/odishatv-khabar/media/post_attachments/uploadimage/library/16_9/16_9_0/cbse-1_1625502403.jpg)
cbse
CBSEର ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ପାଠ୍ୟ ଖସଡ଼ା ଘୋଷଣା ହୋଇଛି । ନିଷ୍ପତ୍ତି ଅନୁସାରେ ଦୁଇଟି ଟର୍ମରେ ହେବ ୨୦୨୧-୨୨ର ଶିକ୍ଷାବର୍ଷ । ପ୍ରତି ଟର୍ମରେ ୫୦ ପ୍ରତିଶତ ସିଲାବସ୍ ରହିବ । ଏହାସହ ପ୍ରତି ଟର୍ମ ଶେଷରେ ବୋର୍ଡ ଦ୍ୱାରା ପରୀକ୍ଷା କରାଯିବ ।
ଗତବର୍ଷ ପରି ସଂକ୍ଷିପ୍ତ ସିଲାବସ୍ ଆଧାରରେ ବୋର୍ଡ ପରୀକ୍ଷା ହେବ । ଗତ ମାର୍ଚ୍ଚ ମାସରେ ବୋର୍ଡ ଜାରି କରିଥିବା ସିଲାବସ୍ ଆଧାରରେ ହିଁ ପାଠପଢା ହେବ ବୋଲି ନିଷ୍ପତ୍ତି ହୋଇଛି । ଶିକ୍ଷାବର୍ଷରେ ଛାତ୍ରଛାତ୍ରୀଙ୍କ ଇଣ୍ଟରନାଲ ଆସେସମେଣ୍ଟ, ପ୍ରାକ୍ଟିକାଲ ଏବଂ ପ୍ରୋଜେକ୍ଟ ୱାର୍କକୁ ଗୁରୁତ୍ୱ ଦିଆଯିବ ।
ବର୍ତ୍ତମାନ ପାଇଁ ଅଫ୍ଲାଇନ୍ରେ ପାଠପଢ଼ା ଜାରି ରହିବ । ବିଦ୍ୟାଳୟ ଗୁଡିକ ଛାତ୍ରଛାତ୍ରୀଙ୍କର ଏକ ପ୍ରଫୋଇଲ କ୍ରିଏଟ୍ କରିବେ ।ଏଥିସହ ସମସ୍ତ ସ୍କୁଲ୍ ସିବିଏସଇ ଆଇଟି ପ୍ଲାଟଫର୍ମରେ ଛାତ୍ରଛାତ୍ରୀଙ୍କର ଇଂଟରନାଲ ଆସେସମେଣ୍ଟର ମାର୍କ ଅପଲୋଡ୍ କରିବେ । ନବମ ଓ ଦଶମ ଶ୍ରେଣୀ ଇଣ୍ଟରନାଲ ଆସେସମେଣ୍ଟରେ ଷ୍ଟୁଡେଣ୍ଟ ଏନରିଚମେଣ୍ଟ, ପୋର୍ଟଫୋଲିଓ ଏବଂ ପ୍ରାିକାଲ ୱାର୍କ ସ୍ଥାନ ପାଇବ । ସେହିପରି ଏକାଦଶ ଓ ଦ୍ୱାଦଶ ଶ୍ରେଣୀରେ ୟୁନିଟ୍ ଟେଷ୍ଟ, ପ୍ରାକ୍ଟିକାଲ ଏବଂ ପ୍ରୋଜେକ୍ଟ ଅନ୍ତର୍ଭୁକ୍ତ ହେବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)