିତ ଏକ ଦସ୍ତାବିଜ ସାମ୍ନାକୁ ଆସିଛି, ଯେଉଁ ଦସ୍ତାବିଜରେ କୁହାଯାଇଛି, ୨୦୧୫ରୁ ଚୀନର ବୈଜ୍ଞାନିକମାନେ କରୋନା ଭାଇରସକୁ ହତିଆର ଭାବେ ବ୍ୟବହାର କରିବାକୁ ଆଲୋଚନା କରୁଥିଲେ । କୋଭିଡ-୧୯ ମହାମାରୀ ସାର୍ସ କୋଭ-୨(SARS-Co V-2) ନାମକ ଭାଇରସରୁ ଡିସେମ୍ବର ୨୦୧୯ରେ ସୃଷ୍ଟି ହୋଇଥିଲା ।
ଏହି ସାର୍ସ କରୋନା ଭାଇରସକୁ ନୂଆ ଯୁଗର ଏକ ଜେନେଟିକ ଅସ୍ତ୍ର ଭାବେ ବ୍ୟବହାର କରାଯାଇ ପାରିବ । କୃତ୍ରିମଭାବେ ପ୍ରସ୍ତୁତ ଏହି ନୂଆ ଭାଇରସ ମଣିଷ ପାଇଁ ଘାତକ ସାଜିପାରେ । Weekend Australian ରେ ପ୍ରକାଶିତ ଏକ ତଥ୍ୟରୁ ଜଣାଯାଏ ତୃତୀୟ ବିଶ୍ବ ଯୁଦ୍ଧରେ ଜୈବିକ ହତିଆର ଭାବେ ଏହି ନୂଆ ଭାଇରସକୁ ବ୍ୟବହାର କରାଯିବା ନେଇ ଚୀନ ବୈଜ୍ଞାନିକମାନେ ଚର୍ଚ୍ଚା କରୁଥିଲେ । ଦସ୍ତାବିଜରୁ ଚୀନର ଚାଲବାଜି ଧରାପଡି ଯାଇଛି ଯେ, ଚୀନ ସେନାର ବୈଜ୍ଞାନିକାନେ ସାର୍ସ କରୋନା ଭାଇରସକୁ ଅସ୍ତ୍ର ଭାବେ ବ୍ୟବହାର କରିବାକୁ ଚର୍ଚ୍ଚା କରୁଥିଲେ ।
ଏହି ତଥ୍ୟ news.com.auରେ ବି ପ୍ରକାଶ ପାଇଛି । ଅଷ୍ଟ୍ରେିଲିୟାନ ଷ୍ଟ୍ରେଟଜିକ୍ ପଲିସି ଇନ୍ଷ୍ଟିଚ୍ୟୁଟର କାର୍ଯ୍ୟକାରୀ ନିର୍ଦ୍ଦେଶକ ପିଟର ଜେନିଙ୍ଗସ୍ ମିଡିଆକୁ ସୂଚନା ଦେଇ କହିଛନ୍ତି, କରୋନାର ଉତ୍ପତି ସ୍ଥଳ ଚାଇନା ବୋଲି ସନ୍ଦେହ କରଯାଉଥିବାବେଳେ ଏହାର ସତ୍ୟତାକୁ ଏହି ଦସ୍ତାବିଜ ପ୍ରମାଣିତ କରିବ । ଏହି ଦସ୍ତାବିଜରେ ସ୍ପଷ୍ଟ ଉଲ୍ଲେଖ ରହିଛି ଯେ, ଚୀନ ବୈଜ୍ଞାନିକମାନେ କରୋନା ଭାଇରସର ବିଭିନ୍ନ ଷ୍ଟ୍ରେନକୁ ସେନାର ଅସ୍ତ୍ର ଭାବେ ବ୍ୟବହାର କରାଯିବା ନେଇ ଚର୍ଚ୍ଚା ହୋଇଥିଲା ।
ଏଠି କହି ରଖିବୁ, ଚୀନର ଉହାନ ସହରର ଏକ ଜୈବିକ ପରୀକ୍ଷାଗାର ନିକଟରୁ ପ୍ରଥକ କରୋନା ଆକ୍ରାନ୍ତ ବ୍ୟକ୍ତି ଚିହ୍ନଟ ହୋଇଥିଲେ । ଚାଇନାର ଏହି ଲ୍ୟାବରେ କୃତ୍ରିମଭାବେ ଏହି ଭାଇରସର ସଷ୍ଟି ବୋଲି କୁହାଯାଉଥିଲା । ହେଲେ ଚାଇନା ଏହାକୁ ଖଣ୍ଡନ କରି ଆସୁଥିଲା । ଏହାକୁ ନେଇ ଆମେରିକା-ଚୀନ ମୁହାଁମୁହିଁଁ ହେବା ପରେ ଅଧିକାଂଶ ରାଷ୍ଟ୍ର ଚାଇନାକୁ ବିରୋଧ କରିଥିଲେ । ଏପରିକି ଚୀନ ସହ ବ୍ୟବାସାୟିକ ସମ୍ପର୍କ କାଟିଦେଇଥିଲେ । ଏବେ ଏହି ଭାଇରସକୁ ନେଇ ସାରା ବିଶ୍ବ ଲଢୁଥିବାବେଳେ ଚାଇନାର ସ୍ଥିତି ସ୍ୱାଭାବିକ ଥିବା କୁହାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)