Advertisment

କରୋନା ଭାଇରସ୍‌ ଥିବା ଦର୍ଶାଇ ଭାରତ ଠାରୁ ମାଛ ଆମଦାନୀ ଉପରେ ରୋକ ଲଗାଇଲା ଚାଇନା

ନୂଆଦିଲ୍ଲୀ: ଭାରତ ଠାରୁ ମାଛ ଆମଦାନୀ ଉପରେ ରୋକ ଲଗାଇଲା ଚାଇନା। ଭାରତୀୟ ମାଛରେ କରୋନା ଭାଇରସ ଥିବା ଦର୍ଶାଇ ଚାଇନା ମାଛ ଆମଦାନୀ ଉପରେ ରୋକ ଲଗାଇଛି। ଚାଇନା କଷ୍ଟମ ଅଫିସରଙ୍କ କହିବା ଅନୁଯାୟୀ ୩ଟି ସାମ୍ପଲରେ କରୋନା ଭାଇରସ ଜଣାପଡ଼ିଥିଲା। ଏହାପରେ ମାଛ ଆମଦାନୀ ଉପରେ ଅସ୍ଥାୟୀ ବ୍ୟାନ ଲଗାଯାଇଛି। ସୂଚନା ଅନୁସାରେ, ନଭେମ୍ବର ୧୧ ବା ଗତକାଲି ଭାରତର ବାସୁ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ମାଛର ସାମ୍ପଲ ଟେଷ୍ଟ କରିବା ପରେ କରୋନା ପଜିଟିଭ୍ ଚିହ୍ନଟ […]

ଅଦ୍ୟତନ ହୋଇଛି
କରୋନା ଭାଇରସ୍‌ ଥିବା ଦର୍ଶାଇ ଭାରତ ଠାରୁ ମାଛ ଆମଦାନୀ ଉପରେ ରୋକ ଲଗାଇଲା ଚାଇନା

fish

Advertisment

ନୂଆଦିଲ୍ଲୀ: ଭାରତ ଠାରୁ ମାଛ ଆମଦାନୀ ଉପରେ ରୋକ ଲଗାଇଲା ଚାଇନା। ଭାରତୀୟ ମାଛରେ କରୋନା ଭାଇରସ ଥିବା ଦର୍ଶାଇ ଚାଇନା ମାଛ ଆମଦାନୀ ଉପରେ ରୋକ ଲଗାଇଛି।

Advertisment

ଚାଇନା କଷ୍ଟମ ଅଫିସରଙ୍କ କହିବା ଅନୁଯାୟୀ ୩ଟି ସାମ୍ପଲରେ କରୋନା ଭାଇରସ ଜଣାପଡ଼ିଥିଲା। ଏହାପରେ ମାଛ ଆମଦାନୀ ଉପରେ ଅସ୍ଥାୟୀ ବ୍ୟାନ ଲଗାଯାଇଛି।

ସୂଚନା ଅନୁସାରେ, ନଭେମ୍ବର ୧୧ ବା ଗତକାଲି ଭାରତର ବାସୁ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ମାଛର ସାମ୍ପଲ ଟେଷ୍ଟ କରିବା ପରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲା। ବରଫରେ ଥିବା କଟା ମାଛରୁ ଏହି ଭାଇରସ ଚିହ୍ନଟ ହୋଇଥିଲା ବୋଲି କୁହାଯାଉଛି। ଏହାପରେ ଗୋଟିଏ ସପ୍ତାହ ପାଇଁ ମାଛ ଆମଦାନୀ ଉପରେ ରୋକ୍‌ ଲଗାଇଛି ଚୀନ। ସପ୍ତାହ ପରେ ପୁଣିଥରେ ମାଛ ଆମଦାନୀ ଆରମ୍ଭ ହେବ ବୋଲି ଚାଇନା କଷ୍ଟମ ବିଭାଗ ପକ୍ଷରୁ କୁହାଯାଇଛି।

Advertisment

ତେବେ ମାଛ ଆମଦାନୀରେ ସପ୍ତାହ ପାଇଁ ବ୍ୟାନ ଲଗାଇବା ଉପରେ ପ୍ରଶ୍ନ ଉଠିଛି। ସତରେ ଭାରତୀୟ ମାଛରେ କରୋନା ଭୂତାଣୁ ଚିହ୍ନଟ ହୋଇଛି ନାଁ ଭାରତର ମାଛ ଶିଳ୍ପକୁ ବଦନାମ କରିବା ଓ ଭାରତକୁ ବ୍ୟବସାୟିକ କ୍ଷତି ପହଞ୍ଚିବାଇ ଉଦ୍ଦେଶ୍ୟର ଏହା ଚାଇନା ହୀନ ଚକ୍ରାନ୍ତ ସେ ନେଇ ପ୍ରଶ୍ନ ଉଠିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ