Advertisment

ମରିୟମଙ୍କ ବାଥରୁମ୍‌ରେ ଲାଗିଥିଲା କ୍ୟାମେରା

ସ୍‌ଲାମାବାଦ: ଚୌଧୁରୀ ସୁଗାର ମିଲ୍‌ ଘଟଣାରେ ଗିରଫ୍ ହୋଇ ଜେଲ୍‌ରେ ଥିବା ବେଳେ ସମ୍ମୁଖୀନ ହୋଇଥିବା ଅସୁବିଧା ସମ୍ପର୍କରେ ଖୁଲାସା କରିଛନ୍ତି ପାକିସ୍ତାନ ମୁସ୍‌ଲିମ ଲିଗ୍‌ ନାୱାଜ୍ ଦଳର ଅଧ୍ୟକ୍ଷା ମରିୟମ ନୱାଜ୍‌। ସେ ରହୁଥିବା ଜେଲ୍‌ କୋଠରୀ ଓ ବାଥ୍‌ରୁମ୍‌ରେ କ୍ୟାମେରା ଲଗାଯାଇଥିଲା ବୋଲି କହିଛନ୍ତି ମରିୟମ। ଏକ ନିୟୋ ନ୍ୟୁଜ୍‌କୁ ଦେଇଥିବା ଏକ ସାକ୍ଷାତକାର ଏଭଳି ଖୁଲାସା କରିଛନ୍ତି ମରିୟମ। ଏ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି “ ମୁଁ ଦୁଇଥର ଜେଲ୍ […]

ମରିୟମଙ୍କ ବାଥରୁମ୍‌ରେ ଲାଗିଥିଲା କ୍ୟାମେରା

mariyam-nawaj

Advertisment

ସ୍‌ଲାମାବାଦ: ଚୌଧୁରୀ ସୁଗାର ମିଲ୍‌ ଘଟଣାରେ ଗିରଫ୍ ହୋଇ ଜେଲ୍‌ରେ ଥିବା ବେଳେ ସମ୍ମୁଖୀନ ହୋଇଥିବା ଅସୁବିଧା ସମ୍ପର୍କରେ ଖୁଲାସା କରିଛନ୍ତି ପାକିସ୍ତାନ ମୁସ୍‌ଲିମ ଲିଗ୍‌ ନାୱାଜ୍ ଦଳର ଅଧ୍ୟକ୍ଷା ମରିୟମ ନୱାଜ୍‌। ସେ ରହୁଥିବା ଜେଲ୍‌ କୋଠରୀ ଓ ବାଥ୍‌ରୁମ୍‌ରେ କ୍ୟାମେରା ଲଗାଯାଇଥିଲା ବୋଲି କହିଛନ୍ତି ମରିୟମ। ଏକ ନିୟୋ ନ୍ୟୁଜ୍‌କୁ ଦେଇଥିବା ଏକ ସାକ୍ଷାତକାର ଏଭଳି ଖୁଲାସା କରିଛନ୍ତି ମରିୟମ।

Advertisment

ଏ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି “ ମୁଁ ଦୁଇଥର ଜେଲ୍ ଯାଇଛି। ଜଣେ ମହିଳାଙ୍କୁ ଜେଲ୍‌ରେ କିଭଳି ବ୍ୟବହାର କରାଯାଏ ଯଦି ମୁଁ ଏହା କହିବି ତେବେ ମୁହଁ ଦେଖାଇବା ପାଇଁ ଏମାନଙ୍କର(ପାକିସ୍ତାନ ସରକାର) ସାହାସ ରହିବ ନାହିଁ। ”

ଇମ୍ରାନ ଖାନ ସରକାରଙ୍କୁ ଟାର୍ଗେଟ କରି ମରିୟମ କହିଛନ୍ତି ଯେ ଯଦି ସରକାର ଘର ଭାଙ୍ଗି ଜଣେ ବାପା ସାମ୍ନାରେ ତାଙ୍କ ଝିଅଙ୍କୁ ଗିରଫ କରିବ, ଆଉ ବ୍ୟକ୍ତିଗତ ଲାଞ୍ଚନା ଲଗାଯିବ ତେବେ ପାକିସ୍ତାନର କୌଣସି ମହିଳା ସୁରକ୍ଷିତ ନୁହେଁ ବୋଲି ମରିୟମ କହିଛନ୍ତି।

Advertisment

ସୂଚନା ଥାଉକି ଗତବର୍ଷ ମରିୟମ୍‌ ନାୱାଜ୍ ମନିଲଣ୍ଡରିଂ ମାମଲାରେ ଗିରଫ ହୋଇ ଜେଲ୍ ଯାଇଥିଲେ। ତେବେ ନିୟମ ଭଙ୍ଗ କରିଥିବାରୁ ତାଙ୍କୁ ନ୍ୟାସ୍‌ନାଲ୍‌ ଆକାଉଣ୍ଟେବିଲିଟି ବ୍ୟୁରୋ ତାଙ୍କୁ ଗିରଫ କରିଥିଲା ବୋଲି ମରିୟମ କହିବା ସହିତ ସେ ରାଜନୈତିକ ଚକ୍ରାନ୍ତରେ ଫସିଗଲେ ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ