/odishatv-khabar/media/post_attachments/uploadimage/library/16_9/16_9_0/jinping_1625119769.jpg)
jinping
ପେଇଚିଙ୍ଗ୍ : ବିଦେଶୀ ଶକ୍ତିକୁ ସି ଜିନପିଙ୍ଗଙ୍କ ଚେତାବନୀ । ଚୀନରେ କ୍ଷମତାଶୀନ କମ୍ୟୁନିଷ୍ଟ ପାର୍ଟି ୧ ଜୁଲାଇ ଅର୍ଥାତ୍ ଆଜି ନିଜର ୧୦୦ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଏପରି କଡ଼ା ସନ୍ଦେଶ ଦେଇଛନ୍ତି ରାଷ୍ଟ୍ରପତି । ପ୍ରତିଷ୍ଠା ଦିବସ ଅବସରରେ ରାଷ୍ଟ୍ରପତି ସି ଜିନପିଙ୍ଗ ଜନସାଧାରଣଙ୍କୁ ସମ୍ବୋଧିତ କରିଛନ୍ତି । ବେଜିଂରେ ଆୟୋଜିତ ଏହି ବିଶାଳ ଉତ୍ସବରେ ଆମେରିକା ସମେତ ସମସ୍ତ ବିଦଶୀ ଶକ୍ତିକୁ ରାଷ୍ଟ୍ରପତି ସି ଜିନପିଙ୍ଗ ଖୋଲା ଚେତାବନୀ ଦେଇଛନ୍ତି । ଚୀନ ପାଇଁ ସମସ୍ୟା ସୃଷ୍ଟି କରିବାର ସମୟ ସମାପ୍ତ ହୋଇଛି । କୌଣସି ବିଦେଶୀ ଶକ୍ତି ଆଖି ଉଠାଇ ଦେଖିବା ଓ ଦମନ କରିବାକୁ ଚେଷ୍ଟା କଲେ ଉଚିତ୍ ଜବାବ୍ ମିଳିବ ବୋଲି କହିଛନ୍ତି ।
ଚୀନ ଉପରେ କୌଣସି ବିଦେଶୀ ଶକ୍ତି ଅଧିକାର ସାବ୍ୟସ୍ତ କରିବାକୁ ଚେଷ୍ଟା କଲେ, ପ୍ରଥମେ ତାଙ୍କୁ ଦେଶର ୧.୪ ଆରବ ଲୋକଙ୍କ ସହ ମୁକାବିଲା କରିବାକୁ ପଡ଼ିବ । ଏହିପରି ବିଦେଶୀ ଶକ୍ତିମାନଙ୍କୁ ଚୀନ ନିଜ ଭାଷାରେ ଉତ୍ତର ଦେଇଜାଣେ ବୋଲି କହିଛନ୍ତି । ଭାରତ ମାଟି ଉପରେ ନଜର ପକାଉଥିବା ଚୀନ୍ ରାଷ୍ଟ୍ରପତି ଦାବି କରିଛନ୍ତି, ଆମେ କାହାକୁ ଦମନ କରି ନାହୁଁ କି ଆଖି ଦେଖାଇବାକୁ ଚେଷ୍ଟା କରୁନି । ଆଗାମୀ ସମୟରେ ବି ଏପରି କାର୍ଯ୍ୟ କରିବ ନାହିଁ ଦେଶ ବୋଲି କହିଛନ୍ତି ଚୀନ୍ ରାଷ୍ଟ୍ରପତି ।
ଆମେରିକା ଏବଂ ତାଇୱାନର ନାମ ନନେଇ ସି ଜିନପିଙ୍ଗ କଡ଼ା ଚେତାବନୀ ଦେଇଛନ୍ତି । ଆଞ୍ଚଳିକ ଏକତା ଏବଂ ସାର୍ବଭୌମତ୍ୱ ରକ୍ଷା କରିବାକୁ ଚୀନ୍ର ଉଦ୍ଦେଶ୍ୟ ଏବଂ ଅପୂର୍ବ ଶକ୍ତିକୁ କେହି ଅବମାନନା କରିବା ଉଚିତ୍ ନୁହେଁ ବୋଲି କହିଛନ୍ତି । ଦେଶର ସୁରକ୍ଷା ତଥା ବିକାଶ ପାଇଁ ସେନାବାହିନୀ ନିର୍ମାଣ କରିଛି ଚୀନ୍ ଏବଂ ଏହାକୁ ବିଶ୍ୱ ସ୍ତରୀୟ କରିବା ପ୍ରୟାସ କରାଯାଉଛି । ଚୀନ୍ ସର୍ବଦା ଶାନ୍ତି, ବିଶ୍ୱ ବିକାଶ ଏବଂ ଅନ୍ତର୍ଜାତୀୟ ବ୍ୟବସ୍ଥାର ସୁରକ୍ଷା ପାଇଁ କାର୍ଯ୍ୟ କରିଆସୁଛି । ସମୃଦ୍ଧ ସମାଜ ଗଠନ ପାଇଁ ଚୀନ୍ ଶତାବ୍ଦୀର ଲକ୍ଷ୍ୟ ହାସଲ କରିସାରିଛି । ସି ଜିନପିଙ୍ଗଙ୍କ ଏହି ବିବୃତ୍ତି ଏପରି ଏକ ସମୟରେ ଆସିଛି, ଯେତେବେଳେ ହଂକଂ, ଉଇଗର ମୁସଲମାନ, ଲଦାଖ ଏବଂ ତାଇୱାନ ଉପରେ ଚୀନର ନୀତିକୁ ସମଗ୍ର ବିଶ୍ୱ ସମାଲୋଚନା କରୁଛି ।
ସୂଚନାଯୋଗ୍ୟ ସି ଜିନପିଙ୍ଗ କେନ୍ଦ୍ରୀୟ ସାମରିକ ଆୟୋଗର ଚେୟାରମ୍ୟା ଅଟନ୍ତି । ଚୀନ୍ ସେନାର ନିୟନ୍ତ୍ରଣକୁ ତାଙ୍କ ହାତରେ । ସି ଜିନପିଙ୍ଗ ରାଷ୍ଟ୍ରପତି ହେବା ପରଠାରୁ ଚୀନ୍ କମ୍ୟୁନିଷ୍ଟ ପାର୍ଟିର ସଦସ୍ୟଙ୍କ ସଂଖ୍ୟା ବହୁତ ବୃଦ୍ଧି ପାଇଛି । ବର୍ତ୍ତମାନ ସିପିସିର ୯ କୋଟିରୁ ଅଧିକ ସଦସ୍ୟ ଅଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)