Advertisment

୫ ବର୍ଷ ପାଇଁ କମିଲା ଓଡ଼ିଶାର କେନ୍ଦ୍ରୀୟ ଟିକସ ଅଂଶ

ଭୁବନେଶ୍ୱର: ଓଡିଶାକୁ କେନ୍ଦ୍ରୀୟ ଟିକସ ଅଂଶ ହ୍ରାସ ପାଇବ । ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିସ ଅନୁସାରେ ଅଂଶଧନ ୪.୬୨୯ ପ୍ରତିଶତରୁ ୪.୫୨୮ ପ୍ରତିଶତକୁ କମିବ । ଯଦ୍ୱାରା ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ୪.୫୨୮ହାରରେ ରାଜ୍ୟକୁ କେନ୍ଦ୍ରୀୟ ଟିକସର ଭାଗ ମିଳିବ। ରାଜ୍ୟର ଆକାର, ଲୋକସଂଖ୍ୟା, ଜଙ୍ଗଲ ଓ ପରିବେଶ ଓ ଟିକସ  କ୍ଷେତ୍ର ଆଦି ବଚାର କରି ଏହା ନିର୍ଦ୍ଧାରଣ କରିଛନ୍ତି। ଚତୁର୍ଦ୍ଦଶ ଅର୍ଥ କମିସନ ଟିକସ ଅର୍ଥରୁ ୪୨ ପ୍ରତିଶତ ରାଜ୍ୟମାନଙ୍କୁ ଦେବାପାଇଁ […]

author-image
Minati Mishra
୫ ବର୍ଷ ପାଇଁ କମିଲା ଓଡ଼ିଶାର କେନ୍ଦ୍ରୀୟ ଟିକସ ଅଂଶ

financeb commission

ଭୁବନେଶ୍ୱର: ଓଡିଶାକୁ କେନ୍ଦ୍ରୀୟ ଟିକସ ଅଂଶ ହ୍ରାସ ପାଇବ । ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିସ ଅନୁସାରେ ଅଂଶଧନ ୪.୬୨୯ ପ୍ରତିଶତରୁ ୪.୫୨୮ ପ୍ରତିଶତକୁ କମିବ । ଯଦ୍ୱାରା ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ୪.୫୨୮ହାରରେ ରାଜ୍ୟକୁ କେନ୍ଦ୍ରୀୟ ଟିକସର ଭାଗ ମିଳିବ। ରାଜ୍ୟର ଆକାର, ଲୋକସଂଖ୍ୟା, ଜଙ୍ଗଲ ଓ ପରିବେଶ ଓ ଟିକସ  କ୍ଷେତ୍ର ଆଦି ବଚାର କରି ଏହା ନିର୍ଦ୍ଧାରଣ କରିଛନ୍ତି।

Advertisment

ଚତୁର୍ଦ୍ଦଶ ଅର୍ଥ କମିସନ ଟିକସ ଅର୍ଥରୁ ୪୨ ପ୍ରତିଶତ ରାଜ୍ୟମାନଙ୍କୁ ଦେବାପାଇଁ ସୁପାରିସ କରିଥିଲେ।  କିନ୍ତୁ ପଞ୍ଜଦଶ ଅର୍ଥ କମିସନ ଏହାକୁ ୪୧ ପ୍ରତିଶତକୁ କମାଇ ଦେଇଛନ୍ତି । ପଞ୍ଚଦଶ ଅର୍ଥ କମିଶନଙ୍କ ରିପୋର୍ଟ ଅନୁସାରେ ଏବର୍ଷ ପଞ୍ଚାୟତିରାଜ ଅନୁଷ୍ଠାନକୁ ୧୬୬୯ କୋଟି ଟଙ୍କା ଓ ପୌରସଂସ୍ଥାକୁ ୮୨୨କୋଟି ଟଙ୍କା ମିଳିବ।

୨୦୨୫-୨୬ ସୁଦ୍ଧା ଓଡିଶାର ପଞ୍ଚାୟତିରାଜ ଅନୁଷ୍ଠାନ ୮୮୦୦ କୋଟି ଓ ପୌରସଂସ୍ଥା ୪୪୯୮କୋଟି ଟଙ୍କା ପାଇବେ । ଯେତିକି ଅର୍ଥ ରାଜ୍ୟକୁ ମିଳିବ ସେଥିରୁ ପଞ୍ଚାୟତିରାଜ ଅନୁଷ୍ଠାନକୁ ୨୦୨୧-୨୨ରେ ୬୭ ପ୍ରତିଶତ ଓ ପୌରସଂସ୍ଥାକୁ ୩୩ ପ୍ରତିଶତ ହାରରେ ଅର୍ଥ ଦିଆଯିବ ।

Advertisment

ଅର୍ଥ କମିସନ ଶ୍ରୀମନ୍ଦିର ପାଇଁ ୧୭୫କୋଟି ସୁପାରିସ କରିଛନ୍ତି । ଶ୍ରୀମନ୍ଦିର ଓ ପାରିପାର୍ଶ୍ୱିକ ଅଂଚଳର ବିକାଶ ପାଇଁ ଏହି ଅର୍ଥ ଖର୍ଚ୍ଚ ହେବ । ବାତ୍ୟା ପ୍ରବଣ ଅଂଚଳପାଇଁ ୱାର୍ଣ୍ଣିଂ ସେଣ୍ଟର ବାବଦରେ ୮ଶହ କୋଟି ଟଙ୍କା ଆସିବ । ବାରବାଟୀ ଦୁର୍ଗ ଓ ପାରିପାର୍ଶ୍ୱିକ ଏତିହ୍ୟସ୍ଥଳୀର ବିକାଶ ପାଇଁ ୧୫୦କୋଟି, ସମ୍ବଲପୁର ପୌରାଞ୍ଚଳର ଡ୍ରେନେଜ ବ୍ୟବସ୍ଥା ପାଇଁ ୧୫୦କୋଟି, ନବରଂଗପୁର କେନ୍ଦୁଗୁଡା ନିକଟରେ ଇନ୍ଦ୍ରାବତୀ ଉପରେ ଉଚ୍ଚତମ ସେତୁ ପାଇଁ ୧୫୦କୋଟି ଟଙ୍କା, ହୀରାକୁଦ ବନ୍ଦର ବିକାଶ, ମହାନଦୀ ଉପରେ ସେତୁ, ହୀରାକୁଦ ନିକଟରେ ଏୟାରଷ୍ଟ୍ରିପ୍ ବିକାଶ ପାଇଁ ୨୦୦କୋଟି ଟଙ୍କାର ସ୍ୱତନ୍ତ୍ର ଅନୁଦାନ ମିଳିବ ।

ସୂଚନାଥାଉ କି, କରୋନା ମାଡ଼ରେ ଦୋହଲି ଯାଇଥିବା ଦେଶର ଅର୍ଥବ୍ୟବସ୍ଥାକୁ ଟ୍ରାକ୍‌କୁ ଫେରାଇବାର ଚ୍ୟାଲେଞ୍ଜ ଭିତରେ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବର୍ଷ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସଂସଦରେ ଉପସ୍ଥାପିତ କରିଛନ୍ତି ସାଧାରଣ ବଜେଟ ।  ବଜେଟ୍‌ରେ ନିର୍ମଳା ଛଅଟି ପିଲାର୍‌ ଉପରେ ସବୁଠୁ ଅଧିକ ଗୁରୁତ୍ୱ ଦେଇଛନ୍ତି। ଯାହା ମଧ୍ୟରେ ସର୍ବେଗ୍ରେ ରହିଛି ସ୍ୱାସ୍ଥ୍ୟ, କୃଷି ଓ ଭିତ୍ତିଭୂମି କ୍ଷେତ୍ର । ନିର୍ମଳାଙ୍କ ବଜେଟ୍ ପେଡ଼ିରୁ ସବୁଠୁ ବଡ଼ ଘୋଷଣାକ୍ରମେ ଦେଶରେ ମିଶନ ପୋଷଣ ୨.୦ର ଶୁଭାରମ୍ଭର ସୂଚନା ମିଳିଛି।

Union Budget 2021
Advertisment
Advertisment