Advertisment

ମହିଳା ବିଧାୟକଙ୍କ ଗାଲ ଚିପି ଦେଲେ ସାଂସଦ

ନୂଆଦିଲ୍ଲୀ: ବିଜେପିର ଲୋକସଭା ସାଂସଦ ଲକେଟ ଚାଟାର୍ଜ ମଙ୍ଗଳବାର ଏକ ଭିଡିଓ ପୋଷ୍ଟ କରିଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି ଏକ ପ୍ରେସ ମିଟ୍‌ରେ  ଟିଏମ୍‌ସିର ଜଣଷ ସାଂସଦ  ଦଳୀୟ ମହିଳା ବିଧାୟକଙ୍କ ଗାଲ ଚିପି ଦେଇଛନ୍ତି। ବିଜେପି ସାଂସଦ ଏହି ଭିଡିଓକୁ ଟ୍ୱିଟ କରିବା ସହ ଟିଏମସିର ଏହି ସାଂସଦ ଜଣକ କଲ୍ୟାଣ ବାନାର୍ଜୀ ବୋଲି କହିଛନ୍ତି। ଏହି ଘଟଣାକୁ ତୀବ୍ର ନିନ୍ଦା କରିଛି ବିଜେପି। ବିଜେପି ସାସଂଦ ଲକେଟ ଚାଟାର୍ଜୀ ମଧ୍ୟ ଟ୍ୱିଟ କରି ବର୍ଷିଛନ୍ତି। […]

author-image
Minati Mishra
ମହିଳା ବିଧାୟକଙ୍କ ଗାଲ ଚିପି ଦେଲେ ସାଂସଦ

TMC MP

ନୂଆଦିଲ୍ଲୀ: ବିଜେପିର ଲୋକସଭା ସାଂସଦ ଲକେଟ ଚାଟାର୍ଜ ମଙ୍ଗଳବାର ଏକ ଭିଡିଓ ପୋଷ୍ଟ କରିଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି ଏକ ପ୍ରେସ ମିଟ୍‌ରେ  ଟିଏମ୍‌ସିର ଜଣଷ ସାଂସଦ  ଦଳୀୟ ମହିଳା ବିଧାୟକଙ୍କ ଗାଲ ଚିପି ଦେଇଛନ୍ତି। ବିଜେପି ସାଂସଦ ଏହି ଭିଡିଓକୁ ଟ୍ୱିଟ କରିବା ସହ ଟିଏମସିର ଏହି ସାଂସଦ ଜଣକ କଲ୍ୟାଣ ବାନାର୍ଜୀ ବୋଲି କହିଛନ୍ତି।

Advertisment

ଏହି ଘଟଣାକୁ ତୀବ୍ର ନିନ୍ଦା କରିଛି ବିଜେପି। ବିଜେପି ସାସଂଦ ଲକେଟ ଚାଟାର୍ଜୀ ମଧ୍ୟ ଟ୍ୱିଟ କରି ବର୍ଷିଛନ୍ତି। ସେ ଲେଖିଛନ୍ତି, “ଟିଏମସିର ମହିଳା ସଶକ୍ତୀକରଣ..? ଏ ହେଉଛନ୍ତି ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ ଏବଂ ମହିଳା ଜଣଙ୍କ ହେଉଛନ୍ତି ବଙ୍କୁରା ବିଧାୟକ। ସେ ଚଳିତ ବର୍ଷ ଟିକେଟ ପାଇ ନଥିବାରୁ ଦଳ ଉପରେ କ୍ଷୁବ୍ଧ ଥିଲେ। ଲଜ୍ଜା।”

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ଦୁଇ ରାଜନୈତିକ ଦଳ ଟିଏମ୍‌ସି ଏବଂ ବିଜେପି ଏକପ୍ରକାର ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ଏଇ ନିର୍ବାଚନରେ କ୍ଷମତାରେ ଥିବା ଟିଏମ୍‌ସି ୫୦ ଜଣ ମହିଳାଙ୍କୁ  ଟିକେଟ ଦେଇଛି। ପୂର୍ବରୁ ଟିଏମସି ଏତେ ସଂଖ୍ୟକ  ମହିଳାଙ୍କୁ ଟିକେଟ ଦେଇ ନ ଥିଲା।  ଅନ୍ୟପକ୍ଷେ ବିଜେପି ଅଭିଯୋଗ କରି ଆସିଛି, ଏଠାରେ ମହିଳାମାନେ ସୁରକ୍ଷିତ ନୁହଁନ୍ତି।

Advertisment

ଭୋଟରଙ୍କ ପାଖରେ ପହଞ୍ଚିବା ପାଇଁ ଦୁଇ ଦଳ ନିଜ ଭିତରେ ପ୍ରତିଯୋଗିତା ଚଳାଇଥିବାବେଳେ ଟିଏମସି ତା’ର ନିର୍ବାଚନୀ ସ୍ଲୋଗାନ ଦେଇଛି ସ୍ଲୋଗାନ ଦେଇଛି ‘ବାଂଲା ତା’ର ନିଜ ଝିଅକୁ ଚାହେଁ’। ଅନ୍ୟପକ୍ଷେ ବିଜେପି ମଧ୍ୟ ପ୍ରତିଶ୍ରୁତି ଦାଇଛି ଚଳିତବର୍ଷ ପ୍ରାର୍ଥୀ ତାଲିକାରେ ମହିଳାଙ୍କ ପ୍ରତିନିଧିତ୍ୱକୁ ଅଧିକ ଗୁରୁତ୍ୱ ଦେବ।  ତେବେ ପ୍ରଥମ ଦୁଇ ଫେଜ ନିର୍ବାଚନରେ ଟିଏମସି୬ ଜଣ ମହିଳାଙ୍କୁ ଟିକେଟ ଦେଇଛନ୍ତି।

ଏଠି କହିରଖିବୁ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ମାର୍ଚ୍ଚ୨୭ରେ ହେବ । ଏହି ଦିନ ୩୦ ଆସନ ପାଇଁ ମତଦାନ ହେବ। ମେ’ ୨ ତାରିଖ ନିର୍ବାଚନ ଶେଷ ହେବ।

West Bengal Election 2021
Advertisment
Advertisment