/odishatv-khabar/media/post_attachments/uploadimage/library/16_9/16_9_0/coornaviryus-1_1625465583.jpg)
coornaviryus
ନୂଆଦିଲ୍ଲୀ: କୋଭିଡ ମୁକାବିଲା ପାଇଁ କେନ୍ଦ୍ର ସରକାର ଦ୍ୱିତୀୟ କିସ୍ତିରେ ପ୍ରଦାନ କରିଛନ୍ତି ୮୯୦ କୋଟି ୩୨ ଲକ୍ଷ ଟଙ୍କା। ୨୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ଏହି ଟଙ୍କା ପ୍ରଦାନ କରାଯାଇଛି ବୋଲି ଶୁକ୍ରବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଏହି ରାଜ୍ୟଗୁଡ଼ିକ ମଧ୍ୟରେ ଅଛନ୍ତି ଓଡ଼ିଶା, ଛତିଶଗଡ଼,ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ତାମିଲନାଡୁ, ରାଜସ୍ଥାନ, ତେଲେଙ୍ଗାନା, ଅନ୍ଧ୍ରପ୍ରଦେଶ, ଗୋଆ, ଗୁଜରାଟ, କର୍ଣ୍ଣାଟକ, କେରଳ, ପଞ୍ଜାବ, ୱେଷ୍ଟବେଙ୍ଗଲ, ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ମଣିପୁର, ମିଜୋରାମ ଏବଂ ସିକିମ।
ଇତ୍ୟାଦି। କେଉଁ ରାଜ୍ୟରେ କେତେକ କୋଭିଡ ବ୍ୟାପିଛି ସେହି ଅନୁସାରେ ଅନୁଦାନ ପ୍ରଦାନ କରାଯାଇଛି। କେନ୍ଦ୍ରର ଏହି ସହାୟତା କୋଭିଡ ହସ୍ପିଟାଲ, ଆଇସିୟୁ, ବେଡ୍ ବ୍ୟବସ୍ଥା ସହିତ ଟେଷ୍ଟିଂ କିଟ୍, RT PCR ମେସିନ ଆଦି କିଣାଯିବ। ସେହିପରି ଅକ୍ସିଜେନ ବ୍ୟବସ୍ଥା ମଧ୍ୟ କରାଯିବ।
ତା ସହିତ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ଆଶାକର୍ମୀ, ସ୍ୱେଚ୍ଛାସେବୀଙ୍କୁ ଟ୍ରେନିଂ ଦିଆଯିବ। ଏହା ଆଗରୁ ଗତ ଏପ୍ରିଲ ମାସରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ୩ ହଜାର କୋଟି ଟଙ୍କା ଦିଆଯାଇଥିଲା। କେନ୍ଦ୍ର ପ୍ରଦାନ କରିଥିବା କୋଭିଡ ମୁକାବିଲା ଦ୍ୱିତୀୟ କିସ୍ତି ପାଇଁ ମୋଦି ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନା ମୁକାବିଲାରେ ଆର୍ଥିକ ପ୍ୟାକେଜ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗଡ଼ିକୁ ବେଶ୍ ସହାୟକ ହେବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।
କୋଭିଡ୍ ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୫ ହଜାର କୋଟି ଟଙ୍କା ଆର୍ଥିକ ପ୍ୟାକେଜ୍ ଘୋଷଣା କରିଥିଲେ। ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କୋଭିଡ୍ ମୁକାବିଲା ପାଇଁ ଏହି ଟଙ୍କା ଦିଆଯିବ ବୋଲି କୁହାଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)