/odishatv-khabar/media/post_attachments/uploadimage/library/16_9/16_9_0/mamata-banerji_1625272037.jpg)
mamata-banerji
କୋଲକାତା: ହାଥରସ ଘଟଣା ପାଇଁ ଆଜି କୋଲକାତା ଏକ ବିଶାଳ ରାଲିର ଆୟୋଜନ କରିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ରାଲିରେ ସମ୍ବୋଧନ କରି ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି ମମତା। ହାଥରସ ଘଟଣାରେ ଉତ୍ତରପ୍ରଦେଶ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ସହିତ ଅନ୍ୟାନ୍ୟ ପ୍ରସଙ୍ଗ ବି ଉଠାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ।
ରାଲିକୁ ସମ୍ବୋଧନ କରି ମମତା କହିଛନ୍ତି “ ବର୍ତ୍ତମାନ ମୋତେ ଲାଗୁଛି ମୁଁ ଯେମିତି ଉତ୍ତରପ୍ରଦେଶ ଆଡ଼କୁ ଯାଉଛି। ମୁଁ ଗତକାଲି ଏକ ପ୍ରତିନିଧିମଣ୍ଡଳ ପଠାଇଥିଲି, କିନ୍ତୁ ଆମକୁ ପୋଲିସ ସେଠାରେ ଅଟକାଇ ଦେଲା। ସାଧାରଣ ସୌଜନ୍ୟତା ବି ଦେଖାଇଲେ ନାହିଁ। ଆମର ମହିଳା ସାଂସଦଙ୍କୁ ପୁରୁଷ ପୋଲିସଙ୍କ ଦ୍ୱାରା ରୋକାଗଲା।”
ଏଥିସହିତ ଗଣମାଧ୍ୟମ କର୍ମଚାରୀଙ୍କ ପ୍ରତି ପୋଲିସର ବ୍ୟବହାରକୁ ମଧ୍ୟ କଡ଼ା ନିନ୍ଦା କରିଥିଲେ ମମତା। ସେ କହିଥିଲେ “ମିଡିଆ ହାଉସ୍ମାନଙ୍କୁ ଧମକାଯାଉଛି। ଆମେ ସଂଘର୍ଷ ଜାରି ରଖିଛୁ, କିନ୍ତୁ ମୁଁ ବିଜେପିକୁ କହିବାକୁ ଚାହେଁ ଯେ ଆମେ ତୁମ ଗୁଳିକୁ ଭୟ କରୁନାହୁଁ।”
ଯେତେବେଳେ ଏଠାରେ କୌଣସି ଘଟଣା ଘଟେ, ସେତେବେଳେ ସେମାନେ(ବିଜେପି) କମିଶନ ପରେ କମିଶନ ପଠାନ୍ତି। ଅନ୍ୟ ରାଜ୍ୟର ବିରୋଧୀ ଦଳକୁ ଏମିତି ଟାର୍ଗେଟ୍ କରେ ବିଜେପି। ବିଜେପି ହିଁ ସବୁଠାରୁ ବଡ଼ ପାଣ୍ଡେମିକ(ମହାମାରୀ) ପାର୍ଟି। ଦେଶକୁ ନଷ୍ଟ କରିସାରିଛି। କିନ୍ତୁ ଆମେ ତାଙ୍କ ସହିତ ସଂଘର୍ଷ ନିହାତି କରିବା ତା ସହିତ ସୋସିଆଲ୍ ଡିଷ୍ଟାନ୍ସର ନିହାତି ରଖିବା ବୋଲି ମମତା କହିଛନ୍ତି।
ସେହିଭଳି ଦଳିତ ବର୍ଗଙ୍କ ପ୍ରସଙ୍ଗ ଉଠାଇ ମମତା କହିଛନ୍ତି “ ଆମର ଦଳିତ ଭାଇ, ଭଉଣୀମାନଙ୍କୁ ଅନ୍ଧକାର ଭିତରକୁ ଠେଲି ଦିଆଯାଉଛି, ଆମକୁ ତାଙ୍କୁ ଅନ୍ଧାରୁ ଆଲୋକକୁ ଆଣିବାକୁ ପଡ଼ିବ। କିନ୍ତୁ ସେମାନଙ୍କ ପାଇଁ ନ୍ୟାୟ କାହିଁ ?”
.@MamataOfficial, staunchly believes in equality. She never differentiates between Dalits, minorities or other communities. Under her leadership, today we hit the streets to protest against the uncouth @BJP4India leaders & demand justice for our Dalit women! #BJPHataoBetiBachaopic.twitter.com/QJdoqdmJL4
— All India Trinamool Congress (@AITCofficial) October 3, 2020
ଉତ୍ତରପ୍ରଦେଶର ଯୋଗୀ ସରକାର କାହିଁକି ଦୁର୍ଗାପୂଜା ପାଇଁ ଅନୁମତି ଦେଲେନାହିଁ ବୋଲି ମମତା ପ୍ରଶ୍ନ କରିଛନ୍ତି।
ସୂଚନା ଥାଉକି, ହାଥରସ ଘଟଣାରେ ପୀଡ଼ିତାଙ୍କ ପରିବାରକୁ ଭେଟିବା ପାଇଁ ତୃଣମୂଳ କଂଗ୍ରେସର ଏକ ପ୍ରତିନୀଧିମଣ୍ଡଳ ହାଥରସ ଯାଇଥିଲା। ଏହି ଟିମ୍ରେ ଥିଲେ ରାଜ୍ୟସଭା ସାଂସଦ ଡାରେକ୍ ଓବ୍ରାଏନ୍ ଏବଂ ଲୋକସଭା ସାଂସଦ ପ୍ରତୀମା ମଣ୍ଡଳ।
ତେବେ ସେଠାରେ ୟୁପି ପୋଲିସ ସେମାନଙ୍କୁ ଅଟାଇବା ସହିତ ଦୁର୍ବ୍ୟବହାର କରିଥିଲା ବୋଲି ଟିଏମ୍ସି ନେତା ଅଭିଯୋଗ କରିଥିଲେ। ପୀଡ଼ିତ ପରିବାର ସହିତ ଫୋନ୍ ଯୋଗେ କଥା ହେବାକୁ ଚାହୁଁଥିବା ବେଳେ ସେମାନଙ୍କ ଫୋନ୍ ଛଡ଼ାଇ ନିଆଯାଇଥିଲା ବୋଲି ଟିଏମ୍ସି ଅଭିଯୋଗ କରିଥିଲା। ଯାହାକୁ ନେଇ ଆଜି ୟୁପି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ମମତା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)