/odishatv-khabar/media/post_attachments/uploadimage/library/16_9/16_9_0/black-fongaus_1620825732.jpg)
black fongaus
ରାୟପୁର: କରୋନା ପରେ ଏବେ ଡରେଇଲାଣି ବ୍ଲାକ ଫଙ୍ଗସ୍ । ବ୍ଲାକ ଫଙ୍ଗସ ଓଡ଼ିଶାରୁ ଗୋଟିଏ ଚିହ୍ନଟ ହୋଇଥିବାବେଳେ ଛତିଶଗଡରେ ଏହାର ପ୍ରକୋପ ଅଧିକ ଦେଖିବାକୁ ମିଳିଛି । ଏହି ରାଜ୍ୟରେ ୧୫ରୁ ଅଧିକ ରୋଗୀ ଚିହ୍ନଟ ହେଲେଣି ।
ବ୍ଲାକ ଫଙ୍ଗସରେ ଆକ୍ରାନ୍ତ ୧୫ ରୋଗୀଙ୍କୁ ରାୟପୁର ଏମ୍ସରେ ଭର୍ତ୍ତି କରାଯାଇଛି । ଏଥିମଧ୍ୟରୁ ଅଧିକ ରୋଗୀଙ୍କ ଆଖିରେ ଇନ୍ଫେକ୍ସନ ବ୍ୟାପୁଥିବା ଏମସ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଇତି ମଧ୍ୟରେ ଛତିଶଗଡ ସ୍ୱାସ୍ଥ୍ୟମନ୍ତ୍ରୀ ଟିଏସ ସିଂହଦେବ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ରାଜ୍ୟର ବିଭିନ୍ନ ଭାଗରୁ ବ୍ଲାକ ଫଙ୍ଗସ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଷ୍ଟେରଏଡ ବ୍ୟବହାର ବିଷୟରେ ଡାକ୍ତରମାନଙ୍କ ପାଇଁ ସ୍ୱତନ୍ତ୍ର ଗାଇଡଲାଇନ ପ୍ରକାଶ ପାଇବ । ଏଥିପାଇଁ ଆବଶ୍ୟକ ଔଷଧ, ଜରୁରୀ ଇଞ୍ଜେକ୍ସନର କଳାବଜାରୀ ଉପରେ ନଜର ରଖାଯାଇଛି ଏବଂ ଏହା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ରାଜ୍ୟର ସବୁ ଜିଲ୍ଲାରେ ବ୍ଲାକ ଫଙ୍ଗସ ଚିକିତ୍ସା ପାଇଁ ଆବଶ୍ୟକ ଔଷଧ ଯେପରି ସବୁଠାରେ ଉପଲବ୍ଧ ହେବ ସେ ନେଇ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ନିର୍ଦ୍ଦେଶ ଜାରି କରିଛନ୍ତି । ଏହି ରୋଗର ଚିକିତ୍ସା ପାଇଁ Posaconazole ଏବଂ Amphotericin-B ଔଷଧ ନିୟମିତ ଯୋଗାଇ ଦେବାକୁ ଖାଦ୍ୟ ଏବଂ ଔଷଧ ପ୍ରଶାସନ ନିୟନ୍ତ୍ରକ ସମସ୍ତ ଜିଲ୍ଲାର ଔଷଧ ନିରୀକ୍ଷକଙ୍କୁ ଦେଇଛନ୍ତି । ଖାଦ୍ୟ ଏବଂ ଔଷଧ ପ୍ରଶାସନ ନିୟନ୍ତ୍ରକ ଔଷଧ ନିରୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇ ସେମାନେ ନିଜ ନିଜ କାର୍ଯ୍ୟକ୍ଷେତ୍ର ଭିତରେ ଥିବା ସମସ୍ତ ହୋଲସେଲର, ଷ୍ଟକିଷ୍ଟଙ୍କୁ ଏହି ଔଷଧ ଉପଲବ୍ଧ କରାଇବାକୁ କହିଛନ୍ତି ।
ଋାୟପୁରରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଏଠାରେ ଲକ୍ଡାଉନ ଆହୁରି ବୃଦ୍ଧି କରାଯାଇ ପାରେ । ଏହାକୁ ଆହୁରି ଏକ ସପ୍ତାହ ଏହି ଲକ୍ଡାଉନ ବୃଦ୍ଧି କରାଯାଇପାରେ ବେଲି ଅନୁମାନ କରାଯାଉଛି । ତେବେ ପୋଷାକ ଦୋକାନ, ବିବାହ କାର୍ଯ୍ୟ ଏବଂ ଜୁରୀରି ସାମଗ୍ରୀ ଦୋକାନକୁ ସର୍ତ୍ତ ଅନୁସାରେ ଖୋଲିବା ପାଇଁ ଅନୁମତି ମିଳିପାରେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)