/odishatv-khabar/media/post_attachments/uploadimage/library/16_9/16_9_0/chandrayaan-2_1625926954.jpg)
chandrayaan 2
ନୂଆଦିଲ୍ଲୀ:ମହାକାଶ ଅଭିଯାନ କ୍ଷେତ୍ରରେ ଭାରତ ପାଇଁ ଏକ ଐତିହାସିକ ଦିନ ଆଜି। ଚନ୍ଦ୍ରଯାନ-୨ ଆଜି ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ। ଲାଣ୍ଡିଂ କରିବାର ୩ ଘଣ୍ଟା ପରେ ରୋଭର ପ୍ରଜ୍ଞା ଚନ୍ଦ୍ରରେ ତାର ଯାତ୍ରା ଶୁଭାରମ୍ଭ କରିବ।
ଏହି ଯାତ୍ରା ପାଇଁ ଚନ୍ଦ୍ରଯାନ -୨ର ବିକ୍ରମ ଲ୍ୟାଣ୍ଡର ପ୍ରସ୍ତୁତ ରହିଛି। ଆଜି ରାତିରେ ଏହାର ସପ୍ଟ ଲାଣ୍ଡିଂକୁ ଦେଖିବା ପାଇଁ ଖାଲି ଦେଶ ନୁହେଁ, ସାରା ବିଶ୍ୱ ଉତ୍କଣ୍ଠାର ସହ ଅପେକ୍ଷା କରିଛି । ଯଦି ଏହି ସପ୍ଟ ଲ୍ୟାଣ୍ଡିଂ ସଫଳ ହୁଏ, ତେବେ ମହାକାଶ କ୍ଷତ୍ରରେ ରୁଷ୍, ଆମେରିକା ଏବଂ ଚୀନ ପରେ ଭାରତ ହେବ ଚୁତୁର୍ଥ ଗୌରବଶାଳୀ ରାଷ୍ଟ୍ର। ଏହାବ୍ୟତୀତ ବିଶ୍ୱରେ ଭାରତ ପ୍ରଥମ ରାଷ୍ଟ୍ର ଯିଏ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିବ।
ଶୁକ୍ରବାର ବିଳମ୍ବିତ ରାତି ଅର୍ଥାତ୍ ଶନିବାର ସକାଳ ଗୋଟାଏରୁ ଦୁଇଟା (1Am to 2AM) ମଧ୍ୟରେ ବିକ୍ରମ ଲାଣ୍ଡର ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପାଇଁ ତାର ଯାତ୍ରା ଆରମ୍ଭ କରବ । ରାତି ସାଢ ଗୋଟାଏରୁ ସାଢେ ଦୁଇଟା ମଧ୍ୟରେ ଏହା ଚନ୍ଦ୍ରର ଦକ୍ଷିଣ ମେରୁରେ ଓହ୍ଲାଇବ।
ଆଜି ରାତି ଦେଢଟା ପରେ ବିକ୍ରମର ବେଗ ପ୍ରତି ସେକେଣ୍ଟରେ ୬ କିମି ରହିବ । ଅର୍ଥାତ ଘଣ୍ଟା ପ୍ରତି ୨୧୬୦୦ କିମି। ଏକ କମର୍ସିଆଲ ଫ୍ଲାଇଟ୍ର ବେଗଠାରୁ ପ୍ରାୟ୩୦-୪୦ ଗୁଣ ଅଧିକ ରହିବ ଏହାର ବେଗ । ସାଧାରଣ ଭାବେ ଫ୍ଲାଇଟ୍ର ବେଗ ଘଣ୍ଟାପ୍ରତି ୫୦୦ରୁ ୯୦୦କିମି ରହିଥାଏ। ତେବେ ଲାଣ୍ଡିଂର ଶେଷ ୧୫ ମିନିଟ୍ ଏହାର ବେଗକୁ ବହୁତ କମ୍ କରିବାକୁ ପଡିବ। ଏହି ସମୟରେ ଏହାର ବେଗ ପ୍ରାୟ ସେକେଣ୍ଟ ପ୍ରତି ୬କିମି ବଦଳରେ ୨ ମିଟର ରହିବ। ଅର୍ଥାତ ଘଣ୍ଟାପ୍ରତି ୭ କିମି। ତେବେ ବେଗ ଏତେ କମାଇବା ବୈଜ୍ଞାନିକଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହେବ।
ବିକ୍ରମ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବାର ୩ ଘଣ୍ଟା ପରେ ରୋଭର ପ୍ରଜ୍ଞା ଏହାଠାରୁ ଅଲଗା ହୋଇଯିବ ଏବଂ ତାର ଗବେଷଣା ଆରମ୍ଭ କରିବ। ଇସ୍ରୋର କହିବା ଅନୁଯାୟୀ ଚନ୍ଦ୍ରଯାନ-୨ ସଫଳତାର ସହ ତାର ଯାତ୍ରା କରୁଛି। ସବୁକିଛି ଠିକ୍ଠାକ୍ ରହିଛି।
ଭାରତୀୟ ବୈଜ୍ଞାନିକଙ୍କର ଏହି ସଫଳତା ଦେଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରୋରେ ଉପସ୍ଥିତ ରହିବେ। ମୋଦିଙ୍କ ସହ ଏହି ଐତିହାସିକ ଦୃଶ୍ୟ ଦେଖିବା ପାଇଁ ୬୦-୭୦ ଜଣ ସ୍କୁଲ ପିଲାଙ୍କୁ ସୁଯୋଗ ମିଳିଛି। ଜାତୀୟ ସ୍ତରୀୟ ପ୍ରତିଯୋଗିତା ପରେଏହି ପିଲାମାନଙ୍କୁ ମନୋନୀତ କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)