air-jet
ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ସ୍ଥିତି ଧୀରେ ଧୀରେ କମୁଥିବା ବେଳେ ଭିସା ନିୟମରେ କୋହଳ କରିଛନ୍ତି କେନ୍ଦ୍ର ସରକାର। ବିଦେଶରେ ରହୁଥିବା ଭାରତୀୟ ଓ ତଥା ବିଦେଶୀ ନାଗରିଙ୍କୁ ଭାରତ ଆସିବାକୁ ଅନୁମତି ମିଳିଛି। ହେଲେ ଟୁରିଷ୍ଟ ଭିସାରେ କୌଣସି ବିଦେଶୀ ନାଗରିକ ଭାରତ ଆସିପାରିବେ ନାହିଁ ବୋଲି କୁହାଯାଇଛି।
ଜାରି ହୋଇଥିବା ନୂଆ ନିୟମରେ କୁହାଯାଇଛି ଯେ, କେନ୍ଦ୍ର ସରକାର ବିଦେଶୀ ନାଗରିକ ଓ ଭାରତୀୟଙ୍କ ଭାରତ ପ୍ରବେଶ ନେଇ ଅଧିକ ଶ୍ରେଣୀରେ ଭିଜା ନିୟମକୁ କୋହଳ କରିଛନ୍ତି। ଏହିସବୁ କ୍ୟାଟେଗୋରୀରେ ଆସିବାକୁ ଚାହୁଁଥିବା ଯାତ୍ରୀମାନେ ଯଦି ମେଡିକାଲ ଭିସା ଦରକାର, ତେବେ ଏଥିପାଇଁ ଅଲଗା ଆବେଦନ ପତ୍ର ଦେବାକୁ ପଡ଼ିବ ବୋଲି କୁହାଯାଇଛି।
ଅନ୍ତର୍ଜାତୀୟ ଯାତ୍ରା ପାଇଁ ଜାରି ହୋଇଥିବା ନୂଆ ନିୟମ ଅନୁସାରେ, ଆକାଶପଥ କିମ୍ବା ଜଳପଥ ଦେଇ ଭାରତକୁ ପ୍ରବେଶ କରିବା ପାଇଁ ଟୁରିଷ୍ଟ ଭିସାକୁ ଛାଡ଼ି ଅନ୍ୟ ସମସ୍ତ ଭିସାକୁ କୋହଳ କରାଯାଇଛି। ତେବେ ସମସ୍ତ ଯାତ୍ରୀଙ୍କୁ ସ୍ୱାସ୍ଥ୍ୟମନ୍ତ୍ରାଳୟ ଦ୍ୱାରା ଜାରି କରାଯାଇଥିବା ସମସ୍ତ ନିୟମ ମାନିବାକୁ ପଡ଼ିବ। ସୂଚନା ଥାଉକି, କରୋନା ସଂକ୍ରମଣ ଭାରତ ସରକାର ୨୦୨୦ ଫେବ୍ରୁଆରୀ ମାସରେ ସମସ୍ତ ଅନ୍ତର୍ଜୀତୀୟ ଉଡ଼ାଣ ରଦ୍ଦ କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/air-jet_1625197292.jpg)