Advertisment

ସେଲ୍‌ଫ୍‌ ଆଇସୋଲେସନ୍‌ରେ ବ୍ରିଟେନ ପ୍ରଧାନମନ୍ତ୍ରୀ

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ସେଲ୍‌ଫ୍‌ ଆଇସୋଲେସନ୍‌ରେ ବ୍ରିଟେନ ପ୍ରଧାନମନ୍ତ୍ରୀ

Boris Johnson

ଲଣ୍ଡନ: ଜଣେ କରୋନା ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସିବା ପରେ ସେଲ୍‌ଫ୍‌ ଆଇସୋଲେସନ୍‌ରେ ରହିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌।

Advertisment

ତାଙ୍କର କୌଣସି କରୋନା ଲକ୍ଷଣ ନାହିଁ ବୋଲି ସେ ଟ୍ୱିଟ୍‌ କରି କହିଛନ୍ତି। ପୂର୍ବରୁ ମଧ୍ୟ ସେ କରୋନା ସଂକ୍ରମିତ ହେବା ପରେ ମେଡିକାଲରେ ଭର୍ତ୍ତି ହୋଇଥିଲେ। ତେବେ ଚିକିତ୍ସା ପରେ ସେ ସୁସ୍ଥ ହୋଇ ଫେରିଥିଲେ। 

Advertisment

ୟୁକେରେ ବର୍ତ୍ତମାନ ସୁଦ୍ଧା ୧.୩ ମିଲିୟନରୁ ଅଧିକ ଲୋକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବାବେଳେ ସେଥିମଧ୍ୟରୁ ୫୦ ହଜାରରୁ ଅଧିକ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

Advertisment
Advertisment