/odishatv-khabar/media/post_attachments/uploadimage/library/16_9/16_9_0/manoj_1625047220.jpg)
manoj
ନୂଆଦିଲ୍ଲୀ: ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର ହେଲେ ମ୍ୟୁନିସିପାଲିଟି କାଉନ୍ସିଲର ମନୋଜ ମହଲୱତ। ଭ୍ରଷ୍ଟାଚାର ଅଭିଯୋଗରେ ଗତକାଲି ତାଙ୍କୁ ସିବିଆଇ ଗିରଫ କରିବା ପରେ ଆଜି ତାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରିଛନ୍ତି ଦିଲ୍ଲୀ ବିଜେପି ଅଧ୍ୟକ୍ଷ ଆଦେଶ ଗୁପ୍ତା। ଏନେଇ ଦିଲ୍ଲୀ ବିଜେପି ପ୍ରବକ୍ତା ପ୍ରବୀଣ ଶଙ୍କର ସୂଚନା ଦେଇଛନ୍ତି।
ସେ କହିଛନ୍ତି କାଉନ୍ସିଲର ମନୋଜ ମହଲୱତଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଛି। ପ୍ରାଥମିକ ତଦନ୍ତ ରିପୋର୍ଟ ଆସିବା ପରେ ତୁରନ୍ତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଭ୍ରଷ୍ଟାଚାର ପାଇଁ ଦଳ ଜିରୋ ଟଲରାନ୍ସ ନୀତୀ ଆପଣାଏ ବୋଲି ବିଜେପି ପ୍ରବକ୍ତା ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ ମନୋଜ ତାଙ୍କ ଅଞ୍ଚଳରେ କନ୍ଷ୍ଟ୍ରକ୍ସନ କାମ କରୁଥିବା ଜଣେ କଣ୍ଟ୍ରାକ୍ଟରଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ଦାବି କରିଥିଲେ। ମନୋଜ ଲାଞ୍ଚ ନେଲାବେଳେ ତାଙ୍କୁ ସିବିଆଇ ରେଡ୍ ହ୍ୟାଣ୍ଡେଡ୍ ଧରିଥିଲା। ତାଙ୍କୁ ଗିରଫ କରାଯାଇ କୋର୍ଟରେ ହାଜର କରାଇବା ପୂର୍ବରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଯାଇଛି।
ମନୋଜ ଭାରତୀୟ ଜନତା ପାର୍ଟି ତରଫରୁ ୨୦୧୭ରେ ବସନ୍ତ କୁଞ୍ଜ ମ୍ୟୁନିସ୍ପାଲ୍ ଅଞ୍ଚଳରୁ ନିର୍ବାଚନ ଲଢ଼ି ଏବେ ସେଠାକାର କାଉନ୍ସିଲର୍ ଅଛନ୍ତି। ବସନ୍ତକୁଞ୍ଜରେ ଥିବା ତାଙ୍କ ଘରୁ ସିବିଆଇ ଆଜି ତାଙ୍କୁ ଗିରଫ କରିବା ସହ ଘରକୁ ସର୍ଚ୍ଚ କରିଥିବା ତଦନ୍ତକାରୀ ସଂସ୍ଥା ପକ୍ଷରୁ ଜଣାପଡ଼ିଛି। ଦୁର୍ନୀତି ବିରୋଧରେ କଟକଣା ଜାରି କରି ଗତ କିଛି ମାସ ମଧ୍ୟରେ ଦିଲ୍ଲୀରେ ସିବିଆଇ ଆଇନ ପ୍ରଣୟନକାରୀ ସଂସ୍ଥାର ଅଧିକାରୀଙ୍କ ସମେତ ଅନେକ ସରକାରୀ କର୍ମଚାରୀଙ୍କୁ ଗିରଫ କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)