/odishatv-khabar/media/post_attachments/uploadimage/library/16_9/16_9_0/Capture-28_1624708938.jpg)
Elephant
ଚାଷୀ ଆଉ ବଳଦ ମଧ୍ୟରେ ସମ୍ପର୍କ ବେଶ ନିବିଡ । ସେଥିପାଇଁ ତ କର୍ଣ୍ଣାଟକର କୁଲବର୍ଗୀ ଅଂଚଳରେ କାରା ହୁନିମେ ପର୍ବ ପାଇଁ ପ୍ରତିବର୍ଷ ବଳଦମାନଙ୍କୁ ଆକର୍ଷଣୀୟ ରଂଗରେ ସଜାଯାଇଥାଏ । ଏହି ଦିନ ବାଜା ବଜାଇ ନାଚଗୀତ କରିବା ସହ ବଳଦ ଦୌଡର ଆୟୋଜନ ମଧ୍ୟ କରାଯାଇଥାଏ ।
/odishatv-khabar/media/post_attachments/wp-content/uploads/2021/06/kambala-race_1ad1532c-c842-11e7-8cd0-7e09bc26593d.jpg)
ଏଥିପାଇଁ ସକାଳୁ ସକାଳୁ ବଳଦମାନଙ୍କୁ ପୂଜାର୍ଚ୍ଚନା କରାଯାଇ ବିରାଟ ଶୋଭାଯାତ୍ରାରେ ନିଆଯାଏ । ମହିଳାମାନେ ବଳଦମାନଙ୍କୁ ପୂଜା କରିବା ପରେ ଆରମ୍ଭ ହୁଏ ପ୍ରସ୍ତୁତି । ଏଥିପାଇଁ ପୁରା ଗାଁରେ ଉତ୍ସବର ମାହୋଲ ରହିଥାଏ । ବଳଦକୁ ନେବା ସମୟରେ ସେମାନେ ରାସ୍ତାରେ ବାଜା ବଜାଇ ନୃତ୍ୟ କରିଥାନ୍ତି । ବିଭିନ୍ନ ରଂଗରେ ସଜା ଯାଇଥିବା ବଳଦମାନଙ୍କୁ ଏକାଠି କରାଯାଇ ଦୌଡ଼ ଆରମ୍ଭ ହୁଏ । ଆଉ ଯେଉଁ ବଳଦ ସବୁଠାରୁ ଆଗରେ ରହେ ତାର ମାଲିକଙ୍କୁ ଆକର୍ଷଣୀୟ ପୁରସ୍କାର ଦିଆଯାଏ । କୁଲବର୍ଗୀ ଅଂଚଳରେ କାରା ହୁନିମେ ପର୍ବ ପାଇଁ ପ୍ରତିବର୍ଷ ବଳଦଯାତ୍ରା କରାଯାଇଥାଏ । ଏଥିପାଇଁ ବଳଦଯାତ୍ରାର ପୂର୍ବଦିନ ବଳଦମାନଙ୍କୁ ଗାଧୋଇବା ପରେ ସଜା ଯାଇଥାଏ । ବଳଦଗୁଡିକ ଯେପରି ଆକର୍ଷଣୀୟ ଦେଖାଯିବେ ଏଥିପାଇଁ ବିଭିନ୍ନ ରଂଗ ବ୍ୟବହାର ହୋଇଥାଏ ।
ସେହିଭଳି ତାମିଲନାଡୁରେ ସୁଇମିଂ ପୁଲ ଭଳି ଏକ କୃତ୍ରିମ ପୋଖରୀରେ ହାତୀ ଗାଧୋଉଥିବା ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ତାମିଲନାଡୁ ତ୍ରିଚି ସହରର ପ୍ରସିଦ୍ଧ ଜମ୍ବୁକେଶ୍ୱର ଅଖିଳନ୍ଦେଶ୍ୱରୀ ମନ୍ଦିରରେ ହାତୀ ମାନଙ୍କ ଗାଧୋଇବା ପାଇଁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ମନ୍ଦିରର ବିଭିନ୍ନ ନୀତିବେଳେ ହାତୀମାନଙ୍କ ଆବଶ୍ୟକତା ପଡିଥାଏ । ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ କିଛି ହାତୀଙ୍କୁ ପୋଷା ଯାଇଛି । ସେମାନଙ୍କର ଗାଧୋଇବା ପାଇଁ ଚଳିତବର୍ଷ ମନ୍ଦିର ପ୍ରଶାସନ ପକ୍ଷରୁ ଏଥର ଅଭିନବ ପଦକ୍ଷେପ ନିଆଯାଇଛି ।
ଭାଇରାଲ ଭିଡିଓରେ ହାତୀଟି କୃତ୍ରିମ ପୋଖରୀ ଭିତରକୁ ଯିବାକୁ ପ୍ରଥମେ ଅମଙ୍ଗ ହେଉଥିଲେ ମଧ୍ୟ ମାହୁନ୍ତର ଇସାରା ପାଇବା ପରେ ଭିତରକୁ ଯାଇଥିଲା । ଆଉ ପାଣିର ଭରପୁର ମଜା ଉଠାଇଥିଲା । ହାତୀଟି ପାଣି ଭିତରେ ବେଶ କିଛି ସମୟ ଶୋଇ ରହିଥିଲା । ଉଠିବା ପରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ଉପରକୁ ପାଣି ଫୋପାଡିବା ଦୃଶ୍ୟ ବେଶ ମନୋରମ ଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)