/odishatv-khabar/media/post_attachments/uploadimage/library/16_9/16_9_0/lipu-leksh_1625484288.jpg)
lipu-leksh
ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଲିପୁଲେଖ ପାସ୍ ପାଖରେ ବାସ୍ତବ ନିୟନ୍ତ୍ରଣ ରେଖା ନିକଟରେ ଚୀନ୍ ତାର ସୈନ୍ୟ ମୁତୟନକୁ ଆହୁରି ବୃଦ୍ଧି କରିଛି। ଏଲ୍ଏସି ପାଖରେ ଅଧିକ ଗୋଟିଏ ବାଟାଲିଅନ ପିଏଲ୍ଏ ଯବାନ ମୁତୟନ ହୋଇଛନ୍ତି। ଲଦାଖ ବାହାରେ ଏଲ୍ଏସି ପାଖରେ ଗତ ସପ୍ତାହ ମଧ୍ୟରେ ଚୀନ୍ ସୈନ୍ୟ ସଂଖ୍ୟା ବଢ଼ାଇ ଚାଲିଥିବା ସୂତ୍ରରୁ ଜଣାପଡ଼ିଛି।
ମେ ମାସରେ ଲଦାଖରେ ଚୀନ୍ ସେନା ଓ ଭାରତୀୟ ଯବାନଙ୍କ ମଧ୍ୟରେ ମୁହାଁମୁହିଁ ପରେ ଜୁନ୍ ୧୫ରେ ଉଗ୍ରରୂପ ଧାରଣ କରିଥିଲା। ଦୁଇ ପକ୍ଷଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିବାବେଳେ ଚୀନ୍ ପଟୁ ୪୩ ଜଣଙ୍କର ପ୍ରାଣ ହରାଇଥିଲେ। ଦୀର୍ଘ ୪୫ ବର୍ଷ ପରେ ଭାରତ ଓ ଚାଇନା ମଧ୍ୟରେ ଏଭଳି ଯୁଦ୍ଧ ଦେଖିବାକୁ ମିଳିଥିଲା।
ଏହାପରେ ଦୁଇ ଦେଶ ମଧ୍ୟରେ ପର୍ଯ୍ୟାୟକ୍ରମେ ସାମରିକ ଓ କୂଟନୈତିକ ଆଲୋଚନା ପରେ ଦୁଇ ଦେଶ ସେନା ଅପସାରଣ କରିଥିଲେ। ଦୁଇ ସେନା ମଧ୍ୟରେ ସଂଘର୍ଷର ୩ ସପ୍ତାହ ପରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ୍ ଡୋଭାଲ୍ ଓ ଚାଇନା ବିଦେଶ ମନ୍ତ୍ରୀ ୱାଙ୍ଗ ୟିଙ୍କ ମଧ୍ୟରେ ଫୋନ୍ରେ ଆଲୋଚନା ହୋଇଥିଲା । ଏହି ଆଲୋଚନା ପରେ ଦୁଇ ଦେଶ ସୀମାରେ ସେନା ହଟାଇବାକୁ ରାଜି ହୋଇଥିଲେ।
ହେଲେ ଏବେ ଚୀନ୍ ଲଦାଖ ପରେ ଏବେ ଲିପୁଲେଖ ପାସରେ ସୈନ୍ୟ ସଂଖ୍ୟା ବଢ଼ାଇଛି। ସେପଟେ ଭାରତ ପକ୍ଷରୁ ଚୀନ୍ ସୀମାରେ ଅତିରିକ୍ତ ୩୫ ହଜାର ଯବାନ ମୁତୟନ ଲାଗି ପଦକ୍ଷେପ ନେଇଛି।
ଅନ୍ୟପଟେ ସାଉଥ୍ ଚାଇନା ସି'କୁ ନେଇ ଆମେରିକା ଓ ଚୀନ୍ ମଧ୍ୟରେ ବିବାଦ ଦେଖାଦେଇଛି। ଚୀନ୍ର ଅବାଧ ପ୍ରବେଶକୁ ବରଦାସ୍ତ କରାଯିବା ନାହିଁ ବୋଲି ଆମେରିକା ବୈଦେଶିକ ସଚିବ ମାଇକ ପମ୍ପିଓ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)