Advertisment

ଆସନ୍ତାକାଲି ବର୍ଷର ଶେଷ ଚନ୍ଦ୍ର ଗ୍ରହଣ

ନୂଆଦିଲ୍ଲୀ: ଆସନ୍ତାକାଲି ୨୦୨୦ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ। ଏହି ଚନ୍ଦ୍ର ଗ୍ରହଣ ଉପଛାୟା ପରି ହେବ। ଜ୍ୟୋର୍ତିବିତ୍‌ଙ୍କ କହିବା ମୁତାବକ, ଏହି ଗ୍ରହଣ ବୃଷଭ ରାଶି ଏବଂ ରୋହିଣୀ ନକ୍ଷତ୍ରରେ ଲାଗିବ। କିନ୍ତୁ ଏହା ଭାରତ ବର୍ଷରେ ଦୃଶ୍ୟମାନ ହେବ ନାହିଁ। ଏହାର ପ୍ରଭାବ ପାଖାପାଖି ଡିସେମ୍ୱର ୧୫ ତାରିଖ ପର୍ଯ୍ୟନ୍ତ ରହିବ। ନିଷିଦ୍ଧ ସମୟରେ କଣ କରାଯିବ ନାହିଁ? ଚନ୍ଦ୍ର ଗ୍ରହଣର ୯ ଘଣ୍ଟା ପୂର୍ବରୁ ନିଷିଦ୍ଧ ସମୟରେ କୋଣସି ଶୁଭ କାର୍ଯ୍ୟ କରାଯାଇନଥାଏ। […]

author-image
Dibakar Sahoo
ଅଦ୍ୟତନ ହୋଇଛି
ଆସନ୍ତାକାଲି ବର୍ଷର ଶେଷ ଚନ୍ଦ୍ର ଗ୍ରହଣ   

1

ନୂଆଦିଲ୍ଲୀ: ଆସନ୍ତାକାଲି ୨୦୨୦ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ। ଏହି ଚନ୍ଦ୍ର ଗ୍ରହଣ ଉପଛାୟା ପରି ହେବ। ଜ୍ୟୋର୍ତିବିତ୍‌ଙ୍କ କହିବା ମୁତାବକ, ଏହି ଗ୍ରହଣ ବୃଷଭ ରାଶି ଏବଂ ରୋହିଣୀ ନକ୍ଷତ୍ରରେ ଲାଗିବ। କିନ୍ତୁ ଏହା ଭାରତ ବର୍ଷରେ ଦୃଶ୍ୟମାନ ହେବ ନାହିଁ। ଏହାର ପ୍ରଭାବ ପାଖାପାଖି ଡିସେମ୍ୱର ୧୫ ତାରିଖ ପର୍ଯ୍ୟନ୍ତ ରହିବ।

Advertisment

publive-image

ନିଷିଦ୍ଧ ସମୟରେ କଣ କରାଯିବ ନାହିଁ?

ଚନ୍ଦ୍ର ଗ୍ରହଣର ୯ ଘଣ୍ଟା ପୂର୍ବରୁ ନିଷିଦ୍ଧ ସମୟରେ କୋଣସି ଶୁଭ କାର୍ଯ୍ୟ କରାଯାଇନଥାଏ। ଏହି ସମୟରେ ପୂଜା ପାଠ ମଧ୍ୟ ହୋଇ ନଥାଏ। ମନ୍ଦିରରର କବାଟକୁ ବନ୍ଦ ରଖାଯାଇଥାଏ।

ଏହି ଉପଛାୟା ଗ୍ରହଣ କଣ?

ଚନ୍ଦ୍ର ଗ୍ରହଣ ଆରମ୍ଭ ହେବା ପୂର୍ବରୁ ଚନ୍ଦ୍ରମା ପୃଥିବୀର ଉପଛାୟାରେ ପ୍ରବେଶ କରେ। ଯେତେବେଳେ ଚନ୍ଦ୍ରମା ପୃଥିବୀର ବାସ୍ତବିକ ଛାୟାରେ ପ୍ରବେଶ ନ କରି ବାହାରକୁ ବାହାରି ଆସିଥାଏ ସେତେବେଳେ ଏହାକୁ ଉପଛାୟା ଚନ୍ଦ୍ର ଗ୍ରହଣ କୁହାଯାଏ।

Advertisment

publive-image

ତେବେ ଚନ୍ଦ୍ରମା ଯେତେବେଳେ ପୃଥିବୀର ବାସ୍ତବିକ ଛାୟାରେ ପ୍ରବେଶ କରେ ସେତେବେଳେ ଏହାକୁ ପୂର୍ଣ୍ଣ ରୂପେ ଚନ୍ଦ୍ର ଗ୍ରହଣ କୁହାଯାଏ।

ରିପୋର୍ଟ ଅନୁସାରେ ୩୦ ନଭେମ୍ୱରକୁ ହେଉଥିବା ଏହି ଚନ୍ଦ୍ର ଗ୍ରହଣ ୟୁରୋପ, ଅଷ୍ଟ୍ରେଲିଆ, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ପ୍ରଶାନ୍ତ ମହାସାଗର ଏବଂ ଆଂଟଲାଟିକ୍‌ ମହାସାଗର ଅଞ୍ଚଳରେ ଦୃଶ୍ୟାମାନ ହେବ।

Advertisment
Advertisment