Advertisment

ଜିଦ୍‌ରେ ଅଟଳ ଭାରତ: ଚାଇନା ଆଗ ପଛକୁ ହଟିଲା ପରେ ଆମେ ହଟିବୁ

ଲଦାକ: ପୂର୍ବ ଲଦାଖରେ ଭାରତ ଓ ଚାଇନା ମଧ୍ୟରେ ଚାଲିଥିବା ସୀମା ବିବାଦର ସମାଧାନ ପାଇଁ ଦୁଇ ଦେଶସେନା ମଧ୍ୟରେ ବୈଠକ ବସିଥିଲା। ସୋମବାର ଚୀନ ଓ ଭାରତ ମଧ୍ୟରେ ସପ୍ତମଥର ପାଇଁ କର୍ପସ କମାଣ୍ଡର ଲେବଲ ବୈଠକ ହୋଇଥିଲା। ବୈଠକ ସରିବା ପରେ ଉଭୟ ଦେଶ ସୀମାରୁ ହଟିଯିବେ ବୋଲି ମିଳିତ ଭାବେ କହିଥିଲେ। ହେଲେ ମିଳିଥିବା ସୂଚନା ଅନୁସାରେ ଚାଇନା ଆଗ ସୀମରୁ ହଟିଲା ପରେ ଯାଇ ଭାରତ ହଟିବ ବୋଲି ଭାରତ ସଫା […]

author-image
Abinash Pati
ଅଦ୍ୟତନ ହୋଇଛି
ଜିଦ୍‌ରେ ଅଟଳ ଭାରତ: ଚାଇନା ଆଗ ପଛକୁ ହଟିଲା ପରେ ଆମେ ହଟିବୁ

ladakh-disangejment

ଲଦାକ: ପୂର୍ବ ଲଦାଖରେ ଭାରତ ଓ ଚାଇନା ମଧ୍ୟରେ ଚାଲିଥିବା ସୀମା ବିବାଦର ସମାଧାନ ପାଇଁ ଦୁଇ ଦେଶସେନା ମଧ୍ୟରେ ବୈଠକ ବସିଥିଲା। ସୋମବାର ଚୀନ ଓ ଭାରତ ମଧ୍ୟରେ ସପ୍ତମଥର ପାଇଁ କର୍ପସ କମାଣ୍ଡର ଲେବଲ ବୈଠକ ହୋଇଥିଲା। ବୈଠକ ସରିବା ପରେ ଉଭୟ ଦେଶ ସୀମାରୁ ହଟିଯିବେ ବୋଲି ମିଳିତ ଭାବେ କହିଥିଲେ।

Advertisment

ହେଲେ ମିଳିଥିବା ସୂଚନା ଅନୁସାରେ ଚାଇନା ଆଗ ସୀମରୁ ହଟିଲା ପରେ ଯାଇ ଭାରତ ହଟିବ ବୋଲି ଭାରତ ସଫା ସଫା କହି ଦେଇଛି। ଚାଇନା ପ୍ରଥମେ ହଡ଼ପ କରିଥିବା ସ୍ଥାନକୁ ଛାଡ଼ି ପଛକୁ ହଟୁ। ଉତ୍ତେଜନା ଆରମ୍ବ ହେବା ପୂର୍ବରୁ ଏପ୍ରିଲ୍‌ ମାସରେ ଯେମିତି ସ୍ଥିତି ଥିଲା ସେମିତି ସ୍ଥିତି ସ୍ୱାଭାବିକ ହେଉ ତା ପରେ ଭାରତ ସୀମାରୁ ହଟିବ ବୋଲି ଜିଦ୍‌ରେ ଅଟଳ ରହିଛି ଭାରତ।

ଏହା ପୂର୍ବରୁ ଚାଇନା ଜିଦ୍ ଧରିଥିଲା ଯେ ଅଗଷ୍ଟ ଶେଷରୁ ପାଙ୍ଗଙ୍ଗ ହ୍ରଦର ଦକ୍ଷିଣ କୂଳରେ ଭାରତ ଦଖଲ କରିଥିବା ସ୍ଥାନକୁ ଆଗ ଛାଡିବାକୁ ପଡ଼ିବ। କିନ୍ତୁ ଭାରତୀୟ ସେନା ତାଙ୍କ ସ୍ଥାନର ଦୃଢ଼ ହୋଇ ଛିଡ଼ା ହୋଇଛି। ସେନା ପକ୍ଷରୁ ମଧ୍ୟ ଠିକ୍ ଓଲଟା ଯୁକ୍ତି ରଖାଯାଇଛି। ଭାରତୀୟ ସେନା କହିଛି ଯେ ଚାଇନାର ପିଏଲ୍ଏ ପ୍ରଥମେ ପାଙ୍ଗଙ୍ଗ ହ୍ରଦର ଉତ୍ତର ପଟ ପିଙ୍ଗର ଅଞ୍ଚଳ ଦଖଲ କରିଛି। ଉତ୍ତରକୂଳରୁ ପ୍ରଥମେ ସେମାନେ ପଛକୁ ଫେରିବା ଉଚିତ୍, ଏହାପରେ ଭାରତୀୟ ସେନା ମଧ୍ୟ ଠିକ୍‌ ସେହିପରି ପଛକୁ ଫେରିଯିବ। ଯେହେତୁ ଚାଇନା ପ୍ରଥମେ ସୀମାରେ ପ୍ରବେଶ କରିଥିଲା, ତେଣୁ ପ୍ରଥମେ ସେ ଏଥିରୁ ଓହରିବା ଦରକାର ବୋଲି ଭାରତ କହିଛି।  ପାଙ୍ଗଙ୍ଗ୍ ଟିଏସ୍ ପିଙ୍ଗର ଏରିଆ, ହଟସ୍ପ୍ରିଙ୍ଗ ଏବଂ ଦିବସଙ୍ଗ ଅଞ୍ଚଳରୁ ଚାଇନା ତୁରନ୍ତ ସେନା ପ୍ରତ୍ୟାହାର କରୁ ବୋଲି ଭାରତ ଦାବି କରିଛି।

Advertisment

ଭାରତ ପକ୍ଷରୁ କୁହାଯାଇଛି, ଯେ ଯଦିଓ ବୈଠକରେ ଉଭୟ ଦେଶ ସେନା ପ୍ରତ୍ୟାହାର ନେଇ ରାଜି ହୋଇଥିଲେ କିନ୍ତୁ ଏହାକୁ କିପରି କାର୍ଯ୍ୟକାରୀ ହେବ ସେ ନେଇ ଉଚିତ ପଦକ୍ଷେପ ନେବା ଦରକାର। ଯେପର୍ଯ୍ୟନ୍ତ ଚାଇନା ହ୍ରଦର ଉତ୍ତରକୂଳ ନଛାଡ଼ିଛି ସେ ପର୍ଯ୍ୟନ୍ତ ଭାରତ ଦକ୍ଷିଣକୂଳ ଛାଡ଼ିବାର ପ୍ରଶ୍ନ ଉଠୁନି ବୋଲି ସେନା ପକ୍ଷରୁ କୁହାଯାଇଛି।

Advertisment
Advertisment