Advertisment

ଜଳିଗଲା ଯାତ୍ରୀବାହୀ ବସ୍‌

ରାୟଗଡ଼ା: ରାୟଗଡ଼ା-କୋରାପୁଟ ରାସ୍ତା ସିରିକୋଣା ତାରିଣୀ ମନ୍ଦିର ପାଖରେ ଯାତ୍ରୀବାହୀ ବସ୍‌ରେ‌ ନିଆଁ ଲାଗି ଯିବାରୁ ବସ୍‌ଟି ସମ୍ପୂର୍ଣ୍ଣ ଜଳିଯାଇଛି। ହେଲେ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଗତ ରାତି ଗୋଟାଏ ବେଳେ ନବରଙ୍ଗପୁର କୋଷାଗୁମୁଡ଼ାରୁ ଗଞ୍ଜାମ ଜିଲ୍ଲା ପୋଲସରା ଯାଉଥିବା ବର୍ଷା ନାମକ ବସ୍‌ରେ ନିଆଁ ଲାଗି ଯାଇଥିଲା। ଖବର ପାଇ ରାୟଗଡ଼ାରୁ ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଗତକାଲି ସଂଧ୍ୟାରେ କୋଷାଗୁମୁଡ଼ାରୁ ବାହାରିଥିଲା ବସ୍‌ରେ ପ୍ରାୟ ୫୦ରୁ ଅଧିକ ଯାତ୍ରୀ ଥିଲେ। […]

author-image
Abinash Pati
ଜଳିଗଲା ଯାତ୍ରୀବାହୀ ବସ୍‌

N-tomar

ରାୟଗଡ଼ା: ରାୟଗଡ଼ା-କୋରାପୁଟ ରାସ୍ତା ସିରିକୋଣା ତାରିଣୀ ମନ୍ଦିର ପାଖରେ ଯାତ୍ରୀବାହୀ ବସ୍‌ରେ‌ ନିଆଁ ଲାଗି ଯିବାରୁ ବସ୍‌ଟି ସମ୍ପୂର୍ଣ୍ଣ ଜଳିଯାଇଛି। ହେଲେ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଗତ ରାତି ଗୋଟାଏ ବେଳେ ନବରଙ୍ଗପୁର କୋଷାଗୁମୁଡ଼ାରୁ ଗଞ୍ଜାମ ଜିଲ୍ଲା ପୋଲସରା ଯାଉଥିବା ବର୍ଷା ନାମକ ବସ୍‌ରେ ନିଆଁ ଲାଗି ଯାଇଥିଲା। ଖବର ପାଇ ରାୟଗଡ଼ାରୁ ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଛି।

Advertisment

ସଂଧ୍ୟାରେ କୋଷାଗୁମୁଡ଼ାରୁ ବାହାରିଥିଲା ବସ୍‌ରେ ପ୍ରାୟ ୫୦ରୁ ଅଧିକ ଯାତ୍ରୀ ଥିଲେ। ବସ୍‌ଟି ରାସ୍ତାରେ ଯାଉଥିବାବେଳେ ଲକ୍ଷ୍ମୀପୁର ନିକଟରେ ପୋଡ଼ା ପୋଡ଼ା ଗନ୍ଧ ବାହାରିଥିଲା। ତେବେ ଗାଡ଼ି ଚାଳକ ଧ୍ୟାନ ନ ଦେଉ ଗାଡ଼ି ଚଳାଇବାରୁ ପଛ ଟାୟାର ଫାଟି ଗାଡ଼ିଟି ଜଳିଯାଇଥିଲା।

[caption id="attachment_244846" align="aligncenter" width="750"]publive-image ଆନ୍ଧ୍ର ପ୍ରଦେଶ ବିଶାଖାପାଟଣାର ଆରକୁ ଘାଟିରେ ଖସିପଡ଼ିଥିବା ଟୁରିଷ୍ଟ ବସ୍[/caption]

Advertisment

ଅନ୍ୟପଟେ ଆନ୍ଧ୍ର ପ୍ରଦେଶ ବିଶାଖାପାଟଣାର ଆରକୁ ଘାଟିରେ ଟୁରିଷ୍ଟ ବସ୍ ୮୦ ଫୁଟ୍ ତଳକୁ ଖସି ପଡ଼ିଛି। ଫଳରେ ୨ ଜଣ ଶିଶୁଙ୍କ ସମେତ ୪ ଜଣଙ୍କର ମୃତ୍ୟୁ ହୋଇଛି। ମୃତାହତମାନେ ତେଲଙ୍ଗାନାର ହାଇଦ୍ରାବାଦ ଅଞ୍ଚଳର ବୋଲି ଜଣାପଡ଼ିଛି।

ହାଇଦ୍ରାବାଦରୁ ୨୧ ଜଣ ଗୋଟିଏ ଟୁରିଷ୍ଟ ବସ୍ ଧରି ତିନି ଦିନ ପୂର୍ବେ ଆରକୁ ଭ୍ୟାଲି ଆସିଥିଲେ। ଗତରାତି ୯ଟା ବେଳେ ସେମାନେ ଫେରୁଥିଲେ। ଘାଟି ରାସ୍ତାର ବୋରାଗୁମ୍ଫା ଦମୁଛକ ପାଖରେ ଗୋଟିଏ ବାଙ୍କରେ ଘନ କୁହୁଡ଼ି ଯୋଗୁଁ ବସ୍‌ଟି ଭାରସାମ୍ୟ ହରାଇ ଘାଟି ତଳକୁ ଖସି ପଡ଼ିଥିଲା। ଘଟଣାସ୍ଥଳରେ ୨ଜଣ ଶିଶୁଙ୍କ ସହ ଅନ୍ୟ ୨ ଜଣ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ଏଥିରେ ୧୯ ଜଣ ଗୁକୁତର ଆହତ ହୋଇଛନ୍ତି। ସମସ୍ତଙ୍କୁ ଏସ୍. କୋଟା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଆହତଙ୍କ ମଧ୍ୟରେ ଅଧିକାଂଶ ୧୦ ବର୍ଷରୁ କମ୍ ବୟସର ଶିଶୁ ଅଛନ୍ତି। ଦୁର୍ଘଟଣାବେଳେ ବସ୍‌ରେ ଚାଳକ ଓ ହେଲପରଙ୍କ ସମେତ ୨୩ ଜଣ ଥିଲେ। ଖବର ପାଇ ପୋଲିସ ଓ ଏନ୍‌ଡିଆରଏଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି।

Advertisment
Advertisment