Advertisment

କରୋନା ସଂକ୍ରମଣ ବଢ଼ୁଥିବାରୁ ଏହି ଦୁଇ ରାଜ୍ୟକୁ ଏକ୍ସପର୍ଟ ଟିମ୍ ପଠାଇଲା କେନ୍ଦ୍ର

ନୁଆଦିଲ୍ଲୀ: ପଞ୍ଜାବ ଓ ମହାରାଷ୍ଟ୍ରରେ ଧୀରେ ଧୀରେ କରୋନା ସଂଖ୍ୟା ବଢ଼ୁଥିବାରୁ କେନ୍ଦ୍ର ସରକାର ଉଭୟ ରାଜ୍ୟକୁ ଏକ ଉତ୍ତସ୍ତରୀୟ ସ୍ୱାସ୍ଥ୍ୟ ଏକ୍ସପର୍ଟ ଟିମ୍‌ ପଠାଇଛନ୍ତି। ଶନିବାର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଏହି ଟିମ୍‌ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସହିତ ମିଶି କାର୍ଯ୍ୟ କରିବ। କୋଭିଡ୍-୧୯ର ସଂଖ୍ୟା ଉପରେ ନଜର ରଖିବା ସହିତ ଏହାର ନିୟନ୍ତ୍ରଣ ଓ କଣ୍ଟେନ୍‌ମେଣ୍ଟ ଜୋନ୍‌ର ତଦାରଖ କରିବ। ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ମହାରାଷ୍ଟ୍ରକୁ ପଠାଯାଇଥିବା ଟିମ୍‌ରେ ଟିମ୍‌ର ନେତୃତ୍ୱ ପି, […]

କରୋନା ସଂକ୍ରମଣ ବଢ଼ୁଥିବାରୁ ଏହି ଦୁଇ ରାଜ୍ୟକୁ ଏକ୍ସପର୍ଟ ଟିମ୍ ପଠାଇଲା କେନ୍ଦ୍ର

coronavirus

Advertisment

ନୁଆଦିଲ୍ଲୀ: ପଞ୍ଜାବ ଓ ମହାରାଷ୍ଟ୍ରରେ ଧୀରେ ଧୀରେ କରୋନା ସଂଖ୍ୟା ବଢ଼ୁଥିବାରୁ କେନ୍ଦ୍ର ସରକାର ଉଭୟ ରାଜ୍ୟକୁ ଏକ ଉତ୍ତସ୍ତରୀୟ ସ୍ୱାସ୍ଥ୍ୟ ଏକ୍ସପର୍ଟ ଟିମ୍‌ ପଠାଇଛନ୍ତି। ଶନିବାର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଏହି ଟିମ୍‌ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସହିତ ମିଶି କାର୍ଯ୍ୟ କରିବ। କୋଭିଡ୍-୧୯ର ସଂଖ୍ୟା ଉପରେ ନଜର ରଖିବା ସହିତ ଏହାର ନିୟନ୍ତ୍ରଣ ଓ କଣ୍ଟେନ୍‌ମେଣ୍ଟ ଜୋନ୍‌ର ତଦାରଖ କରିବ।

Advertisment

ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ମହାରାଷ୍ଟ୍ରକୁ ପଠାଯାଇଥିବା ଟିମ୍‌ରେ ଟିମ୍‌ର ନେତୃତ୍ୱ ପି, ରବିନ୍ଦ୍ରନ ନେଇଥିବା ବେଳେ ପଞ୍ଜାବ ଯାଇଥିବା ଟିମ୍‌ର ନେତୃତ୍ୱ ନେଇଛନ୍ତି ନ୍ୟସ୍‌ନାଲ୍‌ ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ୍ ଡାଇଲେକ୍ଟର୍ ଏସ୍‌କେ ସିଂହ।

ଏହି କେନ୍ଦ୍ରୀୟ ଟିମ୍‌ ପ୍ରଥମେ ଉଭୟ ରାଜ୍ୟରେ କରୋନା ହଟ୍‌ସ୍ପଟ୍‌ ଅଞ୍ଚଳ ପରିଦର୍ଶନ କରିବ। ଏଠାରେ କାହିଁକି ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଛି ତାର ଅନୁଧ୍ୟାନ କରିବ। ଅନୁଧ୍ୟାନ କରିବା ପରେ ସମସ୍ତ ରିପୋର୍ଟ କେନ୍ଦ୍ର ମୁଖ୍ୟ ସ୍ୱାସ୍ଥ୍ୟ ସଚିବ ରିପୋର୍ଟ ପ୍ରଦାନ କରାଯିବ। ତା ସହିତ ଏହାର ନିୟନ୍ତ୍ରଣ ପାଇଁ କଣସବୁ ପଦକ୍ଷେପ ନିଆଯିବ ସେ ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ପରାମର୍ଶ ଦିଆଯିବ। ତା ସହିତ କେନ୍ତ୍ରୀୟ ଟିମ୍‌ ରାଜ୍ୟ ସରକାରଙ୍କୁ ସହିତ ସମସ୍ତ ରିପୋର୍ଟ ଦେବ।

Advertisment

ଦେଶରେ କରୋନା ସ୍ଥିତି ସମ୍ପର୍କରେ ଅବଗତ ରହିବା ପାଇଁ କେନ୍ଦ୍ର ସରକାର ସମୟ ସମୟରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ସ୍ୱାସ୍ଥ୍ୟ ଟିମ୍ ପଠାଉଛନ୍ତି। ଏହି ଟିମ୍ କରୋନା ପ୍ରଭାବିତ ସ୍ଥାନଗୁଡ଼ିକୁ ବୁଲିବା ସହିତ ସେଠାରେ କେଉଁସବୁ ସମସ୍ୟା ରହିଛି ଓ କିପରି ତାର ନିରାକରଣ କରାଯାଇ ପାରିବ ସେ ବିଷୟରେ ଅନୁଧ୍ୟାନ କରିବା ସହିତ ଆଗାମୀ ପଦକ୍ଷେପ ପାଇଁ ରିପୋର୍ଟ ବି ଦେଉଛନ୍ତି।

ସୂଚନା ଥାଉକି, ସ୍ୱାସ୍ଥ୍ୟମନ୍ତ୍ରାଳୟ ତଥ୍ୟ ଅନୁସାରେ ବର୍ତ୍ତମାନ ସୁଧା ପଞ୍ଜାବରେ ୬,୬୬୧ କରୋନା ମାମଲା ସକ୍ରିୟ ରହିଥିବା ବେଳେ ମହାରାଷ୍ଟ୍ରରେ ଆଜି ଦିନକରେ ୧୦,୨୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମହାରାଷ୍ଟ୍ରରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧,୯୮,୩୯୯ ହୋଇଥିବା ବେଳେ କରୋନା ସକ୍ରିୟ ସଂଖ୍ୟା ୯୦,୦୫୫ ରହିଛି।

Advertisment

ଅନ୍ୟପଟେ ୨୪ ଘଣ୍ଟାରେ ଦେଶରେ ୧୮,୩୨୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୧୧,୯୨,୦୮୮ ହୋଇଛି। ସେହପରି ଦିନକରେ କରୋନା ଯୋଗୁ ୧୦୮ ଜଣଙ୍କର ମୃତ୍ୟୁ ହେବାରୁ ମୋଟ ମୃତ୍ୟୁ ସଂଖ୍ୟା ୧,୫୭,୬୫୬ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଦେଶରେ ମୋଟ ସୁସ୍ଥ ସଂଖ୍ୟା ୧,୦୮,୫୪,୧୨୮ ହୋଇଛି।

ସେହିପରି କରୋନା ନିୟନ୍ତ୍ରଣ ପାଇଁ ଟିକାକରଣ ମଧ୍ୟ ଜୋର୍‌ସୋର୍‌ ଜାରି ରହିଛି। ଏପର୍ଯ୍ୟନ୍ତ ୧.୯ କୋଟିରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇ ସାରିଲାଣି। ୨୪ ଘଣ୍ଟାରେ କେବଳ ୧୦,୩୪,୬୭୨ ଜଣଙ୍କୁ ଟିକା ଦିଆଯାଇଛି ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି।

Coronavirus
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ