Advertisment

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ସିବିଆଇ ତଦନ୍ତର ଆବଶ୍ୟକ ନାହିଁ ବୋଲି କହିଲା ମୁମ୍ବାଇ ପୁଲିସ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟରେ ନିଜ ପକ୍ଷ ରଖିଲା ମୁମ୍ବାଇ ପୋଲିସ୍। ସୁଶାନ୍ତଙ୍କ ମୃତ୍ୟୁ ମାମଲା ତଦନ୍ତ ମୁମ୍ବାଇ ପୋଲିସ୍ କରୁଛି। ସମସ୍ତ ତଥ୍ୟ ପ୍ରମାଣ ଆଧାରରେ ତଦନ୍ତ ଚାଲିଛି। ତେଣୁ ଏବେ ସିବିଆଇ ଏହି ମାମଲାର ତଦନ୍ତ କରିବା ଆବଶ୍ୟକ ନାହିଁ ବୋଲି ମୁମ୍ବାଇ ପୋଲିସ୍ କୋର୍ଟକୁ ଦର୍ଶାଇଥିବା ସୂଚନା ମିଳିଛି। ଏହାସହ ଜିରୋ ଏଫ୍‌ଆଇଆର୍‌ରେ ମାମଲା ରୁଜୁ ହୋଇଛି। ତେଣୁ ଏହାକୁ ବିହାର ପୋଲିସ୍ ମୁମ୍ବାଇକୁ ହସ୍ତାନ୍ତର କରାଯିବା ଜରୁରୀ […]

author-image
Abinash Pati
ସୁଶାନ୍ତ ସିଂ ମୃତ୍ୟୁ ମାମଲା: ସିବିଆଇ ତଦନ୍ତର ଆବଶ୍ୟକ ନାହିଁ ବୋଲି କହିଲା ମୁମ୍ବାଇ ପୁଲିସ

sushant-sing

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟରେ ନିଜ ପକ୍ଷ ରଖିଲା ମୁମ୍ବାଇ ପୋଲିସ୍। ସୁଶାନ୍ତଙ୍କ ମୃତ୍ୟୁ ମାମଲା ତଦନ୍ତ ମୁମ୍ବାଇ ପୋଲିସ୍ କରୁଛି। ସମସ୍ତ ତଥ୍ୟ ପ୍ରମାଣ ଆଧାରରେ ତଦନ୍ତ ଚାଲିଛି। ତେଣୁ ଏବେ ସିବିଆଇ ଏହି ମାମଲାର ତଦନ୍ତ କରିବା ଆବଶ୍ୟକ ନାହିଁ ବୋଲି ମୁମ୍ବାଇ ପୋଲିସ୍ କୋର୍ଟକୁ ଦର୍ଶାଇଥିବା ସୂଚନା ମିଳିଛି।

Advertisment

ଏହାସହ ଜିରୋ ଏଫ୍‌ଆଇଆର୍‌ରେ ମାମଲା ରୁଜୁ ହୋଇଛି। ତେଣୁ ଏହାକୁ ବିହାର ପୋଲିସ୍ ମୁମ୍ବାଇକୁ ହସ୍ତାନ୍ତର କରାଯିବା ଜରୁରୀ ବୋଲି କୋର୍ଟକୁ ଦର୍ଶାଯାଇଛି। ସୁପ୍ରିମକୋର୍ଟ ତିନି ପକ୍ଷଙ୍କୁ ୭ ଦିନର ସମୟ ଦେଇଥିଲେ। ଏହି ମଧ୍ୟରେ ସୁଶାନ୍ତଙ୍କ ବାପା ଓ ବିହାର ପୋଲିସ୍ ନିଜ ପକ୍ଷ ରଖିଛନ୍ତି। ତେଣୁ ଏହା ଆସନ୍ତା ସୋମବାର କିମ୍ବା ମଙ୍ଗଳବାର ସୁଦ୍ଧା ଶୁଣାଣି ହୋଇପାରେ

ସେପଟେ ଇଡି ହାତରେ ସୁଶାନ୍ତଙ୍କ ଆକାଉଣ୍ଟ ସମ୍ପର୍କିତ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଥିବା ଜଣାପଡ଼ିଛି। ସୁଶାନ୍ତଙ୍କ ସାଢ଼େ ୪ କୋଟି ଫିକ୍ସ ଜମାରୁ ଅଢ଼େଇ କୋଟି ଟଙ୍କା ସୁଶାନ୍ତଙ୍କ ଦୁଇ ଜଣ ଚାଟାର୍ଡ ଆକାଉଣ୍ଟକୁ ଟ୍ରାନ୍ସଫର୍ ହୋଇଥିବା ଜଣାପଡ଼ିଛି। ତେବେ ଏହି ଟଙ୍କା କାହିଁକି ଓ କେଉଁ ଉର୍ଦ୍ଦେଶ୍ୟରେ ପଠାଯାଇଛି ତାକୁ ନେଇ ଖୋଲତାଡ଼ କରାଯାଇଛି। ଏହାସହ ସୁଶାନ୍ତଙ୍କ CA ସିର୍ଦ୍ଦାଥ ଶ୍ରୀଧର ଏସମ୍ପର୍କରେ ଜାଣିଛନ୍ତି ନା ନାହିଁ ତାକୁ ନେଇ ବି ଏବେ ସନ୍ଦେହ ବଢ଼ିଛି। ଅନ୍ୟପଟେ ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ୍ ଚକ୍ରବର୍ତ୍ତିଙ୍କୁ ଗତକାଲି ଜେରା କରିଛି ଇଡି।

Advertisment
Advertisment
Advertisment