Advertisment

ବାରାଣାସୀରେ ବ୍ଲାକ୍ ଫଙ୍ଗସ୍ ଆତଙ୍କ : ୮ ମୃତ, ୩୦ ଜଣଙ୍କର ଆଖି ବାହାର କରାଗଲା

ବାରାଣାସୀ : ଉତ୍ତର ପ୍ରଦେଶର ବାରାଣାସୀରେ ବ୍ଲାକ୍ ଫଙ୍ଗସ୍ ଆତଙ୍କ ଜାରି ରହିଛି । ଗତକାଲି ବାରାଣାସୀରେ ବ୍ଲାକ୍ ଫଙ୍ଗସ୍ ଯୋଗୁଁ ୮ ଜଣ ରୋଗୀ ପ୍ରାଣ ହରାଇଛନ୍ତି। ବିଏଚୟୁ ହସ୍ପିଟାଲରେ ଚିକିତ୍ସା ସମୟରେ ମୃତ୍ୟୁବରଣ କରିଥିବା ଏହି ରୋଗୀମାନଙ୍କୁ ପୋଷ୍ଟ…

author-image
Prangyan Parimita
ଅଦ୍ୟତନ ହୋଇଛି
ବାରାଣାସୀରେ ବ୍ଲାକ୍ ଫଙ୍ଗସ୍ ଆତଙ୍କ : ୮ ମୃତ, ୩୦ ଜଣଙ୍କର ଆଖି ବାହାର କରାଗଲା

Black-Fungus-Madras-Courier-14

ବାରାଣାସୀ : ଉତ୍ତର ପ୍ରଦେଶର ବାରାଣାସୀରେ ବ୍ଲାକ୍ ଫଙ୍ଗସ୍ ଆତଙ୍କ ଜାରି ରହିଛି । ଗତକାଲି ବାରାଣାସୀରେ ବ୍ଲାକ୍ ଫଙ୍ଗସ୍ ଯୋଗୁଁ ୮ ଜଣ ରୋଗୀ ପ୍ରାଣ ହରାଇଛନ୍ତି। ବିଏଚୟୁ ହସ୍ପିଟାଲରେ ଚିକିତ୍ସା ସମୟରେ ମୃତ୍ୟୁବରଣ କରିଥିବା ଏହି ରୋଗୀମାନଙ୍କୁ ପୋଷ୍ଟ କୋଭିଡ ୱାର୍ଡ ବ୍ୟତୀତ ସୁପର ସ୍ପେସିଆଲିଟି ବ୍ଲକରେ ମଧ୍ୟ ଭର୍ତ୍ତି କରାଯାଇଥିଲା। ବ୍ଲାକ୍ ଫଙ୍ଗସ୍ କାରଣରୁ ବିଏଚୟୁରେ ଏବେ ସୁଦ୍ଧା ୩୨ ରୋଗୀ ପ୍ରାଣ ହରାଇ ସାରିଲେଣି । ଅନ୍ୟପଟେ ବ୍ଲାକ୍ ଫଙ୍ଗସରେ ସଂକ୍ରମିତ ୩୦ ଜଣ ରୋଗୀଙ୍କର ଆଖି ବାହାର କରିବାକୁ ପଡ଼ିଛି ।

Advertisment

୮ ରୋଗୀଙ୍କ ମୃତ୍ୟୁ ବ୍ୟତୀତ ବ୍ଲାକ୍ ଫଙ୍ଗସରେ ପୀଡିତ ୭ ଜଣ ନୂଆ ରୋଗୀ ଗତକାଲି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ନୂତନ ରୋଗୀଙ୍କୁ ମିଶାଇ ମୋଟ ବ୍ଲାକ୍ ଫଙ୍ଗସ ରୋଗୀଙ୍କ ସଂଖ୍ୟା ୧୪୫ ରେ ପହଞ୍ଚିଛି । ଏଥିମଧ୍ୟରୁ ୭ ଜଣ ରୋଗୀଙ୍କୁ ଡିସଚାର୍ଜ କରାଯାଇ ଥିବାବେଳେ ୧୦୬ ଜଣ ରୋଗୀ ଡାକ୍ତରଖାନାର ବିଭିନ୍ନ ୱାର୍ଡରେ ଚିକିତ୍ସିତ ହେଉଛନ୍ତି।

ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ଚିକିତ୍ସା ପାଇଁ ବିଏଚୟୁ ହସ୍ପିଟାଲରେ ଏକ ନୂତନ ୱାର୍ଡ ତିଆରି କରାଯାଇଛି । ୪୦-୪୦ ଶଯ୍ୟା ବିଶିଷ୍ଟ ଦୁଇଟି ୱାର୍ଡ ତିଆରି ହେବା ପରେ ନୂତନ ୱାର୍ଡରେ ରୋଗୀଙ୍କୁ ଆଡମିଟ୍ କରାଯାଉଛି । ବିଏଚୟୁ ହସ୍ପିଟାଲର ମେଡିକାଲ୍ ଅଧୀକ୍ଷକ ଡକ୍ଟର କେ.କେ ଗୁପ୍ତା କହିଛନ୍ତି, ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ପାଇଁ ହସ୍ପିଟାଲରେ ପର୍ଯ୍ୟାପ୍ତ ବେଡ ଅଛି । ରୋଗୀଙ୍କ ସଂଖ୍ୟା ଅନୁଯାୟୀ ଡାକ୍ତରଖାନାରେ ବ୍ଲାକ୍ ଫଙ୍ଗସର ନୂତନ ୱାର୍ଡ ତିଆରି କରାଯାଉଛି।

Advertisment

ଦେଶରେ ବ୍ଳାକଫଙ୍ଗସ୍ କେସ୍ ବଢ଼ୁଥିବା ଦେଖି ଏହାର ଚିକିତ୍ସାରେ ବ୍ୟବହୃତ ହେଉଥିବା ଆମ୍ଫୋଟେରିସିନ୍-ବି ଇଞ୍ଜେକ୍ସନ୍‌ର ରପ୍ତାନୀ ଉପରେ କଟକଣା ଲଗାଇଛନ୍ତି କେନ୍ଦ୍ର ସରକାର । ତାସହିତ ବିଦେଶରୁ ଏହି ଇଞ୍ଜେକ୍ସନର ଆମଦାନୀ ପରିମାଣକୁ ବଢ଼ାଇଛନ୍ତି ।

ବ୍ଲାକ୍ ଫଙ୍ଗସ୍ ଏକ ମାରାତ୍ମକ ରୋଗ ହେଲେ ମଧ୍ୟ, ଦୁରାରୋଗ୍ୟ ନୁହେଁ। ପ୍ରାରମ୍ଭିକ ଅବସ୍ଥାରେ ଏହାର ଚିକିତ୍ସା ସମ୍ଭବ। ତେଣୁ ପ୍ରାଥମିକ ଲକ୍ଷଣ ଦେଖାଦେବା ମାତ୍ରେ ଡାକ୍ତରଙ୍କ ପରାମର୍ଶ ନେବା ଯେତିକି ଜରୁରୀ, ତା ଠୁ ଅଧିକ ଜରୁରୀ, ବ୍ଲାକ୍ ଫଙ୍ଗସ୍ ସଂକ୍ରମଣରୁ ବର୍ତ୍ତିବାର ଉପାୟ ଜାଣିବା। ଏଥିରୁ ରକ୍ଷା ପାଇବା ପାଇଁ ଉଭୟ କରୋନା ରୋଗୀ ଓ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ସତର୍କ ହେବା ଉଚିତ। କରୋନା ରୋଗୀଙ୍କୁ ଡାକ୍ତରମାନେ ଆବଶ୍ୟକତା ପୂର୍ବରୁ ଏବଂ ମାତ୍ରାଧିକ ଷ୍ଟିରଏଡ୍ ଦେବା ଅନୁଚିତ ଏବଂ ରୋଗୀଙ୍କୁ ଅକ୍ସିଜେନ୍ ଲଗାଇବା ବେଳେ ମାସ୍କ ଓ ପାଇପକୁ ଭଲଭାବେ ସାନିଟାଇଜ୍ କରିବା ଉଚିତ ବୋଲି ବିଶେଷଜ୍ଞ କହିଛନ୍ତି।

Black Fungus
Advertisment
Advertisment