/odishatv-khabar/media/post_attachments/uploadimage/library/16_9/16_9_0/sc-1_1625046515.jpg)
sc
ନୂଆଦିଲ୍ଲୀ : କରୋନା ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ବାଧ୍ୟ କେନ୍ଦ୍ର ସରକାର । ଯେଉଁମାନେ କରୋନା କାରଣରୁ ପ୍ରାଣ ହରାଇଛନ୍ତି, ସରକାର ସେମାନଙ୍କ ପରିବାରକୁ କ୍ଷତିପୂରଣ ଦେବା ଉଚିତ୍ ବୋଲି ସଫା ସଫା ଶୁଣାଇଛନ୍ତି ସୁପ୍ରିମକୋର୍ଟ । କ୍ଷତିପୂରଣ ପ୍ରଦାନ ପାଇଁ ଏକ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଜଷ୍ଟିସ ଅଶୋକ ଭୂଷଣଙ୍କ ନେତୃତ୍ୱରେ ଏକ ବେଞ୍ଚ କହିଛନ୍ତି, କୋର୍ଟ କୌଣସି କ୍ଷତିପୂରଣ ସ୍ଥିର କରିପାରିବେ ନାହିଁ । ସହାୟତା ରାଶି କେତେ ଦିଆଯିବ, ତାହା ସମ୍ପୂର୍ଣ୍ଣ ରୂପରେ କେନ୍ଦ୍ର ସରକାରଙ୍କ ଉପରେ ନିର୍ଭର କରେ । ସେପଟେ କରୋନା ମୃତକଙ୍କୁ ଚାରି ଲକ୍ଷ ଲେଖାଏଁ ପ୍ରାଦନ କରିବ କରାଯାଇ ପାରିବ ନାହିଁ ବୋଲି ମାନିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।
ସରକାର ନିଜର ନୀତି ଅନୁସାରେ କ୍ଷତିପୂରଣ କିମ୍ବା ରିଲିଫ ରାଶି ନିର୍ଣ୍ଣୟ କରିପାରିବେ। କୋର୍ଟ କହିଛନ୍ତି, ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ନିୟମ ଏବଂ ସମ୍ବଳ ଅନୁଯାୟୀ କ୍ଷତିପୂରଣ ସ୍ଥିର କରିପାରିବ ସରକାର । ତେବେ ଏଥିପାଇଁ କେନ୍ଦ୍ର ସରକାରଙ୍କୁ ୬ ସପ୍ତାହ ସମୟ ଦେଇଛନ୍ତି ସୁପ୍ରିମକୋର୍ଟ । ସେପଟେ କୋଭିଡ ସହ ଜଡିତ ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ କରିବା ସହ ପୂର୍ବରୁ ଦିଆଯାଇଥିବା ପ୍ରମାଣପତ୍ର ଗୁଡ଼ିକର ସଂଶୋଧନ କରାଯିବା ଉଚିତ ବୋଲି କହିଛନ୍ତି । ରାୟ ଶୁଣାଇବା ବେଳେ ଏନଡିଏମଏର ଅଧିକାରୀଙ୍କୁ ତାଗିଦ ମଧ୍ୟ କରିଛନ୍ତି ସୁପ୍ରିମକୋର୍ଟ ।
ଆବେଦନକାରୀଙ୍କ ଆବେଦନ କ’ଣ ଥିଲା?
ସୁପ୍ରିମକୋର୍ଟରେ କୋଭିଡଙ୍କ ମୃତକଙ୍କୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ଏକ ଏକ ଜନସ୍ୱାର୍ଥ ମାମଲା ଆବେଦନ କରାଯାଇଥିଲା । ନ୍ୟାସନାଲ ଡିଜାଷ୍ଟର ମ୍ୟାନେଜମେଣ୍ଟ୍ ଆକ୍ଟ ୨୦୧୫ରେ ନ୍ୟାସନାଲ ଡିଜାଷ୍ଟର ଅଥରିଟି ପକ୍ଷରୁ ଏକ ଗାଇଡଲାଇନ୍ ଜାରି କରାଯାଇଥିଲା । ଏଥିରେ ବିଯର୍ଯ୍ୟୟ ଯୋଗୁଁ ହେଉଥିବା ମୃତ୍ୟୁ ପାଇଁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିଣ୍ଣଆୟ ହୋଇଥିବା, ସୁପ୍ରିମକୋର୍ଟରେ ନିଜର ପକ୍ଷ ରଖିଥିଲେ ଆବଦେନକାରୀ । ଆଉ ଏହି କ୍ରମରେ କରୋନା ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ କ୍ଷତିପୂରଣ ପ୍ରଦାନ କରିବାକୁ କହିଥିଲେ । ତେବେ ଏହାର ଉତ୍ତରରେ ସରକାର କହିଥିଲେ, ଏହି ନିୟମ କେବଳ ଭୂକମ୍ପ ଏବଂ ବନ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଲାଗୁ କରାଯିବ ।
ସୂଚନାଯୋଗ୍ୟ କିଛି ଦିନ ପୂର୍ବରୁ କରୋନା ସଂକ୍ରମଣ ଯୋଗୁଁ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ମନା କଲେ କେନ୍ଦ୍ର ସରକାର । ମୃତକଙ୍କ ପରିବାରକୁ ୪-୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେଲେ ରାଜ୍ୟ ବିପର୍ଯ୍ୟୟ ରିଲିଫ୍ ପାଣ୍ଠି (SDRF )ର ସମସ୍ତ ଟଙ୍କା ଖର୍ଚ୍ଚ ହୋଇଯିବ ବୋଲି ଯୁକ୍ତି ବାଢ଼ିଥିଲେ । କରୋନା କାରଣରୁ ମୃତ୍ୟୁର କ୍ଷତିପୂରଣ ଦାବିରେ ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ୍ ଦାଖଲ କରି କେନ୍ଦ୍ର ସରକାର ଏହି ସୂଚନା ଦେଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)