Advertisment

ଲାଞ୍ଚ ନେଇ ବନ୍ଧା ହେଲେ ବିଜେପି କାଉନ୍‌ସିଲର୍‌

ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ (ସିବିଆଇ) ଲାଞ୍ଚ ନେବା ଅଭିଯୋଗରେ ଆଜି ଜଣେ ବିଜେପି ନେତାଙ୍କୁ ଗିରଫ କରିଛି। ନୂଆଦିଲ୍ଲୀ ବସନ୍ତକୁଞ୍ଜର କାଉନ୍‌ସିଲର୍‌ ମନୋଜ ମେହଲାୱାତଙ୍କୁ ସିବିଆଇ ଗିରଫ କରିଛି। ସୂଚନା ଅନୁସାରେ ମନୋଜ ତାଙ୍କ ଅଞ୍ଚଳରେ କନ୍‌ଷ୍ଟ୍ରକ୍ସନ କାମ କରୁଥିବା ଜଣେ କଣ୍ଟ୍ରାକ୍ଟରଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ଦାବି କରୁଥିବା ଗୋଟିଏ ଏଜେନ୍ସି ପ୍ରକାଶ କରିଛି। ଏଣ୍ଡିଆ ଟୁଡେର ଖବର ମୁତାବକ ମନୋଜ ଲାଞ୍ଚ ନେଲାବେଳେ ତାଙ୍କୁ ସିବିଆଇ ରେଡ୍‌ ହ୍ୟାଣ୍ଡେଡ୍‌ ଧରିଛି […]

author-image
Dibakar Sahoo
ଅଦ୍ୟତନ ହୋଇଛି
ଲାଞ୍ଚ ନେଇ ବନ୍ଧା ହେଲେ ବିଜେପି କାଉନ୍‌ସିଲର୍‌

10

ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ (ସିବିଆଇ) ଲାଞ୍ଚ ନେବା ଅଭିଯୋଗରେ ଆଜି ଜଣେ ବିଜେପି ନେତାଙ୍କୁ ଗିରଫ କରିଛି। ନୂଆଦିଲ୍ଲୀ ବସନ୍ତକୁଞ୍ଜର କାଉନ୍‌ସିଲର୍‌ ମନୋଜ ମେହଲାୱାତଙ୍କୁ ସିବିଆଇ ଗିରଫ କରିଛି।

Advertisment

ସୂଚନା ଅନୁସାରେ ମନୋଜ ତାଙ୍କ ଅଞ୍ଚଳରେ କନ୍‌ଷ୍ଟ୍ରକ୍ସନ କାମ କରୁଥିବା ଜଣେ କଣ୍ଟ୍ରାକ୍ଟରଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ଦାବି କରୁଥିବା ଗୋଟିଏ ଏଜେନ୍ସି ପ୍ରକାଶ କରିଛି। ଏଣ୍ଡିଆ ଟୁଡେର ଖବର ମୁତାବକ ମନୋଜ ଲାଞ୍ଚ ନେଲାବେଳେ ତାଙ୍କୁ ସିବିଆଇ ରେଡ୍‌ ହ୍ୟାଣ୍ଡେଡ୍‌ ଧରିଛି ଏବଂ ତାଙ୍କୁ ଗିରଫ କରାଯାଇ କୋର୍ଟରେ ହାଜର ପୂର୍ବରୁ ହେପାଜତରେ ରଖାଯାଇଛି।

ମନୋଜ ଭାରତୀୟ ଜନତା ପାର୍ଟି ତରଫରୁ ୨୦୧୭ରେ ବସନ୍ତ କୁଞ୍ଜ ମ୍ୟୁନିସ୍‌ପାଲ୍‌ ଅଞ୍ଚଳରୁ ନିର୍ବାଚନ ଲଢ଼ି ଏବେ ସେଠାକାର କାଉନ୍‌ସିଲର୍‌‌ ଅଛନ୍ତି। ବସନ୍ତକୁଞ୍ଜରେ ଥିବା ତାଙ୍କ ଘରୁ ସିବିଆଇ ଆଜି ତାଙ୍କୁ ଗିରଫ କରିବା ସହ ଘରକୁ ସର୍ଚ୍ଚ କରିଥିବା ତଦନ୍ତକାରୀ ସଂସ୍ଥା ପକ୍ଷରୁ ଜଣାପଡ଼ିଛି।

Advertisment

ଦୁର୍ନୀତି ବିରୋଧରେ କଟକଣା ଜାରି କରି ଗତ କିଛି ମାସ ମଧ୍ୟରେ ଦିଲ୍ଲୀରେ ସିବିଆଇ ଆଇନ ପ୍ରଣୟନକାରୀ ସଂସ୍ଥାର ଅଧିକାରୀଙ୍କ ସମେତ ଅନେକ ସରକାରୀ କର୍ମଚାରୀଙ୍କୁ ଗିରଫ କରିଛି।

Advertisment
Advertisment