Advertisment

ଖୁସି ଖବର: ବଢ଼ିପାରେ ସରକାରୀ କର୍ମଚାରୀଙ୍କ ଦରମା

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ Dearness Allowance (DA) ବୃଦ୍ଧି ପାଇବା ପୂର୍ବରୁ ଏହି ମାସ ଶେଷ ସୁଦ୍ଧା କର୍ମଚାରୀମାନଙ୍କର ଦରମା ବୃଦ୍ଧି ପାଇବ ବୋଲି ଶୁଣିବାକୁ ମିଳୁଛି। ଲାଟେଷ୍ଟ୍‌ ରିପୋର୍ଟ ଅନୁସାରେ, ସପ୍ତମ କେନ୍ଦ୍ରୀୟ ବେତନ ଆୟୋଗ(7th Central Pay Commission) ଅନୁସାରେ କେନ୍ଦ୍ର ସରକାରୀ କର୍ମଚାରୀ ଏହି ଦରମା ବୃଦ୍ଧି ହେବ। ଯଦି ଦରମା ବୃଦ୍ଧି ହୁଏ ତା’ହେଲେ ଏହାଦ୍ୱାରା ୫୦ ଲକ୍ଷରୁ ଅଧିକ କେନ୍ଦ୍ର ସରକାରୀ କର୍ମଚାରୀ ଉପକୃତ ହେବେ ବୋଲି ଜଣାପଡ଼ିଛି। […]

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ଖୁସି ଖବର: ବଢ଼ିପାରେ ସରକାରୀ କର୍ମଚାରୀଙ୍କ ଦରମା

money

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ Dearness Allowance (DA) ବୃଦ୍ଧି ପାଇବା ପୂର୍ବରୁ ଏହି ମାସ ଶେଷ ସୁଦ୍ଧା କର୍ମଚାରୀମାନଙ୍କର ଦରମା ବୃଦ୍ଧି ପାଇବ ବୋଲି ଶୁଣିବାକୁ ମିଳୁଛି।

Advertisment

ଲାଟେଷ୍ଟ୍‌ ରିପୋର୍ଟ ଅନୁସାରେ, ସପ୍ତମ କେନ୍ଦ୍ରୀୟ ବେତନ ଆୟୋଗ(7th Central Pay Commission) ଅନୁସାରେ କେନ୍ଦ୍ର ସରକାରୀ କର୍ମଚାରୀ ଏହି ଦରମା ବୃଦ୍ଧି ହେବ। ଯଦି ଦରମା ବୃଦ୍ଧି ହୁଏ ତା’ହେଲେ ଏହାଦ୍ୱାରା ୫୦ ଲକ୍ଷରୁ ଅଧିକ କେନ୍ଦ୍ର ସରକାରୀ କର୍ମଚାରୀ ଉପକୃତ ହେବେ ବୋଲି ଜଣାପଡ଼ିଛି। ଏନେଇ ପରବର୍ତ୍ତୀ କ୍ୟାବିନେଟ୍‌ ମିଟିଂରେ ନିଷ୍ପତ୍ତି ନିଆଯାଇ ପାରେ ବୋଲି ଜଣାପଡ଼ିଛି।

ଏହା ବ୍ୟତୀତ, ସପ୍ତମ ବେତନ ଆୟୋଗ ଅଧୀନରେ ଭାରତୀୟ ରେଲ୍‌ୱେର ଅଣ-ଗେଜେଟେଡ୍ ମେଡିକାଲ୍ କର୍ମଚାରୀଙ୍କ ଦରମା ୨୧,୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ ବୋଲି ଆଶା କରାଯାଉଛି।

Advertisment

ଏହା ମଧ୍ୟ କୁହାଯାଉଛି ଯେ, ଭାରତୀୟ ରେଲ୍‌ୱେରେ ଅଣ-ଗେଜେଟେଡ୍ ମେଡିକାଲ୍ କର୍ମଚାରୀ ଭାବରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ପଦୋନ୍ନତି ଓ ଦରମା ମଧ୍ୟ ବୃଦ୍ଧି ହୋଇପାରେ। ପରବର୍ତ୍ତୀ ସମୟରେ ସପ୍ତମ ବେତନ ଆୟୋଗର ସୁପାରିଶ ଅନୁଯାୟୀ, ପଦୋନ୍ନତି ସହିତ ଏହି ଅଣ-ଗେଜେଟେଡ୍ ମେଡିକାଲ୍ କର୍ମଚାରୀଙ୍କ ଦରମା ମଧ୍ୟ ବୃଦ୍ଧି ପାଇବ ବୋଲି କୁହାଯାଉଛି।

ଲାଟେଷ୍ଟ୍‌ ରିପୋର୍ଟ ଅନୁଯାୟୀ, ଏହି ଅଣ-ଗେଜେଟେଡ୍ ମେଡିକାଲ୍ କର୍ମଚାରୀଙ୍କ ଦରମା ମାସକୁ ସର୍ବନିମ୍ନ ୫,୦୦୦ ଟଙ୍କା ବୃଦ୍ଧି କରାଯିବ ବୋଲି ଆଶା କରାଯାଉଛି। ସେମାନଙ୍କର HRA, DA ଏବଂ TA ମଧ୍ୟ ବୃଦ୍ଧି ପାଇବ।

ସୂଚନା ଅନୁସାରେ, ଭାରତୀୟ ରେଲ୍‌ୱେ ଅଣ-ଗେଜେଟେଡ୍ ମେଡିକାଲ୍ କର୍ମଚାରୀଙ୍କ ବେତନ ବୃଦ୍ଧିକୁ ଅନୁମୋଦନ କରିଛି। ଯେଉଁଥିରେ ହେଲ୍‌ଥ୍‌ ଏବଂ ମ୍ୟାଲେରିଆ ଇନ୍ସପେକ୍ଟର, ଲାବୋରେଟୋରୀ ଷ୍ଟାଫ୍‌, ଷ୍ଟାଫ୍ ନର୍ସ, ଫିଜିଓଥେରାପିଷ୍ଟ, ରେଡିଓଗ୍ରାଫର, ଫାର୍ମାସିଷ୍ଟ, ଡାଏଟିସିଆନ୍ ଏବଂ ପରିବାର କଲ୍ୟାଣ ସଂଗଠନର କର୍ମଚାରୀ ଅଛନ୍ତି।

ସୂଚନାଥାଉ କି, ଦୀର୍ଘ ଦିନ ହେବ କେନ୍ଦ୍ର ସରକାରୀ କର୍ମଚାରୀ basic payରେ ବୃଦ୍ଧି ନେଇ ଦାବି କରି ଆସୁଛନ୍ତି। ସେମାନେ ସର୍ବନିମ୍ନ ଦରମାକୁ ମାସିକ ୧୮,୦୦୦ ଟଙ୍କାରୁ ୨୬,୦୦୦ ଟଙ୍କାକୁ ବୃଦ୍ଧି କରିବାକୁ ଦାବି କରି ଆସୁଛନ୍ତି।

ବର୍ତ୍ତମାନ କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କୁ ୧୭% DA ମିଳୁଛି।

Advertisment
Advertisment