Advertisment

ଦ୍ୱାଦଶ ବୋର୍ଡ ପରୀକ୍ଷା ପାଇଁ ସମ୍ଭାବ୍ୟ ତାରିଖ ଘୋଷଣା କଲା CBSE

ନୂଆଦିଲ୍ଲୀ: ସବିଏସଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରସ୍ତୁତ ପାଇଁ ମୂଲ୍ୟାଙ୍କର ନୀତି ଜାରି କରିଛି। ବୋର୍ଡ ପକ୍ଷରୁ ଫଳାଫଳ ଘୋଷଣା ପାଇଁ ପ୍ରସ୍ତୁତି ଚାଲିଛି। ଦ୍ୱାଦଶ ପରୀକ୍ଷାର ଫଳ ୧୦ମ, ଏକାଦଶ ଏବଂ ଦ୍ୱାଦଶର ପ୍ରିବୋର୍ଡ ପରୀକ୍ଷା ଫଳ ଏବଂ ପ୍ରାକ୍ଟିକାଲରେ…

author-image
Minati Mishra
ଅଦ୍ୟତନ ହୋଇଛି
ଦ୍ୱାଦଶ ବୋର୍ଡ ପରୀକ୍ଷା ପାଇଁ ସମ୍ଭାବ୍ୟ ତାରିଖ ଘୋଷଣା କଲା CBSE

12th board exam

ନୂଆଦିଲ୍ଲୀ: ସବିଏସଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରସ୍ତୁତ ପାଇଁ ମୂଲ୍ୟାଙ୍କର ନୀତି ଜାରି କରିଛି। ବୋର୍ଡ ପକ୍ଷରୁ ଫଳାଫଳ ଘୋଷଣା ପାଇଁ ପ୍ରସ୍ତୁତି ଚାଲିଛି। ଦ୍ୱାଦଶ ପରୀକ୍ଷାର ଫଳ ୧୦ମ, ଏକାଦଶ ଏବଂ ଦ୍ୱାଦଶର ପ୍ରିବୋର୍ଡ ପରୀକ୍ଷା ଫଳ ଏବଂ ପ୍ରାକ୍ଟିକାଲରେ ପାଇଥିବା ନମ୍ବରକୁ ଦେଖି ବାହାର କରାଯିବ। ଯଦି ଛାତ୍ରଛାତ୍ରୀ ଏହି ଫଳାଫଳରେ ସନ୍ତୁଷ୍ଟ ନ ହୁଅନ୍ତି ତେବେଳ ସେମାନଙ୍କୁ ପରୀକ୍ଷା ଦେବା ପାଇଁ ସୁଯୋଗ ଦିଆଯିବ। ଏଥିପାଇଁ ବୋର୍ଡ ପକ୍ଷରୁ ପରୀକ୍ଷା ଆୟୋଜନ କରାଯିବ।

ସିବିଏସଇ ଦ୍ୱାଦଶ ଫଳାଫଳ ଜୁଲାଇ ୨୧, ୨୦୨୧ ସୁଦ୍ଧା ଘୋଷଣା ହେବ ବୋଲି ସୋମବାର ଦିନ ସୁପ୍ରିମକୋର୍ଟଙ୍କୁ ସୂଚନା ଦେଇ ଏକ ଆଫିଡେଭିଟ୍ ଦାଖଲ କରିଛି। ଯେଉଁଠାରେ ଛାତ୍ର ତାଙ୍କ ମାର୍କରେ ସନ୍ତୁଷ୍ଟ ହେବେ ନାହିଁ  । ସେମାନଙ୍କ ପାଇଁ ବୈକଳ୍ପିକ ପରୀକ୍ଷା ୧୫ ଅଗଷ୍ଟ ୨୦୨୧ ରୁ ୧୫ ସେପ୍ଟେମ୍ବର ୨୦୨୧ ପର୍ଯ୍ୟନ୍ତ କରାଯିବ। ଏଥିପାଇଁ ଅନଲାଇନ୍ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବ । ଏଥି ସହିତ ପତ୍ର ମାଧ୍ୟମ, କମ୍ପାର୍ଟମେଣ୍ଟ ଏବଂ ବେସରକାରୀ ଛାତ୍ରମାନଙ୍କ ପାଇଁ ମଧ୍ୟ ପରୀକ୍ଷା ଆୟୋଜନ କରାଯିବ ।

ସୂଚନାଥାଉ କି, ଜୁଲାଇ ୩୧ ସୁଦ୍ଧା ଦ୍ୱାଦଶ ପରୀକ୍ଷା ଫଳାଫଳ ପ୍ରକାଶ କରିବ ବୋଲି ସୂଚନା ଦେବା ସହ ଏ ନେଇ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛି ସିବିଏସ୍ଇ। ତେବେ ପରୀକ୍ଷା ଫଳ ପ୍ରକାଶ ପୂର୍ବରୁ କିପରି ମୂଲ୍ୟାୟନ କରାଯିବ ସେ ନେଇ ସିବିଏସଇ ତଥ୍ୟ ରଖିଥିଲା। ସିବିଏସଇ ଚୟନ କମିଟିରେ ୩୦-୩୦-୪୦ ଫର୍ମୂଲାରେ ଫଳ ପ୍ରକାଶ କରିବାକୁ ସହମତି ପ୍ରକାଶ ପାଇଥିଲା । ଦଶମ ଓ ଏକାଦଶର ଫଳ ଏବଂ ଦ୍ୱାଦଶ ପ୍ରି-ବୋର୍ଡ ଫଳର ଅନୁଧ୍ୟାନ ହେବ । ସିବିଏସଇର ଚୟନ କମିଟିର ୧୩ ଜଣ ସଦସ୍ୟ ୩୦-୩୦-୪୦ ଫର୍ମୁଲାକୁ ସମର୍ଥନ କରିଛନ୍ତି।

ଦଶମ ଓ ଏକାଦଶର ଶ୍ରେଷ୍ଠ ପ୍ରଦର୍ଶନ ଥିବା ୩ଟି ପେପରରୁ ୩୦% ମାର୍କ ନିଆଯିବ।  ଦ୍ୱାଦଶ ପ୍ରି-ବୋର୍ଡ ୟୁନିଟ, ଟର୍ମ ଓ ପ୍ରାଟିକାଲ ପରୀକ୍ଷାରୁ ୪୦% ମାର୍କ ନିଆଯିବ।  କମିଟି ନିଷ୍ପତ୍ତି ନେଇଥିବା ଏହି ଫର୍ମୁଲା ଆଧାରରେ ପିଲାଙ୍କ ଦ୍ୱାଦଶ ପରୀକ୍ଷା ଫଳ ବୋର୍ଡ ସ୍ଥିର କରବ। CBSE କୋର୍ଟଙ୍କୁ ସୂଚନା ଦେଇ କହିଛନ୍ତି, ପ୍ରାକ୍ଟିକାଲ ୧୦୦ ମାର୍କର ହେବ। ଛାତ୍ରଛାତ୍ରୀଙ୍କୁ ସ୍କୁଲ ପକ୍ଷରୁ ଦିଆଯାଇଥିବା ନମ୍ବରକୁ ହିଁ ଗ୍ରହଣ କରାଯିବ।

Advertisment
CBSE Board Result 2021
Advertisment
Advertisment