/odishatv-khabar/media/post_attachments/uploadimage/library/16_9/16_9_0/omen-chandi_1627366285.jpg)
omen-chandi
ଥିରୁଭନନ୍ତପୁରମ: କଂଗ୍ରେସର ବରିଷ୍ଠ ନେତା ତଥା କେରଳ ପୂର୍ବତନ ମୁଖ୍ୟମନ୍ତ୍ରୀ ଉମେନ ଚାଣ୍ଡି ଓ ବରିଷ୍ଠ କଂଗ୍ରେସ ନେତା କେ.ସି. ବେଣୁଗୋପାଳଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ହୋଇଛି। କେରଳ ସୋଲାର ସ୍କାମର ମୁଖ୍ୟ ଅଭିଯୁକ୍ତ ସରିତା ଏସ୍ ନାୟାର ଏହି ଅଭିଯୋଗ ଆଣିବା ପରେ କେରଳ ସରକାର ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ଓମେନ ଚାଣ୍ଡି ଓ ବେଣୁ ଗୋପାଳଙ୍କ ସହିତ ଅଦୁର ପ୍ରକାଶ, ହିବୀ ଇଦେନଙ୍କ ସମେତ ଜଣେ ବିଜେପି ନେତା ଏପି ଅବ୍ଦୁଲ୍ କୁଟ୍ଟିଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆସିଛି।
ଏହି ମାମଲାର ସିବିଆଇ ତଦନ୍ତ କରିବା ପାଇଁ ଅଭିଯୋଗକାରିଣୀ ସରିତ ଏସ୍ ନାୟାର କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନଙ୍କୁ ଚିଠି ଲେଖି ଜଣାଇବା ପରେ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାରଙ୍କର ଏପରି ନିଷ୍ପତ୍ତିରେ କଂଗ୍ରେସ କିନ୍ତୁ ରାଜନୈତିକ ଗନ୍ଧ ବାରିଛି। ରାଜ୍ୟରେ ଆଗକୁ ବିଧାନସଭା ନିର୍ବାଚନ ଥିବାରୁ କମ୍ୟୁନିଷ୍ଟ ସରକାର ଏଭଳି ପଦକ୍ଷେପ ନେଇଥିବା କଂଗ୍ରେସ ଅଭିଯୋଗ କରିଛି।
୨୦୧୩ରେ ସରିତା ଓ ତାଙ୍କ ସ୍ୱାମୀ ଟିମ୍ ସୋଲାର ନାଁରେ ଏକ କଂପାନି କରି ଲୋକଙ୍କୁ ଠକେଇ କରିଥିଲେ। ୨୦୧୪ରେ ଏହି ଘଟଣା ପଦାକୁ ଆସିବା ପରେ ଉଭୟଙ୍କୁ ଗିରଫ କରାଯାଇଥିଲା। ସେ ସମୟରେ କଂଗ୍ରେସର ଉମେନ ଚାଣ୍ଡି ମୁଖ୍ୟମନ୍ତ୍ରୀ ଥିଲେ। ଏହି ସମୟରେ ଯୌନ ନିର୍ଯାତନା ଦିଆଯାଉଥିଲା ବୋଲି ସରିତା ଅଭିଯୋଗ ଆଣିଛନ୍ତି। ଏହାପରେ କେରଳ ସରକାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। କଂଗ୍ରେସ ଅଭିଯୋଗକୁ ଖଣ୍ଡନ କରିବା ସହ ଆଇନ ତା ବାଟରେ ଯିବ ବୋଲି କହିଛି।
ସୂଚନା ଅନୁସାରେ, ୨୦୧୮ରେ ପୀଡ଼ିତାଙ୍କ ଅଭିଯୋଗ ପରେ ଚାଣ୍ଡି, ବେଣୁ ଗୋପାଳ ଓ ହିବୀ ଇଦେନ୍ଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଏମାନଙ୍କୁ ଛାଡ଼ିଦେଲେ ପୂର୍ବତନ ମନ୍ତ୍ରୀ ଏପି ଅନୀଲ କୁମାର ଓ ତାଙ୍କର ବ୍ୟକ୍ତିଗତ ସଚିବ ଶାହଦୁଲ୍ଲା ଓ ଅଦୁର ପ୍ରକାଶଙ୍କ ବିରୋଧରେ ମଧ୍ୟ ମାମଲା ହୋଇଛି।
ମହିଳାଙ୍କ ଅଭିଯୋଗ ଅନୁସାରେ, ୨୦୧୨ରେ ଓମେନ୍ ଚାଣ୍ଡି ତାଙ୍କ ସରକାରୀ ବାସଭବନରେ ମହିଳାଙ୍କ ଯୌନ ଶୋଷଣ କରିଥିଲେ। ମନ୍ତ୍ରୀମାନଙ୍କ ଦ୍ୱାରା ସେମାନଙ୍କ ସରକାରୀ ବାସଭବନରେ କିମ୍ବା ବିଧାୟକଙ୍କ କ୍ୱାର୍ଟରରେ ବାରମ୍ବାର ଯୌନ ଶୋଷଣର ଶିକାର ହୋଇଥିଲେ। ଜାନୁଆରୀ ୨୦ ତାରିଖରେ ଏସମ୍ପର୍କିତ ୬ ଟି ମାମଲା ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଦ୍ୱାରା ତଦନ୍ତ କରାଯାଇଥିଲା। ତଥାପି ଏହାର ସିବିଆଇ ତଦନ୍ତ କରାଇବାକୁ ଦାବି କରିଥିଲେ ମହିଳା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)