Advertisment

ମୋଦିଙ୍କ ଜନ୍ମଦିନରେ ଛୁଟିଲା ଶୁଭେଚ୍ଛାର ସୁଅ, ସାରା ଦେଶରେ ପୂଜାର୍ଚ୍ଚନା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୬୯ତମ ଜନ୍ମଦିନ ଦେଶର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି।  ତେବେ ମୋଦି ନିଜ ରାଜ୍ୟ ଗୁଜରାଟରେ ତାଙ୍କ ଜନ୍ମଦିନ ପାଳିଛନ୍ତି । ଆଜି ସକାଳେ ହେଲିକପ୍ଟରରେ ନର୍ମଦା ଜିଲ୍ଲାର କେବଡ଼ଇାରେ ଓହ୍ଲାଇଥିଲେ।  ପରେ ସର୍ଦ୍ଦାର ସରୋବର ଡ୍ୟାମ ପରିଦର୍ଶନ କରିଥିଲେ।  ଡ୍ୟାମରେ ମାଆ ନର୍ମଦାଙ୍କ ପୂଜନ କାର୍ଯ୍ୟକ୍ରମ ମଧ୍ୟ କରିଥିଲେ। ଏହି ଅବସରରେ ମୋଦି ସରଦାର ସରୋବର ଡ୍ୟାମ, ଷ୍ଟାଚୁ ଅଫ୍ ୟୁନିଟ ପ୍ରକଳ୍ପର ସମୀକ୍ଷା ମଧ୍ୟ କରିଛନ୍ତି । ନର୍ମଦା […]

author-image
Minati Mishra
ମୋଦିଙ୍କ ଜନ୍ମଦିନରେ ଛୁଟିଲା ଶୁଭେଚ୍ଛାର ସୁଅ, ସାରା ଦେଶରେ ପୂଜାର୍ଚ୍ଚନା

098765

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୬୯ତମ ଜନ୍ମଦିନ ଦେଶର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି।  ତେବେ ମୋଦି ନିଜ ରାଜ୍ୟ ଗୁଜରାଟରେ ତାଙ୍କ ଜନ୍ମଦିନ ପାଳିଛନ୍ତି । ଆଜି ସକାଳେ ହେଲିକପ୍ଟରରେ ନର୍ମଦା ଜିଲ୍ଲାର କେବଡ଼ଇାରେ ଓହ୍ଲାଇଥିଲେ।  ପରେ ସର୍ଦ୍ଦାର ସରୋବର ଡ୍ୟାମ ପରିଦର୍ଶନ କରିଥିଲେ।  ଡ୍ୟାମରେ ମାଆ ନର୍ମଦାଙ୍କ ପୂଜନ କାର୍ଯ୍ୟକ୍ରମ ମଧ୍ୟ କରିଥିଲେ। ଏହି ଅବସରରେ ମୋଦି ସରଦାର ସରୋବର ଡ୍ୟାମ, ଷ୍ଟାଚୁ ଅଫ୍ ୟୁନିଟ ପ୍ରକଳ୍ପର ସମୀକ୍ଷା ମଧ୍ୟ କରିଛନ୍ତି ।

Advertisment

ନର୍ମଦା ସରୋବର ଡ୍ୟାମ କଣ୍ଟ୍ରୋଲ ରୁମରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ପରେ ଗରୁଡ଼େଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ପୂଜାର୍ଚ୍ଚନା ପରେ ନିକଟରେ ଥିବା ଜଙ୍ଗଲ ସଫାରିରେ କିଛି ସମୟ ବିତାଇଥିଲେ। ପ୍ରଧାନମନ୍ତ୍ରୀ କେବାଡ଼ାଇ ପ୍ରଜାପତି ବଗିଚା ମଧ୍ୟ ବୁଲି ଦେଖିଥିଲେ।
ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିିଛି । କଂଗ୍ରେସ ସଭାପତି ସୋନିଅ ଗାନ୍ଧି ଟୁଇଟ୍ କରି ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତିକୁ କଡା ସମାଲୋଚନା କରୁଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ମୋଦିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କର ଦୀର୍ଘ ଓ ନିରାମୟ ଜୀବନ କାମନା କରିଛନ୍ତି।  ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ମଧ୍ୟ ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Advertisment

[caption id="attachment_123317" align="alignnone" width="1238"]publive-image ଭୁବନେଶ୍ୱରରେ ପୂଜାର୍ଚ୍ଚନା[/caption]

ସାରା ଦେଶରୁ ଶୁଭେଚ୍ଛାର ସୁଅ ଛୁଟିଥିବାବେଳେ ଭୋପାଳରେ ମୋଦିଙ୍କ ପାଇଁ ୬୯ କିଲୋଗ୍ରାମର ଲଡ଼ୁ ପ୍ରସ୍ତୁତ କରାଯାଇଛି।  ସୁରତରେ ୭୦ କିଲୋଗ୍ରାମର କେକ୍ କାଟିଛନ୍ତି ଶୁଭେଚ୍ଛୁ।

ସେହିପରି ଓଡ଼ିଶାରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଲିଙ୍ଗରାଜ ମନ୍ଦିରରେ ଦୀପ ପ୍ରଜ୍ୱଳନ କରାଯାଇଛି । ଭୁବନେଶ୍ୱର ବିଜେପି କର୍ମକର୍ତ୍ତା ମନ୍ଦିରରେ ମୋଦିଙ୍କ ନାଁରେ ପୂଜାର୍ଚ୍ଚନା କରିବା ସହ ପ୍ରଦୀପ ପ୍ରଜ୍ୱଳନ କରିଛନ୍ତି । ଏକାମ୍ର ଭୁବନେଶ୍ୱରର ବିଜେପି ନେତା ବାବୁ ସିଂଙ୍କ ନେତୃତ୍ୱରେ କର୍ମୀମାନେ ମନ୍ଦିରରେ ଦୀପ ଜାଳିଛନ୍ତି ।

Advertisment
Advertisment