Advertisment

ଧାରା ୩୭୦ ଭାରତୀୟ ସମ୍ୱିଧାନର ଏକ ତ୍ରୁଟି ଥିଲା ବୋଲି କହିଲେ ବୈଜୟନ୍ତ

ନୂଆଦିଲ୍ଲୀ: ଧାରା ୩୭୦ ଉଚ୍ଛେଦର ସକାରାତ୍ମକ ବାର୍ତ୍ତାକୁ ଦେଶବ୍ୟାପୀ ପ୍ରସାର କରିବା ଲାଗି ସେପ୍ଟେମ୍ୱରରୁ ବିଜେପି ଆରମ୍ଭ କରିଛି ‘ରାଷ୍ଟ୍ରୀୟ ଏକତା ଅଭିଯାନ’। ଏହି ପରିପ୍ରେକ୍ଷୀରେ ଗତକାଲି ପୁଡ଼ୁଚେରୀ ଜୟରାମ ହଲ୍‌ରେ ଏକ ଜନଜାଗରଣ ସଭା ହୋଇଯାଇଛି। ଏଥିରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ମୁଖପାତ୍ର ବୈଜୟନ୍ତ ପଣ୍ଡା ଯୋଗଦେଇଥିଲେ। ଏହି ଅବସରରେ ଶ୍ରୀ ପଣ୍ଡା କହିଥିଲେ, “ଧାରା ୩୭୦ ଭାରତୀୟ ସମ୍ୱିଧାନର ଏକ ତ୍ରୁଟି ଥିଲା। ଯାହାକୁ କେନ୍ଦ୍ର ସରକାର ଏବେ ସଂଶୋଧନ କରିଛନ୍ତି। ଏହା […]

author-image
Abinash Pati
ଧାରା ୩୭୦ ଭାରତୀୟ ସମ୍ୱିଧାନର ଏକ ତ୍ରୁଟି ଥିଲା ବୋଲି କହିଲେ ବୈଜୟନ୍ତ

bjp-6-750x430

ନୂଆଦିଲ୍ଲୀ: ଧାରା ୩୭୦ ଉଚ୍ଛେଦର ସକାରାତ୍ମକ ବାର୍ତ୍ତାକୁ ଦେଶବ୍ୟାପୀ ପ୍ରସାର କରିବା ଲାଗି ସେପ୍ଟେମ୍ୱରରୁ ବିଜେପି ଆରମ୍ଭ କରିଛି ‘ରାଷ୍ଟ୍ରୀୟ ଏକତା ଅଭିଯାନ’। ଏହି ପରିପ୍ରେକ୍ଷୀରେ ଗତକାଲି ପୁଡ଼ୁଚେରୀ ଜୟରାମ ହଲ୍‌ରେ ଏକ ଜନଜାଗରଣ ସଭା ହୋଇଯାଇଛି। ଏଥିରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ମୁଖପାତ୍ର ବୈଜୟନ୍ତ ପଣ୍ଡା ଯୋଗଦେଇଥିଲେ।

Advertisment

ଏହି ଅବସରରେ ଶ୍ରୀ ପଣ୍ଡା କହିଥିଲେ, “ଧାରା ୩୭୦ ଭାରତୀୟ ସମ୍ୱିଧାନର ଏକ ତ୍ରୁଟି ଥିଲା। ଯାହାକୁ କେନ୍ଦ୍ର ସରକାର ଏବେ ସଂଶୋଧନ କରିଛନ୍ତି। ଏହା ଦ୍ୱାରା ‘ଗୋଟିଏ ଦେଶ, ଗୋଟିଏ ସମ୍ୱିଧାନ’ ହେବ। ଦେଶର ସମସ୍ତ ନାଗରିକଙ୍କୁ ମିଳିବ ସମାନ ଅଧିକାର, ଦାୟିତ୍ୱ ଓ କର୍ତ୍ତବ୍ୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କର ଏହା ହେଉଛି ଏକ ଐତିହାସିକ ନିଷ୍ପତ୍ତି। କେବଳ ଗୋଟିଏ ଦୁଇଟି ଦେଶକୁ ଛାଡ଼ିଦେଲେ ବିଶ୍ୱର ସମସ୍ତ ଧାରା ୩୭୦ ଉଚ୍ଛେଦକୁ ସ୍ୱାଗତ କରିଛନ୍ତି।”

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ମୁଖପାତ୍ର ଶ୍ରୀ ପଣ୍ଡା ଆଜି ଅରବିନ୍ଦ ଆଶ୍ରମ ଓ ଡଃ ମୁରୁଗୁସେନ୍‌ ଇଷ୍ଟିକୋଷ୍ଟ ହସ୍ପିଟାଲ୍‌ ପରିଦର୍ଶନ କରିବା ସହ ରାମକୃଷ୍ଣ ଟ୍ରଷ୍ଟର ଶ୍ରୀ ଗଣେଶନ୍‌, ରାଜସ୍ଥାନ କଲ୍ୟାଣ ସାମାଜର ମୋହନ ଗଭାରୀ ଭଳି ଖ୍ୟାତିସମ୍ପନ୍ନ ବ୍ୟକ୍ତି ବିଶେଷଙ୍କୁ ଭେଟି ୩୭୦ ଧାରା ଉଚ୍ଛେଦ ଉପରେ ଆଲୋଚନା କରିବା ସହିତ ଏ ସଂକ୍ରାନ୍ତରେ ପୁସ୍ତକ ମଧ୍ୟ ଉପହାର ଦେଇଛନ୍ତି। ଏହା ପରେ ସେ ପୁଡୁଚେରୀରେ ଆୟୋଜିତ ହେଉଥିବା ବାର୍ଷିକ ସାହିତ୍ୟ, ସାମାଜିକ ଓ ସାଂସ୍କୃତିକ ଉତ୍ସବ ‘ପଣ୍ଡି ଲିଟ୍‌ ଫେଷ୍ଟ୍‌ ୨୦୧୯’ରେ ଯୋଗଦେଇଛନ୍ତି। ଏଥିରେ “ଲୋକଙ୍କ ଶତ୍ରୁ: ସାମାଜିକ ଗଣମାଧ୍ୟମ ନା ମୁଖ୍ୟସ୍ରୋତ ଗଣମାଧ୍ୟମ” ଏବଂ “ବିଶ୍ୱରେ ଭାରତ” ଶୀର୍ଷକ ଦୁଇଟି ଆଲୋଚନାଚକ୍ରରେ ସେ ଭାଗ ନେଇଛନ୍ତି।

ଉକ୍ତ ଉତ୍ସବରେ ତଭଲୀନ ସିଂ, ଆର୍‌.ଜଗନ୍ନାଥନ, ମିନାକ୍ଷୀ ଜୈନ, କଞ୍ଚନ ଗୁପ୍ତା, ନୁପୁର ଶର୍ମା, ଆନନ୍ଦ ରଙ୍ଗନାଥନ, ଗୋଏଲ୍‌ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।

Advertisment
Advertisment
Advertisment